/odishatv-khabar/media/post_attachments/uploadimage/library/16_9/16_9_0/Ragging_1657077871.jpg)
Ragging
ବିଜେବି କଲେଜରେ ରାଗିଂ ଯୋଗୁଁ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଥିବା ବେଳେ ଏବେ ଦେବଗଡ଼ରୁ ଆସିଛି ରାଗିଂ ଅଭିଯୋଗ । ଜଣେ ଏଏନ୍ଏମ୍ ଛାତ୍ରୀ ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଦେବଗଡ଼ ଏଏନ୍ଏମ୍ ସେଂଟରରୁ ଆସିଛି ଏହି ରାଗିଂ ଅଭିଯୋଗ ।
ପ୍ରଥମ ବର୍ଷ ଛାତ୍ରୀ କଳ୍ପନା କିଷାନ ଏହି ଅଭିଯୋଗ ଆଣିଛନ୍ତି । ଗତ ୩ ମାସ ହେଲା ସିନିୟର ଛାତ୍ରୀ ତାଙ୍କୁ ରାଗିଂ କରୁଥିବା ସେ ଅଭିଯୋଗ କରିଛନ୍ତି । କଳ୍ପନା କହିଛନ୍ତି, ତାଙ୍କୁ ଲଗାତର ମାନସିକ ନିର୍ଯାତନା ଦିଆଯାଉଛି । ସିନିୟର ଛାତ୍ରୀ ମନ ମୁତାବକ କରିଥିବା ନିୟମକୁ ମାନିବାକୁ ବାଧ୍ୟ କରୁଛନ୍ତି । ନିୟମ ନମାନିଲେ ମାନସିକ ନିର୍ଯାତନା ଦେଉଛନ୍ତି । ରାଗିଂ ବିଷୟରେ କାହାକୁ ନଜଣାଇବାକୁ ତାଗିଦ କରିଛନ୍ତି ।
ତେବେ ଏନେଇ ସେ ଗତକାଲି ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ଅଭିଯୋଗ କରିଥିବା ବେଳେ ଦେବଗଡ ସିଡିଏମଓଙ୍କୁ ଅଭିଯୋଗ କରିଛନ୍ତି କଳ୍ପନା । ଏହାପରେ ପ୍ରଶିକ୍ଷଣ କେନ୍ଦ୍ରରେ ତଦନ୍ତ ଆରମ୍ଭ ହୋଇଛି । ସିଡିଏମଓଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)