/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656936524.jpg)
Online game
ପୁଣି ଅନ୍ଲାଇନ୍ ଗେମ୍ ହେଲା କାଳ । ଅନଲାଇନ୍ରେ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିବା ପରେ ଆତ୍ମହତ୍ୟା କରିଛନ୍ତି ଯୁବକ । ଏଭଳି କିଛି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଆଳି ଥାନା ମାନପୁର ଗାଁରେ । ବନ୍ଦ ଘରୁ ମୃତଦେହ ସହ ସୁଇସାଇଡ୍ ନୋଟ୍ ମିଳିଛି । ଯେଉଁଥିରେ ସେ ଗେମ୍ ଖେଳି ୧୦ ହଜାର ଟଙ୍କା ହାରି ଯାଇଥିବା ଲେଖିଛନ୍ତି ।
ମାଆଙ୍କ ନାଁରେ ଶେଷ ଚିଠି ଲେଖି ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ସେ ଏପରି କରିଛନ୍ତି । ଆଳି ଥାନା ପୋଲିସ୍ ମାମଲାରେ ତଦନ୍ତ କରୁଛି ।
ଦିନକ ପୂର୍ବରୁ ଜଗତ୍ସିଂହପୁରରୁ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଇଥିଲା । ମୋବାଇଲ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଭୁଆଶୁଣି ଗାଁରୁ ଆସିଛି । ଭଗବାନ ପରିଡ଼ାଙ୍କ ପୁଅ ଦେବେନ୍ଦ୍ର ପରିଡ଼ା ମୋବାଇଲ୍ ଗେମ୍ ଖେଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ଦାହ ସଂସ୍କାର ପାଇଁ ମୃତଦେହକୁ ପରିବାର ଲୋକେ ମଶାଣିକୁ ନେଉଥିବା ବେଳେ ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲା । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏନେଇ ତଦନ୍ତ ମଧ୍ୟ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)