/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658056181.jpg)
Special story
'ମୁଁ ତାଙ୍କ ଲିଗାଲ୍ ଓ୍ୱାଇଫ୍ । ୨୦୧୯ରେ ଆମର ବିବାହ ହୋଇଥିଲା । ଭାରତ ମାଟ୍ରିମୋନି ସାଇଟ୍ ସାହାଯ୍ୟରେ ଉଭୟ ପରିବାରଙ୍କ ସହମତିରେ ବିବାହ ଅନୁଷ୍ଠିତ ହୋଇଥିଲା । ଏମଟେକ୍ କରୁଥିବା ସହ ସେ ସପ୍ଟୱେର ଇଞ୍ଜିନିୟର ଥିବା କହିଥିଲେ । ରାଜସ୍ଥାନରେ ଫ୍ଲାଟ୍ ଓ ଦିଲ୍ଲୀରେ ଫ୍ଲାଟ୍ ଅଛି କହି ବିବାହ କରିଥିଲେ । ହେଲେ ପରେ ସବୁ କଥା ଜଣାପଡ଼ିଲା । ଏବେ ସେ ଜଣେ ଝିଅ ସହ ଫେରାର ଅଛନ୍ତି । ସେ ମୋତେ ନୁହେଁ ଏକାଧିକ ବିବାହ କରିଛନ୍ତି । କେବଳ ଏତିକି ନୁହେଁ ଅନେକ ଝିଅଙ୍କ ଭିଡିଓ ବନେଇ ତାଙ୍କ ଇଜ୍ଜତ ସହ ଖେଳନ୍ତି ବୋଲି ସ୍ୱାମୀ ବିରୋଧରେ ଅଭିଯୋଗ ଆଣିଲେ ମହିଳା ।
ଜଣେ ସ୍ୱାମୀର ଏକାଧିକ ସ୍ତ୍ରୀ । ରାଜଧାନୀରେ ଆଉ ଜଣେ ଠକ ରମେଶ ସ୍ୱାଇଁ । ମିଛ କହି ପ୍ରେମ ଜାଲରେ ଏକାଧିକ ମହିଳାଙ୍କୁ ଫସାଇଛନ୍ତି । ଅନ୍ୟ ମହିଳାଙ୍କ ସହ ରହୁଥିବା ବେଳେ ସ୍ତ୍ରୀ ହାତରେ ଧରାପଡ଼ିଛନ୍ତି । ଅଭିଯୁକ୍ତ ଜଣକ ହେଲେ ରମ୍ଭା ଅଞ୍ଚଳର ସମୀର ବେଜ । ଭାରତ ମାଟ୍ରିମୋନିରେ ମିଛ ତଥ୍ୟ ଦେଇ ବିବାହ କରିଥିବା ଅଭିଯୋଗ ହୋଇଛି । ନିଜକୁ ଜଣେ ସଫ୍ଟେଓ୍ୱର ଇଞ୍ଜିନିୟର କହି ଯୁବତୀଙ୍କୁ ଫସାଇ ବିବାହ କରିଥିଲେ । ତେବେ ବିବାହ ପରେ ସ୍ତ୍ରୀ କୁ ନିର୍ଯାତନା ଦେବା ସହ ଟଙ୍କା ଓ ସୁନାଗହଣା ହଡପ କରିଥିଲେ ।
'#ମୋବାଇଲ_ଲାପଟପରୁ_ସବୁ_କାରନାମା_ବାହାରିବ'
'ମୁଁ ତାଙ୍କ ଲିଗାଲ୍ ଓ୍ୱାଇଫ୍.. ମାଟ୍ରିମୋନି ଜରିଆରେ ଆମେ ବାହା ହେଇଥିଲୁ.. ଅନେକ ଝିଅଙ୍କ ଭିଡିଓ ବନେଇ ତାଙ୍କ ଇଜ୍ଜତ ସହ ଖେଳନ୍ତି..' #Bhubaneswar#OTVpic.twitter.com/s3bHNtOY9B— ଓଟିଭି (@otvkhabar) July 17, 2022
ଅନ୍ୟପଟେ ବିଭିନ୍ନ ବାହାନା କରି ଅଭିଯୁକ୍ତ ଦିଲ୍ଲୀ ଓ ରାଜସ୍ଥାନ ଯାଉଥିଲା । ସେଠାରେ ମଧ୍ୟ ଦୁଇ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । ତେବେ ସ୍ତ୍ରୀ ବାପଘରକୁ ଯିବା ପରେ ସେ ଅନ୍ୟ ଯୁବତୀଙ୍କ ସହ ରହୁଥିଲେ । ଗତକାଲି ରାତିରେ ଖବର ପାଇ ଓଲଟାଉନ୍ ଅଞ୍ଚଳରେ ପହଞ୍ଚିଥିଲେ ସ୍ତ୍ରୀ । ସ୍ତ୍ରୀ କୁ ଦେଖି ଯୁବତୀଙ୍କୁ ତୁରନ୍ତ ଖସାଇ ଦେଇଥିଲା ଅଭିଯୁକ୍ତ । ଏପଟେପିସିଆର ପହଞ୍ଚି ଉଭୟ ସ୍ୱାମୀମୀ ସ୍ତ୍ରୀଙ୍କୁ ଏୟାରଫିଲ୍ଡ ଥାନାକୁ ଆଣିଛି ।
ପୂର୍ବରୁ କଟକ ସଦର ଥାନାରେ ଅଭିଯୋଗ କରିଥିଲେ ପତ୍ନୀ । ଅନ୍ୟ ଜଣେ ଯୁବତୀଙ୍କୁ ନେଇ ସମୀର ଫେରାର ହୋଇଯାଇଥିବା ଅଭିଯୋଗ ଅଭିଯୋଗ କରିଥିଲେ ଯୁବତୀଙ୍କ ଭାଇ ଦୁଷ୍ମନ୍ତ ବେଜ । ମିଛ ଜାଲରେ ଫସାଇ ଭଉଣୀକୁ ନେଇଯାଇଥିବା ରମ୍ଭା ଥାନାରେ ହୋଇଥିଲା ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)