Advertisment

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ପରେ ପୋଡ଼ିବାକୁ ଉଦ୍ୟମ !

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯିବା ସହ ଦେହର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
Body Of Unidentified Youth Found On Hilltop In Berhampur

Body Of Unidentified Youth Found On Hilltop In Berhampur

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ଝରଣ ଗାଁ ପାହାଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ମୁଣ୍ଡକୁ ପଥର ଛେଚି ହତ୍ୟା ସହ ପୋଡ଼ିବାକୁ ଉଦ୍ୟମ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଗତକାଲି ପ୍ରାୟ ୪ଟା ସମୟରେ କିଛି ଅଜଣା ଲୋକ ମାସ୍କ ପିନ୍ଧି ଏକ କାର୍‌ରେ ଆସି ଉକ୍ତ ପାହାଡ଼ ଉପରେ ଥିଲେ। ଶବ ମିଳିଥିବା ସ୍ଥାନର କିଛି ଦୂରରେ ଏକ ଭଲିବଲ୍‌ ପଡ଼ିଆରେ କିଛି ଯୁବକ ଖେଳୁଥିବା ବେଳେ ସେମାନଙ୍କୁ ଦେଖିଥିଲେ। ସନ୍ଦେହ କରି ଏହି ଅଜଣା ଲୋକମାନେ ଯେଉଁ ଅଞ୍ଚଳରେ ଥିଲେ ଯୁବକମାନେ ସେହି ସ୍ଥାନକୁ ଯିବାପରେ ପାହାଡ଼ ଉପରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।  ଏନେଇ ପାଟପୁର ଥାନାକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରଖିଛି। ମୃତ ଯୁବକଙ୍କ  ଛାତି, ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଯୁବକଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯିବା ସହ ଦେହର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ ପରେ ପୋଲିସ୍ ତଦନ୍ତ କରୁଛି।ହତ୍ୟାକାଣ୍ଡ ପଛରେ କିଏ ତାକୁ ନେଇ ପୋଲିସ୍ ତଦନ୍ତ କରୁଛି।

Advertisment
Murder Youth Murder
Advertisment
Advertisment