• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନିଲମ୍ବିତ ହେଲେ ବିବାଦୀୟ ଆଇଆଇସି ସ୍ନିଗ୍ଧାରାଣୀ ସୁନା। ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁନାଙ୍କ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ।

ଗତ ଜୁଲାଇ ୧୨ରେ ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର ଜିଲ୍ଲା ରାଘବପାଲିରୁ ଅଟୋରେ ପରିବା ଧରି ୮ ଜଣ ବ୍ୟବସାୟୀ ସୋନ୍‌ପୁର ହାଟକୁ ଆସୁଥିଲେ । ସେମାନେ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଅଟକ ଜଣେ ବାଇକ୍‌ ଚାଳକ ସହିତ କଥା ହେଉଥିଲେ । ଠିକ୍‌ ଏହି ସମୟରେ ସମ୍ମୁଖରୁ ଆସୁଥିବା କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଘଟାଇଥିବା କାର୍‌ ଆଇଆଇସି ସ୍ନିଗ୍ଧାରାଣୀ ସୁନାଙ୍କ ବୋଲି ଜଣାପଡ଼ିଥିଲା।  ପୁରୀରୁ ସୁନାବେଶ ଡ୍ୟୁଟିସାରି ଫେରିବା ବେଳେ ସଂଧ୍ୟାରାଣୀ ସୁନାଙ୍କ କାର୍‌ ଏକ ଅଟୋକୁ ପିଟିଥିଲା। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଓ ୫ ଜଣ ଗୁରୁତର ହୋଇଥିଲେ । ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର ।