ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର ରାଜ୍ୟର ଯେଉଁ ଅଞ୍ଚଳ ଦେଖିବେ, ସବୁଠି ସକ୍ରିୟ ବନ୍ୟଜନ୍ତୁ ଶିକାରୀ । କେଉଁଠି ଚମଡ଼ା ଓ ନଖ ପାଇଁ ବାଘ ତ, କେଉଁଠି ଶିଙ୍ଗ ପାଇଁ ହରିଣ । ସେହିଭଳି ପୁରା ଜୀବନ୍ତ ଚାଲାଣ ପାଇଁ ପ୍ରସ୍ତୁତ ବଜ୍ରକାପ୍ତା ଏଇ ସପ୍ତାହ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଛି ।
ଯେତେ ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର । ବାଘ, ହାତୀ, ହରିଣ ଏବଂ ବଜ୍ରକାପ୍ତା ଭଳି ବନ୍ୟଜନ୍ତୁଙ୍କୁ ଶିକାର କରି ଲୁଟି ନେଉଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ରାକେଟ୍ ।
କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଗୁପ୍ତଧନର ଭଣ୍ଡାଫୋଡ୍ । ଫିଟିଛି ପାପ ସମ୍ପତ୍ତିର ପେଡ଼ି । ଫ୍ଲାଟରେ ରହୁଥିବା ପତ୍ନୀ ହାତରେ ଥିଲା କଳାଧନର ଠିକଣା । ଝୁମ୍ପୁଡ଼ିରେ ରହୁଥିବା ଶାଳୀ ହାତରେ ବି ଥିଲା ଗୁପ୍ତଧନର ଚାବିକାଠି ।
ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଫିଟୁଛି କଳା ଟଙ୍କାର ମହାଗୁମର । ଦ୍ୱିତୀୟ ପତ୍ନୀ ଆଉ ଶାଳୀଙ୍କ ପଣତକାନିରେ କେମିତି ଲୁଚାଇ ରଖୁଥିଲେ ପାପ ସମ୍ପତ୍ତି, ସାମ୍ନାକୁ ଆସିଛି ତାର ସାଂଘାତିକ ସତ ।
ନିଶାସକ୍ତ ଅବସ୍ଥାରେ ମାଆକୁ ପିଟିପିଟି ହତ୍ୟା କଲା ପୁଅ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡିହା ଗାଁରୁ ।
ନିଶା ମାଫିଆ ଅନୀଲ ପାଣ୍ଡିରେ ଘର ଗଞ୍ଜାମର କୋଦଳା ଅଞ୍ଚଳରେ । ତା ନାଁରେ ଗୁଜରାଟରେ ୧୧ଟି ଏନ୍ଡିପିଏସ୍ ମାମଲା ରହିଛି । ଅନୀଲ ଏତେ ପରିମାଣର ବେଆଇନ ସଂପତ୍ତି କେଉଁଠୁ ଆଣିଲା । ସେନେଇ ତଦନ୍ତ କରାଯାଇଥିଲା । ତେବେ ଗଂଜେଇ ବ୍ୟବସାୟ କରି ସେ ସଂପତ୍ତି ଠୁଳ କରିଥିବା ତଦନ୍ତରୁ ଜଣାପଡ଼ିଛି ।
ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ସମସ୍ତଙ୍କୁ ଚମକାଇ ଦେଇଛି।
କାର୍ତ୍ତିକେଶ୍ୱର ରାଉଳଙ୍କ ଶାଳୀଙ୍କ ଘରୁ ଆଜି ନଗଦ ୧ କୋଟି ୪୨ ଲକ୍ଷ ଟଙ୍କା ଜବତ ହୋଇଛି । କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି ।
ଭିଜିଲାନ୍ସ ଜାଲରେ ବଡ଼ ମାଛ । ତାପୁଣି କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ପଡ଼ିଛନ୍ତି ହାବୁଡ଼ରେ । ବିଡ଼ା ବିଡ଼ା ଟଙ୍କା, ମାଳ ମାଳ କୋଠାବାଡ଼ି । ଗଞ୍ଜାମ ଭଂଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି ଦେଖି ସମସ୍ତଙ୍କ ଆଖି ଖୋସି ହୋଇଯାଉଛି । ଗତକାଲି ରାତି ତମାମ ୨ଟି ମେସିନ୍ ଲଗାଇ ୧୨ ଜଣ ଭିଜିଲାନ୍ସ ଅଧିକାରୀ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ।
ପୂରା ଘଟଣାର ଅନୁଧ୍ୟାନ ପାଇଁ ବାଲେଶ୍ୱର ମାନବାଧିକାର ଜିଲ୍ଲା ବୋର୍ଡ ସଭାପତି ନୀଳଗିରିରେ ପହଞ୍ଚିଛନ୍ତି।
ଜେଲ୍ରେ କଟିଲା ଶର୍ମିଷ୍ଠା ଓ ଝୁନାଙ୍କ ରାତି। କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଉଭୟ ଜେଲ୍ରେ ଅଛନ୍ତି। ଉଭୟଙ୍କ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା।
ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ପ୍ରାୟ ୨ କୋଟି ଟଙ୍କା।
ସବୁ ନିୟମ ଯେମିତି ଫସର ଫାଟି ଯାଏ ବଡ଼ବଡିଆ ଠିକା ସଂସ୍ଥା ନିକଟରେ । ସରକାରୀ ବାବୁମାନେ ସବୁ ଜାଣିଶୁଣି ଚୁପ ରହିଯାଆନ୍ତି ।
କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଦୁଇଭାଇ
୭ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା ତେବେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ।
ଶର୍ମିଷ୍ଠା ଓ ଝୁନାର ରିମାଣ୍ଡ ଅବଧି ସରିଥିବାରୁ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ
ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ବନ ବିଭାଗର ଚଢ଼ାଉ । ରେଡ୍ରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ କିଭଳି ଭାବେ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍ କରିବାରେ ସଫଳ ହେଲେ, ତାହା କମିଶନରେଟ୍ ପୋଲିସ୍ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍ ଘଟଣାର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।
ରୋଗୀ ସମ୍ପର୍କୀୟଙ୍କୁ ହତ୍ୟା । ସମ୍ୱଲପୁର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଶର୍ମିଷ୍ଠା, ନିରଞ୍ଜନ ଚିପ୍ ମାଗିବା ସହ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ । ସଂପୂର୍ଣ୍ଣ ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇଥିଲେ । ଦୟାଲ ଆଶ୍ରମରେ ମାନସ ଠାରୁ ତାଙ୍କ କ୍ୟାମେରା ଛଡ଼ାଇ ଆଣିଥିଲେ ଶର୍ମିଷ୍ଠା, ନିରଞ୍ଜନ ।
ସାମାନ୍ୟ ଜମି ପାଇଁ ନିଜ ଜନ୍ମ କଲା ପୁଅକୁ ପିଟି ପିଟି ମାରିଦେଲେ ବାପା ଓ ଭାଇ। ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨ ବର୍ଷ ପୂର୍ବେ ଘଟିଥିଲା ରକ୍ତପାତ। ଦୀର୍ଘ ୨ ବର୍ଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୃତକଙ୍କ ବାପା ଓ ୩ ଭାଇଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି।
ଦ୍ୱିତୀୟ ପତ୍ନୀ ରମେଶଙ୍କ ଅର୍ଥ କାରବାର ବୁଝୁଥିବାରୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ମହିଳା ଥାନା । ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି ।
ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍।
ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଅନାୟାସରେ ତାଡ଼ି ନେଇ ସେଥିରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି ଲୁଟେରା ଦଳ । ଗତକାଲି ମଧ୍ୟରାତ୍ରୀରେ ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଏକ SBI ଏଟିଏମରୁ ଏଭଳି ଲୁଟ୍ ହୋଇଛି । ମେସିନ୍ ଲୁଟ୍ ପରେ ସେଥିରୁ ସବୁ ଟଙ୍କା ନେଇ ଭଙ୍ଗା ମେସିନକୁ ବି ଫିଙ୍ଗି ଦେଇଛନ୍ତି ଲୁଟେରା।
ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ମାନସ ହତ୍ୟାରେ ବ୍ୟବହୃତ ହୋଇଥିବା ବାଉଁଶ ଓ କାଠ ଫାଳିଆକୁ ଜବତ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।