• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର । EOWର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ସର୍କୁଲାର ଜାରି କରାଯାଇଛି । ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ସର୍କୁଲାର୍ ଜାରି ହୋଇଛି । ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । କ୍ରେଡିଟ ଗୋଲ୍ଡ ଲୋନ୍ ଆପ୍ ମାଧ୍ୟମରେ ବେଆଇନ ସଂସ୍ଥା କରି ଠକମାନେ ଲୁଟ୍ କରୁଥିଲେ ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶରେ ବି ଚାଲିଛି । ଏହି ରାକେଟ ଭାରତୀୟଙ୍କୁ କମ୍ପାନୀର ନିର୍ଦ୍ଦେଶକ କରି ଲୋକଙ୍କ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଚୀନ୍‌ର ଲିଉ ୟୁ ଜିଏ ଓ ତାଙ୍କର ଦୁଇ ସହଯୋଗୀ ୩ ବର୍ଷ ତଳେ ବାଙ୍ଗାଲୁରୁ ଆସିଥିଲେ । ସେଠାରେ ସେ ୮ଟି କମ୍ପାନୀ ଖୋଲିଥିଲେ । ଲିଉ ୟୁ ଜିଏ ନିଜ କର୍ମଚାରୀଙ୍କ ନାଁରେ କମ୍ପାନୀ ଗୁଡ଼ିକ ଖୋଲିଥିଲେ । ପରବର୍ତ୍ତୀ ସମୟରେ ସେହି କମ୍ପାନୀ ନାଁରେ ୧୦ଟି ଲୋନ୍‌ ଆପ୍‌ ଖୋଲିଥିଲେ । ଆଉ ସେହି ଆପ୍‌ ଗୁଡ଼ିକୁ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ କରାଉଥିଲେ ।

ଲୋନ୍‌ ଆପ୍‌ ଗୁଡ଼ିକ ଚୀନ୍‌ରେ ପରିଚାଳିତ ହେଉଥିଲା । ଟାର୍ଗେଟରେ ଥିଲେ ମଧ୍ୟବିତ୍ତ ପରିବାର । ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଋଣ ନେବା ପାଇଁ ଅଫର ଦିଆଯାଉଥିଲା । ଲୋକମାନେ କିଛି ବୁଝି ନପାରି ସଙ୍ଗେ ସଙ୍ଗେ ଋଣ ପାଇବା ପାଇଁ ଆବେଦନ କରୁଥିଲେ । ଋଣ ଆବେଦନର କିଛି ସମୟ ମଧ୍ୟରେ ୨୦୦୦ରୁ ୧୦,୦୦୦ ପର୍ଯ୍ୟନ୍ତ ଟଙ୍କା ମିଳୁଥିଲା । ଏହାର ସୁଯୋଗ ନେଇ ଚୀନ୍‌ ଠକମାନେ ଋଣ ନେଉଥିବା ବ୍ୟକ୍ତିଙ୍କ ମୋବାଇଲ୍‌ରୁ ସମସ୍ତ ତଥ୍ୟ ନେଇଯାଉଥିଲେ  ।