/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658144017.jpg)
Taranga Sarua Studio
ସାରୁଅ ତରଙ୍ଗ ଷ୍ଟୁଡିଓ ସିକ୍ୟୁରିଟି ଅଫିସର ହଲିମ ଖାନ୍ଙ୍କୁ ଆକ୍ରମଣ ଘଟଣା । ଜିଲ୍ଲାପାଳ ଓ ଏସ୍ପିଙ୍କୁ ଫେରାଦ ହେଲା ଭାରତୀୟ ପୂର୍ବ ସେନାନୀ ସଂଘ । ଭାରତୀୟ ପୂର୍ବ ସେନାନୀ ସଂଘ ଓଡ଼ିଶା ଶାଖାର କର୍ମକର୍ତ୍ତା ଫେରାଦ ହେଲେ । ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓ ମୁଖ୍ୟ ସିକ୍ୟୁରିଟି ଅଫିସରଙ୍କୁ ଆକ୍ରମଣ ଘଟଣାରେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଫେରାଦ ହେଲା ଭାରତୀୟ ପୂର୍ବ ସେନାନୀ ସଂଘ । ସଂଘର ଓଡ଼ିଶା ଶାଖାର କର୍ମକର୍ତ୍ତା ଉଭୟ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଅଭିଯୁକ୍ତ ଦିଲୀପ ମହାଭୋଇ ଓ ମଥୁରା ମହାଭୋଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ଦାବିପତ୍ର ପ୍ରଦାନ କରିଛି । ଉଭୟ ଦିଲୀପ ଓ ମଥୁରାଙ୍କୁ ଏନ୍ଏସ୍ଏରେ ବୁକ୍ କରିବାକୁ ଦାବି କରିଛି ଭାରତୀୟ ପୂର୍ବ ସେନାନୀ ସଂଘ ।
ଗତ ୧୫ ତାରିଖରେ ତରଙ୍ଗ ଷ୍ଟୁଡିଓ ମୁଖ୍ୟ ସୁରକ୍ଷା ଅଧିକାରୀ ହଲିମ୍ ଖାଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସାରୁଅ ଗାଁର ଦିଲୀପ ମହାଭୋଇ, ମଥୁରା ମଭୋଇଙ୍କ ସମେତ ୮ରୁ ୧୦ ଜଣ ଅନଧିକାର ଭାବେ ଷ୍ଟୁଡିଓ ଭିତରେ ପଶି ହଲିମ୍ଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ବାଘମାରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତମାନେ ଖୋଲାରେ ବୁଲୁଛନ୍ତି । ଏହା ପୂର୍ବରୁ ୨୦୨୦ରେ ସଂପୃକ୍ତ ଅଭିଯୁକ୍ତ ସାରୁଅ ଶିଳ୍ପାଞ୍ଚଳରେ ଅନ୍ୟ ଜଣେ ପୂର୍ବତନ ସେନା କର୍ମଚାରୀ ରଘୁନାଥ ପାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।
ତେଣୁ ଏଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଭିଯୁକ୍ତଙ୍କୁ ଏନ୍ଏସ୍ଏରେ ଗିରଫ କରିବାକୁ ଭାରତୀୟ ପୂର୍ବ ସେନାନୀ ସଂଘର ଓଡ଼ିଶା ଶାଖା ଦାବି କରିଛି । ଅଭିଯୋଗ ପାଇ ବାଘମାରୀ ଥାନା ଆଇଆଇସି ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)