• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଦେଶୀ, ବିଜ୍‌ନେସ ଆଉ ସାଇବର ଲୁଟ୍ । ବିଦେଶୀଙ୍କ ମାୟାଜାଲରେ ପଡି ଅର୍ଥ ଗୋଲ୍। ସାଇବର ଠକଙ୍କ ଜାଲରେ ଶିକ୍ଷିତ ବିଟେକ୍ ଛାତ୍ର ଏବଂ ଆଉ ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର । ଦୁହେଁ ସାଇବର ଠକେଇର ଶିକାର ।

ବିଦେଶିନୀ ପରିଚୟ ଦେଇଥିବା ମହିଳାଙ୍କ ସହ ବିଜନେସ ପ୍ରଲୋଭନରେ ପଡି ସାଇବର ଫ୍ରଡରେ ଶିକାର ହୋଇଛନ୍ତି ରାଜଧାନୀର ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଜ୍ଞାନରଂଜନ ଦାସ । ଜ୍ଞାନରଂଜନ ଫେସ୍‌ବୁକ ମ୍ୟାସେଞ୍ଜରରେ ୟୁକେର ଜଣେ ମହିଳାଙ୍କ ଲିଙ୍କ୍‌ରେ ଆସିଥିଲେ । ବିଦେଶୀ ମହିଳା ଜଣକ ଦୁବାଇ ବଦଳରେ ଭାତରର ମ୍ୟାନୁଫାକର ୟୁନିଟରୁ ଲେଡି ଗାର୍ମେଣ୍ଟ ନେଇ ବିଜନେସ କରିବାକୁ ଫ୍ଲାନ ଦେଇଥିଲେ । ହଠାତ ବିଦେଶିନୀ ଜଣଙ୍କ ଦିଲ୍ଲୀ ଏୟାରପୋର୍ଟରେ ଫଶିଯାଇଥିବା କହି ଜଣେ ନକଲି ମହିଳା କଷ୍ଟମ ଅଧିକାରୀ ଜ୍ଞାନରଂଜନଙ୍କୁ ଫୋନ କରିଥିଲେ। ମହିଳା ଜଣଙ୍କ ୬୦ ହଜାର ପାଉଣ୍ଡ ସାଥିରେ ଆଣି ଫଶିଥିବା କହିଥିଲେ । କଷ୍ଟମ ଫି, ଅନ୍ୟାନ୍ୟ ଫି କହି ଜ୍ଞାନରଂଜନଙ୍କଠାରୁ ପ୍ରାୟ ୫ ଲକ୍ଷ ନେଇ ଗଲେ । ପରେ ଜ୍ଞାନରଂଜନ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏବେ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏପଟେ ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ କହି ସାଇବର ଠକ ଠକି ନେଲେ ଅଢ଼େଇ ଲକ୍ଷ । ରାଜଧାନୀ ଭୁବନେଶ୍ୱରରେ ଜଣେ ବିଟେକ୍ ଛାତ୍ରଙ୍କୁ ଚୂନ ଲଗାଇଛନ୍ତି । ସାଇବର ଠକ ସୂଚନା ଅନୁଯାୟୀ, ଇନଷ୍ଟାଗ୍ରାମରେ ଜଣେ ମହିଳାଙ୍କ ସହ ଯୁବକଙ୍କ ପରିଚୟ ହୋଇଥିଲା । ଏହାପରେ ଧିରେ ଧିରେ ଫୋନ୍ କଲ୍ ଜରିଆରେ କଥା ବାର୍ତ୍ତା କରିଥିଲେ । ସେୟାର ମାର୍କେଟରେ ଟଙ୍କା ବିନିଯୋଗ ପାଇଁ ମହିଳା ଜଣକ ଯୁବକଙ୍କୁ ପ୍ରବର୍ତ୍ତାଇଥିଲେ । ଯୁବକ ଜଣକ ଲାଭ ପାଇବା ଆଶାରେ ଟଙ୍କା ବିନିଯୋଗ କରିଥିଲେ । କିଛି ଦିନ ପରେ ୧୧ ଲକ୍ଷ ଟଙ୍କା ପ୍ରଫିଟ୍ ହୋଇଥିବା ଯୁବକଙ୍କୁ ମହିଳା ଜଣକ କହିଥିଲେ । ଏଥିପାଇଁ ଅଢ଼େଇ ଲକ୍ଷ ଟଙ୍କା ଟିକସ୍ ଯୁବକଙ୍କୁ ମାଗିଥିଲେ । ଏହାପରେ ଆଉ ଟଙ୍କା ଦେଇନଥିଲେ ମହିଳା ଜଣକ ।

ତେବେ ଯୁପିଆଇ, ହେଉ ଅବା କ୍ରେଡିଟ ଓ ଡେବିଟ କାର୍ଡ ଦିନକୁ ଦିନ ନୁଆ ନୁଆ ତରିକା ଆପଣାଇ ସାଇବର ଲୁଟେରା ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଲୁଟୁଛନ୍ତି । ଲୋଭରେ ପଡି ହେଉ ଅବା ଅସାବଧାନତା ଯୋଗୁ ଟଙ୍କା ଗାଏବ ହେଉଛି ।