ସମସ୍ତ ୫ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି, ଜିନମ ସିକ୍ୟୁଏନସିଂ ପାଇଁ ଯାଇଛି।
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ।
ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଏହି କ୍ରମରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ମାତ୍ର ୧୦ ଦିନ ଭିତରେ ରାଜ୍ୟରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ।
ଚାରି ଚାରି ଥର ଭ୍ୟାକ୍ସିନେଟେଡ୍ ହେବା ପରେ ବି କରୋନା ପଜିଟିଭ୍ ଚିହ୍ନଟ ହେଲେ ଜଣେ ମହିଳା । ଏଭଳି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଇନ୍ଦୋର ଏୟାରପୋର୍ଟରେ ଦେଖିବାକୁ ମିଳିଛି । କୋଭିଡ ପଜିଟିଭ୍ ବାହାରିବାରୁ ତାଙ୍କର ଦୁବାଇ ଯାତ୍ରାକୁ ବାରଣ କରାଯାଇଥିବା କଥା ଏୟାରପୋର୍ଟ ଅଧିକାରୀ କହିଛନ୍ତି । ମହିଳା ଜଣକ ଚାରି ଥର ଭ୍ୟାକ୍ସିନ ନେବା କଥା କହୁଥିବାର ଶୁଣିବାକୁ ମିଳୁଛି ।
ଚିନ୍ତା ବଢାଇଲାଣି ଓମିକ୍ରନ୍ । କୋଭିଡ ବିଶେଷ କରି ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ । କରୋନାର ଆଗାମୀ ସୁନାମିରେ ହୁଏତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିଜେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଗେବ୍ରିୟେସୁସ୍ ।
ଦେଶକୁ ଆସିଗଲା କି ତୃତୀୟ ଲହରୀ । ଅନ୍ୟ ଦେଶ ପରି ଭାରତରେ ମଧ୍ୟ ସଂକ୍ରମଣ ଲଙ୍ଗ ଜମ୍ପ୍ ମାରୁଛି । ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି ।
ୟେଲୋ ଆଲର୍ଟ ଜାରି ହୋଇଥିବା ଦିଲ୍ଲୀରେ, ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭୦ ପ୍ରତିଶତ ବଢ଼ିଛି । ୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ୍ ପ୍ରାୟ ୧ ପ୍ରତିଶତ ରହିଛି । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୩୮କୁ ବଢ଼ିଛି, ଯାହାକି ଦେଶରେ ସର୍ବାଧିକ ବୋଲି କୁହାଯାଉଛି ।
ରାଜ୍ୟରେ କାୟା ବିସ୍ତାର କରୁଛି ଓମିକ୍ରନ ଭାରିଆଣ୍ଟ । ଆଜି ଆଉ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଏଭଳି ସଂଖ୍ୟାବୃଦ୍ଧି ପରେ ଭୟ ବଢ଼ିବାରେ ଲାଗିଛି । କେବଳ ଯେ ଓମିକ୍ରନ୍, ତାନୁହେଁ, କରୋନାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି ।
ଆଗକୁ ନୂଆ ବର୍ଷ ଆସୁଛି । ନୂଆ ବର୍ଷରେ ନନ୍ଦନକାନନରେ ଅହେତୁକ ଭିଡ଼ ଦେଖିବାକୁ ମିଳିବ । ଆଉ ଭିଡ଼ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି ।
ବୁଧବାର ସଂଧ୍ୟାରେ ଏ ନେଇ ଗାଇଡଲାଇନ ଜାରି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜିରୋ ନାଇଟ ସେଲିବ୍ରେସନରେ ଯୋଗ ଦେଉଥିବା ଅତିଥି ମଧ୍ୟ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ସହ କୋଭିଡ୍ର ପୂର୍ଣ୍ଣ ଦୁଇଟି ଟିକା ନେଇଥିବା ଜରୁରୀ ରହିଛି ।
ଗତ ସପ୍ତାହରେ ୫ ହଜାରରୁ ୬ ହଜାର ମଧ୍ୟରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏଭଳି ସ୍ଥିତିରେ ସରକାର ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ । କେଭିଡ୍ କଟକଣାକୁ ଠିକ୍ ଭାବେ ପାଳନ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ପାଇଁ ବନ୍ଦ ରହିବ। ଡିସେମ୍ବର ୩୧ ସକାଳ ୬ରୁ ଜାନୁଆରୀ ୨ ତାରିଖ ସନ୍ଧ୍ୟା ୮ଟା ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଆତଙ୍କ । ଏହିଠାରୁ ହିଁ ଦେଶର ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।
ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET କହିଛନ୍ତି।
କରୋନା ଟିକା ଦେବାକୁ ଯାଇ ହଟହଟ୍ଟା ହେଲେ ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ। ଗାଁଲୋକେ ସେମାନଙ୍କୁ ୬ ଘଣ୍ଟା ଅଟକ ରଖିଥିଲେ।
ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଓମିକ୍ରନ୍ ଆକ୍ରାନ୍ତ ଜଣକ UAE ଫେରନ୍ତା ବୋଲି ସୂଚନା ମିଳିଛି।
୬୦ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବୁଷ୍ଟର୍ ଡୋଜ୍ ନେବା ପାଇଁ ଲୋଡ଼ା ନାହିଁ କୌଣସି ମେଡିକାଲ୍ ସାର୍ଟିଫିକେଟ୍ ।
ICMR ଅନୁସାରେ ଯଦି ତୃତୀୟ ଲହର ଆସେ ତାହାଲେ ଓଡ଼ିଶାକୁ ଖୁବ୍ଶୀଘ୍ର ଆସିବ । ଫେବ୍ରୁଆରୀ ମାସ ଶେଷ ବେଳକୁ ଏହା ଶୀର୍ଷ ଛୁଇଁପାରେ, ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି ।
ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଯାବତ୍ ଦେଶରେ ୬୫୩ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମହାରାଷ୍ଟ୍ରରେ ସର୍ବାଧିକ ୧୬୭ ଜଣଙ୍କ ଠାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ।
ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଏବଂ ବରିଷ୍ଠ ନାଗରିକ ଯେଉଁମାନେ ଏପ୍ରିଲ ସୁଦ୍ଧା ଦ୍ୱିତୀୟ ଡୋଜ୍ ନେଇଥିବେ ସେମାନଙ୍କୁ ଜାନୁଆରୀ ୧୦ ତାରିଖରୁ ତୃତୀୟ ଡୋଜ୍ ବା ପ୍ରତିଷେଧମୂଳକ ଡୋଜ୍ ଦିଆଯିବ।
ଯଦି କରୋନାର ତୃତୀୟ ଲହର ଆସେ, ତା’ ହେଲେ ଖୁବ୍ଶୀଘ୍ର ଏହା ଓଡ଼ିଶାକୁ ଆସିପାରେ। ଫେବୃଆରୀ ମାସ ଶେଷ ବେଳକୁ ଏହା ପିକ୍ ସ୍ତରରେ ପହଞ୍ଚିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
କରୋନାରେ ସଂକ୍ରମିତ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏବେ ତାଙ୍କୁ କୋଲକାତାର ବୁଡଲେଣ୍ଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କୋଭିଡ ବିରୋଧୀ ଲଢ଼େଇରେ ଆଉ ଏକ ସଫଳତା ମିଳିଛି । ଆଉ ଦୁଇଟି ଟିକାକୁ ଅନୁମତି । କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ହେବା ପରେ ସିଏମସି ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି ।