• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଆରେ ନୂଆ ବର୍ଷା ପୂର୍ବରୁ ଲାଗିଲା କଟକଣା । ନୂଆ ବର୍ଷ ଅବସରରେ ଜାନୁଆରୀ ୩୧ରେ ଯେ, କୌଣସି ଉତ୍ସବକୁ ଯିବାକୁ ହେଲେ କୋଭିଡ୍ ନେଗେଟିଭ୍‌ର ସାର୍ଟିଫିକେଟ କିମ୍ବା ପୂର୍ଣ୍ଣ ଟିକାକରଣ ସାର୍ଟିଫିକେଟ ଦେଖାଇ ଲୋକେ ପାର୍ଟି କିମ୍ବା ନବବର୍ଷ ଉତ୍ସବରେ ଯୋଗ ଦେଇପାରିବେ । ଏନେଇ ଘୋଷଣା କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ । ବୁଧବାର ସଂଧ୍ୟାରେ ଏ ନେଇ ଗାଇଡଲାଇନ ଜାରି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜିରୋ ନାଇଟ ସେଲିବ୍ରେସନରେ ଯୋଗ ଦେଉଥିବା ଅତିଥି ମଧ୍ୟ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ସହ କୋଭିଡ୍‌ର ପୂର୍ଣ୍ଣ ଦୁଇଟି ଟିକା ନେଇଥିବା ଜରୁରୀ ରହିଛି । ଏ ନେଇ ସମସ୍ତ ତଥ୍ୟ ଆୟୋଜକ ନିଶ୍ଚିତ କରିବେ । ଗୋଆରେ ସମୁଦ୍ର ଉପକୂଳ ଅଂଚଳରେ ନାଇଟ କର୍ଫ୍ୟୁ ଜାରି କରାଯାଇନାହିଁ । ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଗୋଆ ସରକାର ।

ସେପଟେ ପୁଣି କାୟା ବିସ୍ତାର କଲାଣି କରୋନା । ମୁମ୍ବାଇରେ ସ୍ଥିତି ଅସମ୍ଭାଳ ! କ୍ଷିପ୍ର ଗତିରେ ବଢ଼ୁଛି ସଂକ୍ରମଣ । ମୁମ୍ବାଇରେ ଲମ୍ବା ଡିଆଁ ମାରିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୫୧୦ ଆକ୍ରାନ୍ତ ଚିହ୍ନଟ । ଗତକାଲି ଠାରୁ ୯୦ ପ୍ରତିଶତ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ । ଏହାସହ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି ।

ଅନ୍ୟପଟେ ଓମିକ୍ରନ୍ ଆତଙ୍କ ଓ କରୋନା ସଂକ୍ରମଣ ବୃଦ୍ଧି ଭିତରେ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରାଯାଇଛି । ପଜିଟିଭିଟି ରେଟ୍ ଲଗାତର ୨ ଦିନ ଧରି ୦.୫ ଉପରେ ରହିବା ପରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଅନୁସାରେ ବନ୍ଦ ରହିଛି ସ୍କୁଲ । ତେବେ ନିର୍ମାଣ କାମ ଜାରି ରହିବ । ପବ୍ଲିକ ଟ୍ରାନ୍ସପୋର୍ଟରେ ଅଧା ଯାତ୍ରୀ ସହ ଜାରି ହୋଇଛି ନାଇଟ୍ କର୍ଫ୍ୟୁ ା ସକାଳ ୧୦ରୁ ରାତି ୮ ଯାଏ ଜରୁରୀ ସାମଗ୍ରୀ ପାଇଁ ଦୋକାନ ବଜାର ଖୋଲା ରହିଛି । ବାର୍, ରେଷ୍ଟୁରାଣ୍ଟରେ ୫୦ ପ୍ରତିଶତ ଗ୍ରାହକଙ୍କୁ ଅନୁମତି ଦିଆଯାଇଛି ।

ତେବେ ବନ୍ଦ ରହିଛି ସିନେମା ହଲ୍ ଓ ମଲ୍ଟି ପ୍ଲେକ୍ସ । ଅଡିଟୋରିଅମ ବି ବନ୍ଦ । ସ୍ପା, ଜିମ୍ ମଧ୍ୟ ବନ୍ଦ । ୫୦ ପ୍ରତିଶତ କ୍ଷମତାରେ ଚାଲୁଛି ମେଟ୍ରୋ । ସୁଇମିଂ ପୁଲ, ସ୍ପୋର୍ଟସ କଂପ୍ଲେକ୍ସ ଷ୍ଟାଡିୟମ ବନ୍ଦ କରାଯାଇଛି । ବାହାଘର ଏବଂ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ୨୦ ଜଣ ଯୋଗ ଦେଇପାରିବେ । କୋଭିଡ ସହ ମୁକାବିଲା ପାଇଁ ଦିଲ୍ଲୀ ସରକାର ଏଥର ୧୦ ଗୁଣା ଅଧିକ ପ୍ରସ୍ତୁତି କରିଛି ବୋଲି ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ କହିଛନ୍ତି ।

ଦିଲ୍ଲୀ ମେଟ୍ରୋ ଓ ବସ୍‌ରେ ୫୦ ପ୍ରତିଶତ ଯାତ୍ରୀ କଟକଣା ଲାଗିବା ପରେ ଦିଲ୍ଲୀରେ ବିଗିଡ଼ିଲା ପରିସ୍ଥିତି । ଆଜି ସକାଳୁ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାର ଏକାଧିକ ମେଟ୍ରୋ ଷ୍ଟେସନ୍‌ରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି କି ମେଟ୍ରୋ ଷ୍ଟେସନ୍‌ରେ ଶହେ ମିଟର ଯାଏଁ ଲମ୍ବା ଧାଡ଼ି ରହିଛି । ଲୋକେ ମେଟ୍ରୋ ଧରି ଶୀଘ୍ର ଯିବା ପରିବର୍ତ୍ତେ, ବହୁ ସମୟ ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା । ବସ୍‌ଷ୍ଟାଣ୍ଡରେ ବି ପ୍ରାୟ ସମାନ ସ୍ଥିତି । ଦିଲ୍ଲୀ ସରକାରଙ୍କ ଦ୍ୱାରା ଚାଲୁଥିବା ବସ୍‌ରେ ଭିଡ଼ ଏଡ଼ାଇବାକୁ ପଦକ୍ଷେପ ନିଆଯାଇଛି । ହେଲେ ୫୦% ଲୋକ ଯିବାକୁ ନିୟମ ହୋଇଥିବାରୁ ବହୁ ଲୋକେ ଅପେକ୍ଷା କରି ରହିଥିଲେ ।