/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640709468.jpg)
Booster Dose
କରୋନା ଟିକାର ବୁଷ୍ଟର୍ ଡୋଜ୍ ବା ପ୍ରିକସନ୍ ଡୋଜ୍ ସଂପର୍କରେ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୬୦ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବୁଷ୍ଟର୍ ଡୋଜ୍ ନେବା ପାଇଁ ଲୋଡ଼ା ନାହିଁ କୌଣସି ମେଡିକାଲ୍ ସାର୍ଟିଫିକେଟ୍ । ଜାନୁଆରୀ ୧୦ ଠାରୁ ସେମାନଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବାକୁ ଥିବା ବେଳେ, ଦ୍ୱିତୀୟ ଡୋଜ୍ ନେବାର ୯ ମାସ ବା ୩୯ ସପ୍ତାହ ପରେ ଏହି ଟିକା ନେଇପାରିବେ । ତେବେ ଏହା ପୂର୍ବରୁ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଏସଂପର୍କରେ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।
ଏହି ଚିଠିରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ଯଥା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ବା ଫ୍ରଣ୍ଟଲାଇନ୍ ଓ୍ୱାର୍କର୍ ବର୍ଗରେ ସାମିଲ କରାଯାଇଛି । ୧୫ରୁ ୧୮ ବର୍ଷର କିଶୋରମାନେ ଟିକା ନେବା ପାଇଁ କୋ-ଓ୍ୱିନ୍ ପୋର୍ଟାଲ୍ରେ ପଞ୍ଜୀକରଣ କରିପାରିବେ । ଏଥିସହ ଟିକାକରଣ କେନ୍ଦ୍ରରେ ଓ୍ୱାକ୍-ଇନ୍ ରେଜିଷ୍ଟ୍ରେସନ୍ ସୁବିଧା ମଧ୍ୟ ରହିବ । ପ୍ରାପ୍ତ ବୟସ୍କ ଓ କିଶୋରଙ୍କ ଟିକା ଯେପରି ଭ୍ୟାକ୍ସିନେସନ୍ ସେଣ୍ଟରରେ ମିଶିନଯାଏ, ସେଥିପାଇଁ ଅଲଗା ଅଲଗା ସ୍ଥାନ ଓ ସେସନ୍ରେ ଟିକାକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)