• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Odisha Health Minister Naba Kisore Das Tests Positive For Covid-19
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ସେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

Coronavirus LIVE: India\'s daily Covid-19 tally crosses 1-lakh mark
ଦିନକରେ ଲକ୍ଷେ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ଦେଶରେ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Health Minister Naba Das
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

Night Curfew, Other Restrictions In Odisha From Today ॥ Check What’s Exempted, What\'s Not
ଘନେଇଲା ଓମିକ୍ରନ ଭୟ.. ଏବେ କେବଳ ୫୦ ପ୍ରତିଶତ ,

ରାଜ୍ୟରେ ଆଜିଠୁ ଲାଗୁ ହେବ ନୂଆ କରୋନା କଟକଣା... ସବୁ ସହରାଂଚଳରେ ରାତି ୯ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ... ହୋଟେଲ ଓ ବାରରେ ୫୦ ପ୍ରତିଶତଙ୍କୁ ଅନୁମତି... ବାହାଘରେ ଶହେ ଏବଂ ଶୁଦ୍ଧିକ୍ରିୟାରେ ସାମିଲ ହୋଇପାରିବେ ୫୦ ଜଣ... ସରକାରୀ ଅଫିସରେ କାମ କରିବେ ୫୦ ପ୍ରତିଶତ କର୍ମଚାରୀ...

Corona Cases In Odisha
ଓଡ଼ିଶାରେ କରୋନା ବିସ୍ଫୋରଣ: ଦିନକରେ ଚିହ୍ନଟ ହେଲେ ୨,୭୦୩ ପଜିଟିଭ୍‌

ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୨ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

New Covid Guidelines
ଆଜିଠୁ ଓଡ଼ିଶାରେ ନୂଆ କରୋନା କଟକଣା ଲାଗୁ, ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ ଆଜିଠୁ ନୂଆ କରୋନା କଟକଣା ଲାଗୁ। ଆଜିଠୁ ରାତି ୯ରୁ ସକାଳ ୫ ଯାଏ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ରାସ୍ତାକଡ଼ ଦୋକାନ ରାତି ୯ଟା ଯାଏ ଖୋଲିବ, କିନ୍ତୁ ଏକାସମୟରେ ସର୍ବାଧିକ ୫ ଜଣ ଗ୍ରାହକ ରହିବେ।

IHU variant in France
ଫ୍ରାନ୍ସରେ କରୋନାର IHU ଭ୍ୟାରିଆଣ୍ଟକୁ ନେଇ ଆତଙ୍କ

ଫ୍ରାନ୍ସର ବୈଜ୍ଞାନିକମାନେ କରୋନାର ଆଉ ଏକ ନୂତନ ପ୍ରକାର ଭ୍ୟାରିଆଣ୍ଟର ଆବିଷ୍କାର କରିଛନ୍ତି | ଅନୁସନ୍ଧାନକାରୀଙ୍କ ଅନୁଯାୟୀ, IHU ନୂତନ ପ୍ରକାର ଭ୍ୟାରିଆଣ୍ଟ ଯାହାକି ୪୬ ଥର ରୂପ ବଦଳାଇଲାଣି ।

Covid Infection
ରାଜ୍ୟ ହେଉ କି ଦେଶ, ତୃତୀୟ ଲହରରେ ହୁ ହୁ ମାଡୁଛି କରୋନା ସଂକ୍ରମଣ

ରାଜ୍ୟ ହେଉ କି ଦେଶ, ତୃତୀୟ ଲହରରେ ହୁ ହୁ ମାଡୁଛି କରୋନା ସଂକ୍ରମଣ। ଦେଶରେ ଦୈନିକ ପଜିଟିଭ୍ ସଂଖ୍ୟା ଆଜି ୯୦ ହଜାର ପାର କରିଥିବାବେଳେ ରାଜ୍ୟରେ ବି ୨ହଜାର ମୁହାଁ ହେଲାଣି। 

Covid Infection
ଦେଶରେ ବିସ୍ଫୋରଣ, ରାଜ୍ୟରେ ବି ଅସମ୍ଭାଳ

ଆଉ ୩ଦିନ ପରେ ରାଜ୍ୟରେ ଆରମ୍ଭ ହେବ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ଟିକାକରଣ। ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି-କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ। ୨ଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ପୁରୁଣା ତଥ୍ୟ ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ।

Salary And Job
ନୂଆ ଚାକିରିଆଙ୍କୁ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହିବା କଷ୍ଟ, ପଢ଼ନ୍ତୁ କ’ଣ ରହିଛି ଟ୍ରେଣ୍ଡ..

ବଡ଼ ଚାକିରିଆଙ୍କୁ ବଡ଼ ଦରମା ଦେବାରେ ଢେର ଆଗରେ ଏହି ରାଜଧାନୀ ସହର । ଏମିତି କିଛି ତଥ୍ୟର ଖୁଲାସା କରିଛି, ଦେଶର ପ୍ରମୁଖ ପ୍ଲେସ୍‌ମେଣ୍ଟ ସଂସ୍ଥା- ରାଣ୍ଡଷ୍ଟଡ ।

  • Thursday, 06 January 2022
Covid 5th Wave
ଦିଲ୍ଲୀ ଦେଖୁଛି କରୋନାର ପଞ୍ଚମ ଲହର ! ସଜାଗ ହେଲା ଓଡ଼ିଶା

ଦିଲ୍ଲୀରେ ସଂକ୍ରମଣକୁ ଦେଖି ଆଗୁଆ ପ୍ରସ୍ତୁତ ହେଲାଣି ଓଡ଼ିଶା। କୋଭିଡ୍‌ ଗାଇଡଲାଇନ କିପରି କଡ଼ାକଡ଼ି ପାଳନ କରାଯିବ, ଏନେଇ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

Covid Control Room
ସବୁ ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍‌, କେନ୍ଦ୍ରରୁ ଆସିଲା କଡ଼ା ନିର୍ଦ୍ଦେଶ

ଆକ୍ରାନ୍ତଙ୍କୁ ପରାମର୍ଶ ଦେବାକୁ ଅହୋରାତ୍ର କାମ କରିବ କଣ୍ଟ୍ରୋଲ ରୁମ୍ । ଆକ୍ରାନ୍ତଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ କଣ୍ଟ୍ରୋଲ ରୁମ୍‌କୁ ଆମ୍ବୁଲାନ୍ସ ଦିଆଯିବ ଓ ହୋମ୍ ଆଇସୋଲେସନରେ ଥିବା ସବୁ ଆକ୍ରାନ୍ତଙ୍କ ତଥ୍ୟ କଣ୍ଟ୍ରୋଲ ରୁମ୍ ବି ସଂଗ୍ରହ କରିବ ବୋଲି କୁହାଯାଇଛି ।

Corona
ଇଟାଲୀରୁ ଭାରତ ଆସିଥିଲା ବିମାନ, ୧୭୯ ରୁ ୧୨୫ ଯାତ୍ରୀ ପଜିଟିଭ୍‌

ବିମାନରେ ୧୭୯ ଜଣ ଯାତ୍ରୀ ଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ଅମୃତସରରେ କ୍ୱାରେଣ୍ଟିନ୍‌ରେ ରଖାଯାଇଥିବା ଅମୃତସର ଏୟାରପୋର୍ଟ ନିର୍ଦ୍ଦେଶକ ବି.କେ. ସେଠ୍ ସୂଚନା ଦେଇଛନ୍ତି ।

  • Thursday, 06 January 2022
health infrastructure to be impacted with more doctors testing covid 19 positive
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍‌ର ତିନି ଜଣ କର୍ମଚାରୀ କରୋନାରେ ସଂକ୍ରମିତ ଚିହ୍ନଟ

ମାଡ଼ି ଚାଲିଚି ମହାମାରୀ । ମେଡିକାଲ୍‌ରେ ପଶିଲା କରୋନା । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍‌ର ତିନି ଜଣ କର୍ମଚାରୀ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଏବଂ ଜଣେ ହସ୍ପିଟାଲ୍ ମ୍ୟାନେଜର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ସଂକ୍ରମିତ ସଙ୍ଗରୋଧରେ ଅଛନ୍ତି । ମିଳିଥିବା ସୂଚନା ମୁତାବକ, ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Bhubaneswar Airport
ଏୟାରପୋର୍ଟରେ ପାଦ ଥୋଇଲେ କରୋନା ଟେଷ୍ଟ ବାଧ୍ୟତାମୂଳକ !

ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ପୁଣି ଥରେ ଟେଷ୍ଟ କରିବା ବାଧ୍ୟତାମୂଳକ । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ ।

  • Thursday, 06 January 2022
Doctor
କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ସମେତ ୩ କର୍ମଚାରୀ କରୋନା ପଜିଟିଭ୍‌

ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଯଦି ଟ୍ରେଣ୍ଡ୍‌କୁ ଦେଖିବା ଅନ୍ୟ ସ୍ଥାନରେ ଯେଉଁଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇଛି ଆଗାମୀ ଦିନରେ ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

omicron
ଓମିକ୍ରନ୍ ଆଣିପାରେ ନୂଆ ଓ ଭୟଙ୍କର ଭ୍ୟାରିଆଣ୍ଟ୍ ! ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓମିକ୍ରନ୍ ଆଣିବ ନୂଆ ଭ୍ୟାରିଆଣ୍ଟ୍ ? ସ୍ଥିତି ଆହୁରି ଭୟାନକ୍ ହୋଇପାରେ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Covid Infection Infections will further rise in odisha
ଓଡ଼ିଶାରେ ଆଗକୁ ସଂକ୍ରମଣ ବଢ଼ିପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଏବେ ସୁଦ୍ଧା ରାଜ୍ୟରେ ସିଭିଅରିଟି ନାହିଁ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

Coronavirus
ଓଡ଼ିଶାରେ ପ୍ରଥମ-ଓମିକ୍ରନ୍‌ ମୃତ୍ୟୁ !

ରାଜ୍ୟରେ ପ୍ରଥମ-ଓମିକ୍ରନ୍‌ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି। 

Containment Zone
ଭୁବନେଶ୍ୱରରେ ଆଉ ୪ ସ୍ଥାନ କଣ୍ଟେନମେଣ୍ଟ ଜୋନ୍

ଗତକାଲି BMCରେ ୧୦ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

With 1,897 Covid-19 Cases In A Day, Odisha Sees Biggest Spike In 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୯୧ ରହିଛି। ସେହିପରି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୭କୁ ବୃଦ୍ଧି ପାଇଛି।

Teenagers Vaccination
ସାରା ଦେଶରେ କିଶୋର ମାନଙ୍କୁ ଭ୍ୟାକ୍ସିନ ଦିଆଯାଉଥିବାର କିଛି ଚିତ୍ର

ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଦେଶରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି। ଟିକା ନେଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଦେଇଛନ୍ତି।

covid19
ଲକ୍ଷେ ମୁହାଁ ହେଲାଣି ସଂକ୍ରମଣ: ଦିନକରେ ୯୦ ହଜାର ୯୨୮ ପଜିଟିଭ

ଦେଶରେ କରୋନା ସ୍ଥିତି ସାଂଘାତିକ ହେଲାଣି । ଲକ୍ଷେ ମୁହାଁ ଆଡକୁ ଗଲାଣି ଦୈନିକ ସଂକ୍ରମଣ । ଗତକାଲିଠାରୁ ପ୍ରାୟ ଆଜି ପ୍ରାୟ ଦେଢ଼ଗୁଣା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୯୦ ହଜାର ୯୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲି ଅପେକ୍ଷା ପ୍ରାୟ ଦେଢ଼ ଗୁଣା ।

Coronavirus
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ୨୪ ଘଣ୍ଟାରେ ୧,୮୯୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୬୯

ଆଜି ବି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Omicron Death
ଦେଶରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନ ଉଦୟପୁରରେ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଜ ଜଣକ ଜଣେ ୭୩ ବର୍ଷୀୟ ବୃଦ୍ଧ । ତେବେ ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।