• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ପଟେ କରୋନା ସଂକ୍ରମଣ ଭୟ ଗ୍ରାସ କରୁଥିବା ବେଳେ ଅନ୍ୟପଟେ ଓମିକ୍ରନ୍‌ ଭ୍ୟାରିଆଣ୍ଟ ବି ଡରାଉଛି । ତେଣୁ ଭିତରେ ଶୀତ ଦିନେ ବା ପର୍ଯ୍ୟଟନ ଋତୁରେ ବନ୍ଦ ହେଉଛି ପର୍ଯ୍ୟଟନସ୍ଥଳି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।

ତେବେ ସବୁଠାରୁ ବଡ଼ କଥା ହେଲା ଡିସେମ୍ବର ୩୦ରୁ ଜାନୁଆରୀ ୩ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ ପାଇଁ ନିଷ୍ପତି ହୋଇଛି । ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖାଯିବାକୁ ଏଭଳି ବଡ଼ ନିଷ୍ପତ୍ତି ନେଇଛି ପ୍ରଶାସନ । ଓମିକ୍ରନ୍ ସଂକ୍ରମଣରେ ରୋକ୍ ପାଇଁ ଏହାକୁ ବନ୍ଦ ରଖିବାକୁ ନିର୍ଦେଶ ରହିଛି । ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବ ।

ଆଗକୁ ନୂଆ ବର୍ଷ ଆସୁଛି । ନୂଆ ‍ବର୍ଷରେ ନନ୍ଦନକାନନରେ ଅହେତୁକ ଭିଡ଼ ଦେଖିବାକୁ ମିଳିବ । ଆଉ ଭିଡ଼ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି । ତେଣୁ କିପରି ସଂକ୍ରମଣକୁ ରୋକାଯାଇ ପାରିବ, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନନ୍ଦନକାନନ ସମେତ ବଟାନିକାଲ ଗାର୍ଡେନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ନନ୍ଦନକାନନ ଜୈବ ଉଦ୍ୟାନ ଆଜି ୬୨ ବର୍ଷରେ ପାଦ ଥାପିଛି । ଏହି ଅବସରରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିସହ ପ୍ରତିଷ୍ଠା ଉତ୍ସବ ଅବସରରେ ନାଁ ପାଇଛନ୍ତି ନବଜାତ ୬ ବାଘ ଛୁଆ ବାଘୁଣୀ । ମେଘାର ୩ ଶାବକଙ୍କୁ ସୋହିନୀ, ବିବେକ ଓ ଅଭୟ ଏବଂ ବାଘୁଣୀ ବିଜୟାର ୩ ଶାବକଙ୍କୁ ରକି, ବଂଶୀ ଓ ରକେଶ ଭାବେ ନାମିତ କରାଯାଇଛି । ୬ଟି ଯାକ ବାଘଛୁଆ ସୁସ୍ଥ ଅଛନ୍ତି ଏବଂ ଆସନ୍ତା ମଙ୍ଗଳବାରଠୁ ସେମାନଙ୍କୁ ଖୁଆଡ଼କୁ ଛଡ଼ାଯିବ ବୋଲି ସୂଚନା ମିଳିଛି ।

ଗତବର୍ଷ ନନ୍ଦନକାନନକୁ ୯ଟି ଜନ୍ତୁ ଅନ୍ୟ ରାଜ୍ୟରୁ ଆସିଥିବା ବେଳେ ଏଠାରୁ ୬ଟି ଜନ୍ତୁ ବାହାରକୁ ଯାଇଛନ୍ତି । ୨୭୩ଟି ଜନ୍ମ ହୋଇଛନ୍ତି ଏବଂ ବିଭିନ୍ନ କାରଣରୁ ୭୪ଟି ଜୀବଙ୍କ ଜୀବନ ଯାଇଛି । ଚଳିତବର୍ଷ ରୋପ୍ ୱେ ଓ ଟୟ୍ ଟ୍ରେନ୍‌କୁ ପୁନଃ କାର୍ଯ୍ୟକ୍ରମ କରାଯିବା ସହ ପାର୍କିଂ ବ୍ୟବସ୍ଥା ସଂପୂର୍ଣ୍ଣ ହେବ ଏବଂ ଖୁଆଡ଼ ସୌନ୍ଦର୍ଯ୍ୟକରଣ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।