/odishatv-khabar/media/post_attachments/uploadimage/library/16_9/16_9_0/ss_1640677160.jpg)
Possible third wave
ଭୁବନେଶ୍ୱର: ଆସନ୍ତା ବର୍ଷ ଫେବୃଆରୀରେ ଶୀର୍ଷରେ ପହଞ୍ଚି ପାରେ କରୋନାର ତୃତୀୟ ଲହର। ଏନେଇ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାକୁ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା।
ICMR ଆକଳନ ଅନୁଯାୟୀ, ଯଦି କରୋନାର ତୃତୀୟ ଲହର ଆସେ, ତା’ ହେଲେ ଖୁବ୍ଶୀଘ୍ର ଏହା ଓଡ଼ିଶାକୁ ଆସିପାରେ। ଫେବୃଆରୀ ମାସ ଶେଷ ବେଳକୁ ଏହା ପିକ୍ ସ୍ତରରେ ପହଞ୍ଚିପାରେ।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତୁତ ଅଛୁ। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି। ପେଡିଆଟ୍ରିକ୍ ବିଭାଗକୁ ବି ପ୍ରସ୍ତୁତ ରଖାଯାଇଛି । ଅକ୍ସିଜେନ ଓ ମେଡ଼ିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି। ଏହାସହ ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଆସନ୍ତା ୧୦ ତାରିଖରୁ କଟକ ମହାନଗରରେ ପ୍ରିଭେଣ୍ଟିଭ୍ ଡୋଜ୍ ବା ବୁଷ୍ଟର ଡୋଜ୍ ଦିଆଯିବ। ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇ ସାରିଥିବା ୬୦ ବର୍ଷରୁ ଅଧିକ ଓ ବହୁରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରିଭେଣ୍ଟିଭ୍ ଡୋଜ୍ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ନିୟମାବଳୀ ପ୍ରସ୍ତୁତ ପରେ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ କେଉଁ ସ୍ଥାନରେ ଟିକା ଦିଆଯିବ, ସେନେଇ ଅନୁଧ୍ୟାନ ଚାଲିଛି ବୋଲି କଟକ ମହାନଗର ନିଗମର ଡେପୁଟି କମିଶନର ଅବିନାଶ ରାଉତ କହିଛନ୍ତି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୯୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୬୩ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୦ ଜଣ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)