/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640851785.jpg)
Covid Positive
ଚାରି ଚାରି ଥର ଭ୍ୟାକ୍ସିନେଟେଡ୍ ହେବା ପରେ ବି କରୋନା ପଜିଟିଭ୍ ଚିହ୍ନଟ ହେଲେ ଜଣେ ମହିଳା । ଏଭଳି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଇନ୍ଦୋର ଏୟାରପୋର୍ଟରେ ଦେଖିବାକୁ ମିଳିଛି । କୋଭିଡ ପଜିଟିଭ୍ ବାହାରିବାରୁ ତାଙ୍କର ଦୁବାଇ ଯାତ୍ରାକୁ ବାରଣ କରାଯାଇଥିବା କଥା ଏୟାରପୋର୍ଟ ଅଧିକାରୀ କହିଛନ୍ତି । ମହିଳା ଜଣକ ଚାରି ଥର ଭ୍ୟାକ୍ସିନ ନେବା କଥା କହୁଥିବାର ଶୁଣିବାକୁ ମିଳୁଛି ।
ଜଣେ ୩୦ ବର୍ଷିୟ ମହିଳା ଯିଏକି ଚାରିଥର ବିଭିନ୍ନ ଦେଶରୁ ଭ୍ୟାକ୍ସିନେଟେଡ ହେବା ପରେ ମଧ୍ୟ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଏୟାରପୋର୍ଟରୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇନ୍ଦୋରର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ(CHMO)ଙ୍କ କହିବାନୁଯାୟୀ ମହିଳା ଜଣକ ଗୋଟିଏ ଦିନ ପୂର୍ବରୁ କୋଭିଡ୍ ନେଗେଟିଭ ଚିହ୍ନଟ ହୋଇଥିଲେ ।
ମହିଳା ଜଣକ ୧୨ଦିନ ପୂର୍ବରୁ ଇନ୍ଦୋରରେ ପହଞ୍ଚିଥିଲେ ଏବଂ ଦୁବାଇକୁ ଫେରୁଥିବାବେଳେ ବିମାନବନ୍ଦରରେ ତାଙ୍କୁ କୋଭିଡ୍-୧୯ ସଂକ୍ରମିତ ହୋଇଥିବା କଥା ଜଣାପଡିଥିଲା । ମହିଳାଙ୍କୁ ନିୟମ ଅନୁଯାୟୀ RTPCR ଟେଷ୍ଟ କରାଯାଇଥିଲା । ସେ କୋଭିଡ ପଜିତିଭ ବାହାରିବାରୁ ତାଙ୍କୁ ବିମାନରେ ଯିବା ପରିବର୍ତ୍ତେ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା । ସେଠାରେ ତାଙ୍କ ପାଖରୁ ଜଣା ପଡିଥିଲା ଯେ ସେ ଜାନୁଆରୀ ରୁ ଅଗଷ୍ଟ ମଧ୍ୟରେ ୪ ଥର ଭ୍ୟାକ୍ସିନ୍ ନେଇସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)