ହରିୟାଣା ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ ଇତ୍ୟାଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ କରିବେ । ଜାନୁଆରୀ ୧୨ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି ।
ମହାରାଷ୍ଟ୍ରରେ କରୋନା ପିକ୍ ନେଲାଣି। ଦିନକୁ ଦିନ କରୋନା ଗ୍ରାଫ୍ ଉପରକୁ ବଢୁଥିବାରୁ ମହାରାଷ୍ଟ୍ରରେ ହାଇ ଆଲର୍ଟରେ।
କରୋନା ପାଇଁ ବାଥରୁମ୍ରେ ୫ ଘଣ୍ଟା ବିତାଇଲେ ମହିଳା । ପଜିଟିଭ୍ ଚିହ୍ନଟ ହେବା ପରେ ନିଜକୁ ଆଇସୋଲଟ୍ କରିବାକୁ ବାଥରୁମରେ ତାଙ୍କୁ ସମୟ ବିତାଇବାକୁ ପଡ଼ିଲା ।
କରୋନା ବଢ଼ୁଥିବାରୁ ତେଲେଙ୍ଗାନାରେ ଲାଗିଲା କଟକଣା । ମାସ୍କ ନପିନ୍ଧିଲେ ୧ ହଜାର ଟଙ୍କା ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ।
୨୦୨୨ ରେ ଅନ୍ତ ହୋଇଯିବ କରୋନା ମହାମାରୀ । ନୂଆ ବର୍ଷକୁ ସ୍ୱାଗତ କରୁ କରୁ ଆଶ୍ୱସ୍ତିକର ଖବର ଦେଲା ଡବ୍ଲୁଏଚଓ (World Health Organization) ।
୨ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କରୋନା ବଢ଼ୁଛି, ଭୟ ବଢ଼ୁଛି । ଦେଶକୁ ଆସିଲା କି ତୃତୀୟ ଲହରୀ ? ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମଣ ।
ଦିନକରେ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ପରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।
ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଥଣ୍ଡା, କାଶ ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ, ପଜିଟିଭ ହେଲେ ଜିନମ୍ ସିକ୍ୟୁଏନ୍ସିଂ କରିବାକୁ ପରାମର୍ଶ ।
ଦେଶରେ ଦୈନିକ କରୋନା ସଂକ୍ରମଣରେ ଆଜି ଲମ୍ବ ଡିଆଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୭୭୫ କରୋନା ଆକ୍ରାନ୍ତ ଚିହ୍ନଟ । ଅନ୍ୟପଟେ ଦେଶରେ ଦିନକରେ ୪୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬କୁ ବୃଦ୍ଧି ପାଇଛି । ଦେଶରେ ଏବେ ଆକ୍ଟିଭ୍ କେସ୍ ୧ ଲକ୍ଷ ୦୪ ହଜାର ୭୮୧ ରହିଥିବା ବେଳେ ଏବେ ସୁଦ୍ଧା ସୁସ୍ଥ ହେଲେଣି ୩ କୋଟି ୪୨ ଲକ୍ଷ ୭୫ ହଜାର ୩୧୨ ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଏବେ ମୋଟ ୧୪୩୧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଦ୍ରୁତ ଗତିରେ ଏହି ଭ୍ୟାରିଏଣ୍ଟ ବଢ଼ିବାରେ ଲାଗିଛି ।
ନୂଆବର୍ଷରୁ ନୂଆ ନିୟମ, ଜାଣନ୍ତୁ କାଲିଠୁ କେଉଁ କେଉଁ ନିୟମରେ ହେଲା ପରିବର୍ତ୍ତନ?…
ଧୀରେ ଧୀରେ କଟକଣା କୋହଳ ହେଉଥିଲା । ସାଧାରଣ ଜନଜୀବନ ସ୍ୱଭାବିକ ହେଉଥିଲା । କିଣାବିକା, ଦୋକାନ, ବଜାର ସବୁ ଠିକ୍ ଠିକା ଚାଲିଥିଲା । ସମସ୍ତେ ଆଶା କରୁଥିଲେ ନୂଆ ବର୍ଷ ଏଥର ଧୁମଧାମରେ ପାଳନ ହେବ । ହେଲେ ଓମିକ୍ରନ ପାଇଁ ସବୁ ମଉଳିଗଲା ।
କରୋନାର ସାମାନ୍ୟ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ କେନ୍ଦ୍ର ସରକାର କହିଛି। ଏନେଇ ସବୁ ମୁଖ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି। ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ କରିବାକୁ ପରାମର୍ଶ ଦିଆଯାଇଛି।
ଅଧିକାଂଶ ଦେଶ କରୋନା ଜାଲରେ ଫସି ଆଉଟୁ ପାଉଟୁ ହେଉଛନ୍ତି । ସେଠାରେ ହୁହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣ । ତେଣୁ ଦେଶମାନେ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ କରୁଛନ୍ତି ।
ଶୁକ୍ରବାର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୭୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ, ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସଂକ୍ରମିତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି ।
ଚିନ୍ତା ବଢ଼ାଉଛି ଓମିକ୍ରନ୍ । ଦେଶରେ ଗତକାଲି ୧୩ ହଜାର ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ହଜାର ୭୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି ।
ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ। ତେବେ ଏହି କଟକଣା ସମୟରେ ଜରୁରୀ ସେବାକୁ ସରକାର ବାଦ୍ ଦେଇଛନ୍ତି।
ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍ । ଦେଶରେ ହଜାରେ ଟପିଲା ଓମିକ୍ରନ ସଂକ୍ରମଣ। ଦେଶରେ ଏପର୍ଯ୍ୟନ୍ତ ୧୨୭୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରେ ୩୨୦ ଚିହ୍ନଟ ହୋଇଛନ୍ତି ।
ଏଣେ ଦେଶରେ ବି ହୁ ହୁ ମାଡ଼ି ଚାଲିଛି ଓମିକ୍ରନ। ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ମୁହାଁ ହୋଇଥିବାବେଳେ ଏପଟେ କରୋନାର ଦୈନିକ ପଜିଟିଭ୍ ଗ୍ରାଫ୍ ବି ହଠାତ୍ ଦୁଇ ଦିନରେ ଦୁଇଗୁଣା ହୋଇଛି।
ହୋଟେଲ, ମଲ, କଲ୍ୟାଣ ମଣ୍ଡବ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏମିତିକି ବାର୍ଷିକ ଉତ୍ସବ ମଧ୍ୟ ଆୟୋଜନ ହୋଇପାରିବ ନାହିଁ।
ରାଜ୍ୟରେ ଆଜି ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ILS ପକ୍ଷରୁ ସୂଚନା ଦିଆଯାଇଥିଲା। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ୫ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା।
ଆବଶ୍ୟକ ସ୍ଥଳରେ କଟକଣାକୁ ଅଧିକ କଡାକଡି କରାଯିବ। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।
ଟିକା ପାଇଁ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପାଖକୁ SMS ଆସିବ। ଜାନୁଆରୀ ୧୦ରୁ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ।