• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର ପରେ କଟକ ସହରକୁ ଫେରିଲା କଣ୍ଟେନ୍‌ମେଣ୍ଟ । ନୂଆ ରାଉସାପାଟଣା ଗୋପବନ୍ଧୁ ବିହାରରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ । ଗୋପବନ୍ଧୁ ବିହାରର ଗୋଟିଏ ପରିବାରର ୬ ଜଣ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କଲା CMC ।

କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ହେବା ପରେ ସିଏମସି ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି । ପରିବାରର କୌଣସି ସଦସ୍ୟ ବାହାରକୁ ଯାଇପାରିବେ ନାହିଁ କି କେହି ଏମାନଙ୍କ ଘରକୁ ଆସିପାରିବେ ନାହିଁ । ପରିବାର ଲୋକଙ୍କୁ ସିଏମ୍‌ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ । ଏପରିକି ପରିବାର ପାଇଁ ଯୋଗାଣ ଓ ସ୍ୱାସ୍ଥ୍ୟବସ୍ଥା ଦାୟିତ୍ୱରେ ସିଏମସିର କର୍ତ୍ତୃପକ୍ଷ ରହିବେ ।

ସିଏମସିର ୱାର୍ଡ ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ ଯୋଗାଣ ଦାୟିତ୍ୱରେ ରହିବେ । ସେହିପରି ବିପ୍ଳବ କୁମାର ସ୍ୱାଇଁ କଣ୍ଟେନମେଣ୍ଟ ଜୋନ୍ ଭିତରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି ।

କିଛି ଦିନ ତଳେ ମେରିଆ ବଜାର ଅଞ୍ଚଳର ଗୋଟିଏ ପରିବାରର ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ଆଜି ମେରିଆ ବଜାର ନିକଟରେ ଥିବା ନୂଆ ରାଉସାପାଟଣାରୁ ମଧ୍ୟ ଗୋଟିଏ ପରିବାରର ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କଟକ ଭଳି ଜନଗହଳି ପୂର୍ଣ୍ଣ ସହଜରେ କରୋନା ସଂକ୍ରମଣ ବ୍ୟାପିବା ନିଶ୍ଚିତ ଭାବେ ସିଏମସି ପାଇଁ ଚିନ୍ତାର ବିଷୟ । ଏପରି ସ୍ଥିତିରେ ସିଏମସି ଏଭଳି ଘଟଣାକୁ ହାଲୁକା ଭାବେ ନନେଇ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।

 

ଏହା ପୂର୍ବରୁ ଭୁବନେଶ୍ୱରର ତିନୋଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା ବିଏମସି।