/odishatv-khabar/media/post_attachments/uploadimage/library/16_9/16_9_0/school-students_1626761572.jpg)
school students
ରାଜ୍ୟରେ ସ୍କୁଲ୍ ଖୋଲିବା ନିଷ୍ପତ୍ତି ବଦଳିପାରେ। ଏନେଇ DMET ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇଥିଲେ। ସେତେବେଳେ ଓମିକ୍ରନ୍ ଆସିନଥିଲା କିମ୍ବା ସଂକ୍ରମିତ ସଂଖ୍ୟା ବଢ଼ି ନଥିଲା। ହେଲେ ଏବେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET କହିଛନ୍ତି।
ଆଜି ରାଜ୍ୟରେ ଓ ଜାତୀୟ ସ୍ତରରେ ସଂକ୍ରମଣ ବଢ଼ିଛି। ତେଣୁ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି DMET କହିଛନ୍ତି।
ସୂଚନାଥାଉ କି, କରୋନା ସଂକ୍ରମଣ ପାଇଁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ବନ୍ଦ ରହିବା ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ନିକଟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଲାଗି ନିଷ୍ପତ୍ତି ହୋଇଥିଲା। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ ବୋଲି ଜଣାପଡ଼ିଥିଲା। ଏସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ହେଲେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET କହିଛନ୍ତି।
ସେପଟେ ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଚିହ୍ନଟ ନୂଆ ଓମିକ୍ରନ୍ ଆକ୍ରାନ୍ତ ଜଣକ UAE ଫେରନ୍ତା ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)