• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦ୍ରୁତ ବେଗରେ ସଂକ୍ରମଣ କରୁଛି ଓମିକ୍ରନ

  • ମୁମ୍ବାଇରେ ଆକ୍ଟିଭ କେସ୍ ୮ ହଜାର ୬୦

  • ଦିଲ୍ଲୀରେ ଗୋଟିଏ ଦିନରେ ୯୨୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ମଧ୍ୟ କରୋନା ସ୍ଥିତି ଗମ୍ଭୀର ହେଲାଣି । ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଦ୍ରୁତ ବେଗରେ ମାଡ଼ି ମାଡ଼ି ଚାଲଛି । ଗତକାଲି ୯ ହଜାର ୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୩ ସପ୍ତାହ ଭିତରେ ଏହା ହେଉଛି ସର୍ବାଧିକ । ସେହିପରି ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ମୁମ୍ବାଇ ଓ ଦିଲ୍ଲୀ ପରି ବଡ଼ ବଡ଼ ସହରେ ସ୍ଥିତି ସଂଗୀନ ଆଡ଼କୁ ଗତି ଗଲାଣି । ମୁମ୍ବାଇରେ ଆକ୍ଟିଭ କେସ୍ ଏବେ ୮ ହଜାର ୬୦ରେ ପହଞ୍ଚିଲାଣି ।

ଦିଲ୍ଲୀରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯୨୩ ଆକ୍ରାନ୍ତ । ସେଠାରେ ଆକ୍ଟିଭ କେସ୍ ୨ ହଜାର ୧୯୧ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ଓମିକ୍ରନ ସର୍ବାଧିକ ୨୫୨, ଦିଲ୍ଲୀରେ ୨୩୮ ଓ ୯୭ ସହିତ ଗୁଜରାଟ ତୃତୀୟ ସ୍ଥାନରେ ଅଛି । ଦେଶରେ ଏବେ ଆକ୍ଟିଭ କେସ୍ ଅଛି ୭୭ ହଜାର ଉପରେ । କରୋନାର ଏପରି ଦ୍ରୁତ ସଂକ୍ରମଣ ଦେଖି ତୃତୀୟ ଲହର ଦ୍ୱାର ଦେଶରେ ପହଞ୍ଚିଗଲାଣି କି ବୋଲି ଆଶଙ୍କା କରାଯାଉଛି ।

ସେପଟେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ବର୍ତ୍ତମାନର ତଥ୍ୟ ଅନୁସାରେ ଓମିକ୍ରନ ଏକ ସାଧାରଣ ସଂକ୍ରମଣ । ହୁଏତ ଏଥିରେ ଆକ୍ରାନ୍ତ ବ୍ୟକ୍ତିକୁ ଅକ୍ସିଜେନ ଦରକାର ହେବ ନାହିଁ । ତେଣୁ କେହି ମଧ୍ୟ ଅକ୍ସିଜେନ କି ଜରୁରୀ ଔଷଧକୁ ଅଯଥାରେ ମହଜୁଦ କରି ରଖନ୍ତୁ ନାହିଁ । ଏଥର କରୋନା ମୁକାବିଲା ପାଇଁ ଆମେ ଯଥେଷ୍ଟ ପ୍ରସ୍ତୁତ ଥିବା ମଧ୍ୟ ଗୁଲେରିଆ ସାରା ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଗୁଲେରିଆ ।

ଅନ୍ୟପଟେ କରୋନା ବଢ଼ିବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ ଟା ଯାଏ ଏହି କଟକଣା ଲାଗୁ କରିଛନ୍ତି ସରକାର । ରାତିରେ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମହାରାଷ୍ଟ୍ର ଓ ମୁମ୍ବାଇରେ ସଂକ୍ରମଣ ବଢୁଥିବାରୁ ୟୁଏଇରୁ ଆସୁଥିବା ମୁମ୍ବାଇବାସୀଙ୍କୁ ୭ ଦିନ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମୁମ୍ବାଇରେ ପହଞ୍ଚିବା ମାତ୍ରେ ସେମାନଙ୍କ ଆରଟିପିସିଆର ଟେଷ୍ଟ କରାଯିବ ।

ରାଜସ୍ଥାନ ସରକାର ମଧ୍ୟ ଏକ କଡ଼ା ନିୟମ କରିବାକୁ ଯାଉଛନ୍ତି । ସର୍ବସାଧାରଣ ସ୍ଥାନକୁ ଗଲେ କୋଭିଡ ଟିକାକରଣ ବାଧ୍ୟତାମୂଳକ ନ ହେଲେ ସଂପୃକ୍ତ ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ ଯାଇପାରିବ ନାହିଁ । ଏହି ପ୍ରସ୍ତାବକୁ ରାଜସ୍ଥାନ କ୍ୟାବିନେଟ ଅନୁମୋଦନ କରିଛି । ତା ସହିତ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁହେବ ।