• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ଦାଦାଙ୍କୁ କରୋନା । ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly)ଙ୍କୁ କରୋନା ସଂକ୍ରମିତ (Corona Positive) ଚିହ୍ନଟ ହୋଇଛନ୍ତି । ୪୯ ବର୍ଷୀୟ ସୌରଭ ଗାଙ୍ଗୁଲିଙ୍କୁ କୋଲକାତାର ବୁଡଲେଣ୍ଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ତାଙ୍କୁ ଅବଜରଭେସନ୍‌ରେ ରଖିଛନ୍ତି । ବର୍ତ୍ତମାନ ତାଙ୍କ ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଯାଇଛି, ଯଦ୍ୱାରା ଓମିକ୍ରନ୍ ଭାରି‌ଆଣ୍ଟର ଯାଞ୍ଚ ହୋଇପାରିବ । କରୋନାର ଓମିକ୍ରନ୍ ଭାରିଆଣ୍ଟ ବଢ଼ୁଥିବା ବେଳେ ଏହି ଖବର ଚିନ୍ତାଜନକ । ଚଳିତ ବର୍ଷ ଆରମ୍ଭରେ ମଧ୍ୟ  ଅସୁସ୍ଥତା ହେତୁ ସୌରଭ ଗାଙ୍ଗୁଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।

ଜାନୁୟାରୀ ୨୦୨୧ରେ ସୌରଭ ଗାଙ୍ଗୁଲିଙ୍କର ହୃଦଘାତ ହୋଇଥିଲା, ଆଉ ଏଥିପାଇଁ ତାଙ୍କୁ କିଛି ଦିନ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଉ ସେହି ସମୟରେ ସୌରଭ ଗାଙ୍ଗୁଲିଙ୍କର ଗୋଟିଏ ମାସରେ ଦୁଇଥର ଆଞ୍ଜିଓପ୍ଲାଷ୍ଟି (angioplasty ) କରିବାକୁ ପଡିଲା । ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହାର୍ଟରେ ତିନିଟି ବ୍ଲକେଜ୍ ହୋଇଥିବା ଜଣାପଡ଼ିଥିଲା । ତେବେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ଓ ନିରନ୍ତର କାମ କରୁଥିଲେ । ହେଲେ ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ନିକଟରେ ଟିମ୍ ଇଣ୍ଡିଆରେ ଅଧିନାୟକ ପଦକୁ ନେଇ ବିବାଦ ଦେଖାଦେଇଥିବା ସମୟରେ ସୌରଭ ଗାଙ୍ଗୁଲି କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସିଛନ୍ତି । କିଛି ସମୟ ପୂର୍ବରୁ ଯେତେବେଳେ ବିରାଟ କୋହଲିଙ୍କୁ ODI ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା, ସେତେବେଳେ ସୌରଭ ଗାଙ୍ଗୁଲି ଏସପର୍କରେ ଏକ ବିବୃତି ଦେଇଥିଲେ । ବିରାଟଙ୍କୁ ଟି -20 ର ଅଧିନାୟକ ପଦ ନଛାଡିବାକୁ କହିଥିଲେ, କିନ୍ତୁ ସେ ଏଥିରେ ସହମତ ହୋଇନଥିଲେ ବୋଲି କହିଥିଲେ ।