• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନ୍‌କୁ ବ୍ୟବହାର ପାଇଁ ଅନୁମତି । କୋଭିଡ୍ ବିରୋଧୀ ଲଢ଼େଇରେ ଦେଶକୁ ଆଉ ଏକ ସଫଳତା ମିଳିଛି । ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଉ ଦୁଇଟି ଟିକାକୁ ଅନୁମତି ଦିଆଯାଇଛି । ଦେଶର ସେଣ୍ଟ୍ରାଲ୍ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India)ର କୋଭିଡ୍ ଟିକା (Covid Vaccine)  କୋଭୋଭାକ୍ସ  (Covovax) ଏବଂ ବାୟୋଲୋଜିକାଲ୍ ଇ କମ୍ପାନୀର ଟିକା କୋର୍ବେଭାକ୍ସ (Corbevax) କୁ କିଛି ସର୍ତ୍ତ ସହିତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିସ କରିଛି ।

ସେହିପରି ଆଣ୍ଟି ଭାଇରାଲ ଡ୍ରଗ୍ ମୋଲନୁପିରାଭିରର ଜରୁରୀ ବ୍ୟବହାର ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । କୋଭିଡ -19 ରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (CDSCO) ର ସବଜେକ୍ଟ ଏକ୍ସପର୍ଟ କମିଟି (SEC) ଜରୁରୀକାଳୀନ ପରିସ୍ଥିତିରେ ଦେଶରେ କୋଭିଡ ଡ୍ରଗ୍ ମୋଲନୁପିରାଭିରର ନିୟନ୍ତ୍ରିତ ବ୍ୟବହାରକୁ ସୁପାରିସ କରାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ କୋଭିଡ୍ ୧୯ର ବୟସ୍କ ରୋଗୀଙ୍କ ଉପରେ ଏହି ଔଷଧର ବ୍ୟବହାର କରାଯାଇପାରିବ । ଏହାସହ ଯେଉଁମାନଙ୍କ ଠାରେ ରୋଗର ଭୟ ଅଧିକ ସେମାନଙ୍କ ମଧ୍ୟ ଏହି ଔଷଧ ଦିଆଯାଇ ପାରିବ ।

ଅନ୍ୟପଟେ ସମସ୍ତ ସୁପାରିସକୁ ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୁ ପଠାଯାଇଛି । ସୋମବାର ଜରୁରୀକାଳୀନ ପରିସ୍ଥିତିରେ ଟିକା ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (SII) ଆବେଦନକୁ ଦ୍ୱିତୀୟ ଥର ସମୀକ୍ଷା କରିଥିବା CDSCO ବିଶେଷଜ୍ଞ କମିଟି ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ପରେ କୋଭୋଭ୍ୟାକ୍ସ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ।