Advertisment

କରୋନା ଟିକା ଦେବାକୁ ଯାଇ ଅଙ୍ଗନବାଡ଼ି ଦିଦି, ଆଶାକର୍ମୀ ହଟହଟ୍ଟା; ୬ ଘଣ୍ଟା ଅଟକ ରଖିଲେ ଗାଁ ଲୋକେ

କରୋନା ଟିକା ଦେବାକୁ ଯାଇ ହଟହଟ୍ଟା ହେଲେ ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ। ଗାଁଲୋକେ ସେମାନଙ୍କୁ ୬ ଘଣ୍ଟା ଅଟକ ରଖିଥିଲେ।

author-image
Rajalaxmi Sahoo
Covid Vaccination Team Detained By Villagers

Covid Vaccination Team Detained By Villagers

ଉଦଳା: କରୋନା ଟିକା ଦେବାକୁ ଯାଇ ହଟହଟ୍ଟା ହେଲେ ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ। ଗାଁଲୋକେ ସେମାନଙ୍କୁ ୬ ଘଣ୍ଟା ଅଟକ ରଖିଥିଲେ। ଶେଷରେ ବିଡିଓ, ତହସିଲଦାର ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେମନଙ୍କୁ ଉଦ୍ଧାର କରିଥିଲେ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ବଡ଼ଖମଣ ପଞ୍ଚାୟତ ଅନ୍ତର୍ଗତ ତାଳସେରୀ ଗାଁରେ ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। 

Advertisment

ସୂଚନା ଅନୁସାରେ, ଗତକାଲି ତାଳସେରୀ ଗାଁରେ ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି କ୍ୟାମ୍ପ୍ କରି ଗ୍ରାମବାସୀଙ୍କୁ ଟିକା ଦେଉଥିଲେ। ସେମାନେ ୧୨ ଜଣଙ୍କୁ ଟିକା ଦେବା ପରେ ଗାଁର କିଛି ଲୋକ ସେଠାରେ ପହଞ୍ଚି ଟିକା ନେବେ ନାହିଁ ବୋଲି କହିଥିଲେ। ସେମାନେ ସୁସ୍ଥ ଥିବାରୁ କାହିଁକି ଟିକା ନେବେ ବୋଲି ପ୍ରଶ୍ନ କରିଥିଲେ। ଏହାସହ ଧାନ କଟା ସରିବା ପରେ ଟିକା ନେବେ ବୋଲି କହିଥିଲେ। ଆଶାକର୍ମୀ ଓ ଅଙ୍ଗନବାଡ଼ି  ଦିଦି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବାରୁ ସେଠାରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲ। ଗାଁଲୋକେ ସେମାନଙ୍କୁ ପ୍ରାୟ ୬ ଘଣ୍ଟା ଅଟକ ରଖିଥିଲେ। ଖବର ପାଇ ଉଦଳା ବିଡିଓ, ତହସିଲଦାର ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏହା ପରେ ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦିଙ୍କୁ ସେଠାରୁ ଉଦ୍ଧାର କରିଥିଲେ।

ଘଟଣାକୁ ନେଇ ଅଙ୍ଗନବାଡ଼ି ଦିଦି ସୌମ୍ୟା ସୁଚରିତା ମୁର୍ମୁ କହିଛନ୍ତି, ଗାଁଲୋକେ କହିଲେ କରୋନା ଫରୋନା କିଛି ନାହିଁ। ଏନେଇ ଆମେ ସେମାନଙ୍କୁ ବହୁତ ବୁଝାଇ ଥିଲୁ। ହେଲେ ସେମାନେ ଆମକୁ ଅଟକ ରଖିଥିଲେ’। 

Advertisment

ଜଣେ ଗ୍ରାମବାସୀ କହିଛନ୍ତି, ‘କ୍ୟାମ୍ପ କରି ସେମାନେ କିଛି ଲୋକଙ୍କୁ ଜବରଦସ୍ତ ଟିକା ଦେଲେ। ଆଗକୁ ଧାନ କଟା ସମୟ ଥିବାରୁ କାଳେ ଟିକା ନେଲେ ଅସୁସ୍ଥ ହୋଇପଡ଼ିବୁ ତେଣୁ ଆମକୁ ଭୟ ଲାଗୁଛି।’ ଉଦଳା ବିଡିଓ କହିଛନ୍ତି, ଟିକା ନେଲେ ଦେହ ଖରାପ ହୋଇଯିବ ବୋଲି ଗାଁଲୋକେ ଭାବୁଛନ୍ତି। ଏଥିପାଇଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ।’ 

Covid Vaccination Odisha COVID Vaccination
Advertisment
Advertisment