• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି କାୟା ବିସ୍ତାର କଲାଣି କରୋନା । ମୁମ୍ବାଇରେ ସ୍ଥିତି ଅସମ୍ଭାଳ ! କ୍ଷିପ୍ର ଗତିରେ ବଢ଼ୁଛି ସଂକ୍ରମଣ । ମୁମ୍ବାଇରେ ଲମ୍ବା ଡିଆଁ ମାରିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୫୧୦ ଆକ୍ରାନ୍ତ ଚିହ୍ନଟ । ଗତକାଲି ଠାରୁ ୯୦ ପ୍ରତିଶତ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ । ଏହାସହ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି ।

ମୁମ୍ବାଇରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଗକୁ ମଧ୍ୟ ମୁମ୍ବାଇରେ ଦୈନିକ ୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି । ଏନେଇ ସତର୍କ କରିଛନ୍ତି ମନ୍ତ୍ରୀ ଆଦିତ୍ୟ ଠାକରେ । ଗତ ସପ୍ତାହର ରେକର୍ଡ ଅନୁସାରେ ଦୈନିକ ଦେଢଶହ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଏହା ଦୈନିକ ୨ ହଜାର ପର୍ଯ୍ୟନ୍ତ ପହଞ୍ଚିଛି । ଗତ ସପ୍ତାହରେ ୫ ହଜାରରୁ ୬ ହଜାର ମଧ୍ୟରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏଭଳି ସ୍ଥିତିରେ ସରକାର ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ । କେଭିଡ୍ କଟକଣାକୁ ଠିକ୍ ଭାବେ ପାଳନ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । 

ଅନ୍ୟପଟେ ଓମିକ୍ରନ୍ ଆତଙ୍କ ଓ କରୋନା ସଂକ୍ରମଣ ବୃଦ୍ଧି ଭିତରେ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରାଯାଇଛି । ପଜିଟିଭିଟି ରେଟ୍ ଲଗାତର ୨ ଦିନ ଧରି ୦.୫ ଉପରେ ରହିବା ପରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଅନୁସାରେ ବନ୍ଦ ରହିଛି ସ୍କୁଲ । ତେବେ ନିର୍ମାଣ କାମ ଜାରି ରହିବ । ପବ୍ଲିକ ଟ୍ରାନ୍ସପୋର୍ଟରେ ଅଧା ଯାତ୍ରୀ ସହ ଜାରି ହୋଇଛି ନାଇଟ୍ କର୍ଫ୍ୟୁ ା ସକାଳ ୧୦ରୁ ରାତି ୮ ଯାଏ ଜରୁରୀ ସାମଗ୍ରୀ ପାଇଁ ଦୋକାନ ବଜାର ଖୋଲା ରହିଛି । ବାର୍, ରେଷ୍ଟୁରାଣ୍ଟରେ ୫୦ ପ୍ରତିଶତ ଗ୍ରାହକଙ୍କୁ ଅନୁମତି ଦିଆଯାଇଛି ।

ତେବେ ବନ୍ଦ ରହିଛି ସିନେମା ହଲ୍ ଓ ମଲ୍ଟି ପ୍ଲେକ୍ସ । ଅଡିଟୋରିଅମ ବି ବନ୍ଦ । ସ୍ପା, ଜିମ୍ ମଧ୍ୟ ବନ୍ଦ । ୫୦ ପ୍ରତିଶତ କ୍ଷମତାରେ ଚାଲୁଛି ମେଟ୍ରୋ । ସୁଇମିଂ ପୁଲ, ସ୍ପୋର୍ଟସ କଂପ୍ଲେକ୍ସ ଷ୍ଟାଡିୟମ ବନ୍ଦ କରାଯାଇଛି । ବାହାଘର ଏବଂ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ୨୦ ଜଣ ଯୋଗ ଦେଇପାରିବେ । କୋଭିଡ ସହ ମୁକାବିଲା ପାଇଁ ଦିଲ୍ଲୀ ସରକାର ଏଥର ୧୦ ଗୁଣା ଅଧିକ ପ୍ରସ୍ତୁତି କରିଛି ବୋଲି ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ କହିଛନ୍ତି ।