Advertisment

୩ ଦିନ ବନ୍ଦ ରହିବ ବାବା ଆଖଣ୍ଡଳମଣିଙ୍କ ଦର୍ଶନ

ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ପାଇଁ ବନ୍ଦ ରହିବ। ଡିସେମ୍ବର ୩୧ ସକାଳ ୬ରୁ ଜାନୁଆରୀ ୨ ତାରିଖ ସନ୍ଧ୍ୟା ୮ଟା ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Baba Akhandalamani Temple To Remain Closed

Baba Akhandalamani Temple To Remain Closed

ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ପାଇଁ ବନ୍ଦ ରହିବ। ଡିସେମ୍ବର ୩୧ ସକାଳ ୬ରୁ ଜାନୁଆରୀ ୨ ତାରିଖ ସନ୍ଧ୍ୟା ୮ଟା ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ମନ୍ଦିର ଓ ପୀଠ ପରିସରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ। 

Advertisment

ଏହାସହ ଆଖଣ୍ଡଳମଣି ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ନୂଆବର୍ଷ ଥିବାରୁ ଏହି ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କା କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କେବଳ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପନ୍ନ କରାଯିବ। 

ସେପଟେ ଓମିକ୍ରନ୍‌ର ଦ୍ରୁତ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ବଡମ୍ବାର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠ ଏବଂ ମା’ ଭଟ୍ଟାରିକା ମନ୍ଦିରରେ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ନେଇ ଘୋଷଣା କରାଯାଇଛି। କରୋନା ସ୍ଥିତିରେ ନୂଆ ବର୍ଷରେ ଲୋକଙ୍କ ଗହଳି ହେବା ନେଇ ଏହି କଟକଣା ଜାରି କରାଯାଇଛି।

Advertisment

ଫଳରେ ବାବା ସିଂହନାଥ ଓ ମା’ ଭଟ୍ଟାରିକାଙ୍କ ଦର୍ଶନରୁ ସାଧାରଣ ଲୋକେ ବଞ୍ଚିତ ହେବେ। ତେବେ ସମସ୍ତ ମନ୍ଦିରର ନୀତିକାନ୍ତି ସୂଚାରୁ ରୂପେ ପାଳନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ। ନୂଆବର୍ଷ ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

COVID19 Baba Akhandalamani Temple
Advertisment
Advertisment