ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।
‘ରାମ ରାଜ୍ୟରୁ ପ୍ରେରଣା ନେଇ ଦିଲ୍ଲୀରେ ସରକାର ଚଳାଇବାକୁ ଚେଷ୍ଟା କରୁଛୁ। ଏହା ଅଧୀନରେ କେହି ଭୋକିଲା ରହିବେ ନାହିଁ ଏବଂ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ।’
‘ମୁଁ ନିଜକୁ ବିଶ୍ୱାସ କରିପାରିଲିନି ଯେ ମୁଁ ଗଢ଼ିଥିବା ମୂର୍ତ୍ତି ଏତେ ସୁନ୍ଦର କେମିତି ହେଲା । ସେହି ସମୟରେ ମୋ ପାଖରେ ଯେଉଁମାନେ ଥିଲେ ମୁଁ ତାଙ୍କୁ ଏକଥା ସଙ୍ଗେ ସଙ୍ଗେ ଜଣେଇଛି ।’
ମନ୍ତ୍ରୀଙ୍କ ଗସ୍ତରେ ପ୍ରୋଟକଲ୍ ପାଳନ ବେଳେ ହେଉଛି ସମସ୍ୟା । ଗତକାଲି ୫ ଲକ୍ଷ, ଆଜି ୩ ଲକ୍ଷରୁ ଅଧିକ କରିଛନ୍ତି ଦର୍ଶନ ।
ଅଯୋଧ୍ୟାକୁ ଏବେ ଛୁଟୁଛି ଭକ୍ତଙ୍କ ସୁଅ। ସବୁରି ମୁହଁରେ ଜୟ ଶ୍ରୀରାମ। ପ୍ରଭୁଙ୍କ ଟିକିଏ ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ଭକ୍ତ। ତେବେ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ନାଁ ରହିବ ‘ବାଲକ୍ ରାମ’ ।
ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ । ଏପରି ଘଟଣା ଘଟିଛି ଯାହା ବିଶ୍ୱାସକୁ ବଢ଼ାଇ ଦେଇଛି । ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି ।
ସିନ୍ଦୁରା ଫାଟିନଥିଲା.. ହାଡ଼ଥରା ଶୀତକୁ ବି ଖାତିର ନଥିଲା । ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର ।
ପ୍ରାଣ ପ୍ରତିଷ୍ଠାବେଳେ ଶିଶୁଜନ୍ମ ନେଇ କୃତ୍ୟ କୃତ୍ୟ ବାପା ମା’। କାହା ନାଁ ସୀତା, ପୁଣି କାହା ନାଁ ରାମ-ରହିମ୍। ଅଭିଜିତ ବେଳାରେ SCB, କ୍ୟାପିଟାଲ୍ ହସ୍ପିଟାଲ, AIIMSରେ ୫୦ ଶିଶୁଙ୍କ ଜନ୍ମ ।
ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନର ଆଜି ପ୍ରଥମ ଦିନରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି। ଦର୍ଶନ ଅପେକ୍ଷାରେ ଆହୁରି ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରତ।
ଗର୍ଭଗୃହରେ ଉତ୍ତରପ୍ରଦେଶ ଗୃହ ସଚିବ ସଞ୍ଜୟ ପ୍ରସାଦ ଓ ସ୍ପେଶାଲ ପୋଲିସ ଡିଜି ପ୍ରଶାନ୍ତ କୁମାର ରହି ଦର୍ଶନ ବ୍ୟବସ୍ଥାର ନିୟନ୍ତ୍ରଣ କରୁଛନ୍ତି । ଭକ୍ତଙ୍କ ଦର୍ଶନ ସୁଚାରୁ ରୂପେ କରିବା ଲାଗି ମନ୍ଦିରରେ ପ୍ରାୟ ୮ ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।
ବର୍ତ୍ତମାନ ପୂଜା ପାଉଥିବା ରାମ ଲାଲାଙ୍କ ମୂର୍ତ୍ତି କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଥିବାବେଳେ, ଆଉ ଏକ ମୂର୍ତ୍ତି ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିଲେ।
ମଙ୍ଗଳବାର ସୋସିଆଲ ମିଡିଆରେ ଭବ୍ୟ ରାମ ମନ୍ଦିର ଓ ରାମଲାଲାଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ବଲିଉଡ୍ର ଭେଟରାନ୍ ଅଭିନେତା ଅମିତାଭ ବଚ୍ଚନ।
ରାମଲାଲାଙ୍କୁ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି ଜଣେ ରାମଭକ୍ତ। ସୁରତର ବ୍ୟବସାୟୀ ତଥା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି।
ସାରା ଦେଶରେ ଗୁଞ୍ଜରିତ ହେଉଛି ରାମ ରାମ ଧ୍ୱନି । କେବଳ ଅଯେୋଧ୍ୟା ନୁହେଁ ସାରା ଦେଶ ପାଲଟିଯାଇଛି ରାମମୟ।
୫ ଶହ ବର୍ଷର ପ୍ରତୀକ୍ଷା ୮୪ ସେକେଣ୍ଡରେ ଶେଷ । ଏହେଉଛି ସେହି ଶ୍ରୀରାମ ଜନ୍ମଭୂମିର କାହାଣୀ । ଯେଉଁଠାରେ ପ୍ରତିଷ୍ଠିତ ହୋଇଛି ଭବ୍ୟ ରାମ ମନ୍ଦିର ।
ଛତିଶଗଡ଼ ରାୟପୁରରେ ଭକ୍ତିର ସହ ଶ୍ରଦ୍ଧାଳୁ ଜଳାଇଥିଲେ ୧୧ ଲକ୍ଷ ୧୧ ହଜାର ଦୀପ । ସେହିପରି ବାରାଣସୀ ଦଶାଶ୍ୱମେଧ ଘାଟରେ ଆଳତୀ କରିବା ସହ ୧୧ ହଜାର ଦୀପ ପ୍ରଜ୍ୱଳନ କରାଯାଇଥିଲା।
ଗତକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ।
ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଛି।
ଆଜି ଧନ୍ୟ ହୋଇଗଲା ଜୀବନ। ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ। ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ। ଆଜି କେହି ଅଟକାଇ ପାରିବେନି ଏହି ଭାବ ଆଉ ଆବେଗକୁ।
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରଙ୍ଗମୟ ଅଯୋଧ୍ୟାର ପରିବେଶ। ଦେଶର ମହାନ ହସ୍ତୀଙ୍କ ଉପସ୍ଥିତିରେ ଉତ୍ସବ ମୁଖର ଅବକାଶ। ପ୍ରଭୁ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଗତକାଲିଠୁ ଅଯୋଧ୍ୟାକୁ ଛୁଟିଥିଲା ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ।
ରାମଲଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବରେ, ଉତ୍ସବ ମୁଖରିତ ସମଗ୍ର ଅଯୋଧ୍ୟା ଭୂମି। ଆଜିର ଏହି ଭବ୍ୟ ଆଉ ଦିବ୍ୟ ଅବସରରେ ସାମିଲ ହୋଇ ନିଜକୁ ଗୌରବାନ୍ୱିତ କରିଛନ୍ତି ଦେଶର ମହା ମହା ହସ୍ତୀ।
ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ।
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟାରୁ ଓଡ଼ିଶା ଯାଏଁ । ଦୃଶ୍ୟ ସବୁ ଦେଖିଲେ ଲାଗୁଛି, ୫ ଶହ ବର୍ଷ ପରେ ଧରାଧାମକୁ ବାହୁଡ଼ି ଆସିଛନ୍ତି ପୁରୁଷୋତ୍ତମ।
ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ।
ଭବ୍ୟ ଏ ରୂପ... ଦିବ୍ୟ ଏ କ୍ଷଣ... ଦୁର୍ଲଭ ଏ ଦର୍ଶନ...। ସ୍ୱର୍ଣ୍ଣ ସିଂହାସନ ଉପରେ ବିରାଜମାନ ଅଯୋଧ୍ୟାଧିପତି । ଦଶନ୍ଧି ଦଶନ୍ଧି ଧରି ତମ୍ବୁ ତଳେ ପୂଜା ପାଇବା ପରେ, ଆଜି ନିଜ ଆସ୍ଥାନକୁ... ନିଜ ଜନ୍ମସ୍ଥଳୀକୁ... ଅବଧପୁରୀର ରାଜମହଲକୁ ଫେରିଛନ୍ତି ରାମଲଲା।