/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705997459.jpg)
Amitabh Bachchan shares Ram Lalla pic
ଅନ୍ତ ହୋଇଛି ୫୦୦ ବର୍ଷର ଅପେକ୍ଷା। ଶେଷରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହି ଭବ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରାୟ ୭୦୦୦ ନିମନ୍ତ୍ରିତ ଅତିଥି ସାମିଲ ହୋଇଥିଲେ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି ରାମ ମନ୍ଦିର ଓ ରାମଲାଲାଙ୍କ ଫଟୋ। ତେବେ ମଙ୍ଗଳବାର ସୋସିଆଲ ମିଡିଆରେ ଭବ୍ୟ ରାମ ମନ୍ଦିର ଓ ରାମଲାଲାଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ବଲିଉଡ୍ର ଭେଟରାନ୍ ଅଭିନେତା ଅମିତାଭ ବଚ୍ଚନ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସେୟାର ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳୁଛି କି ଅମିତାଭ୍ ବଚ୍ଚନ ରାମଲାଲାଙ୍କ ବିଗ୍ରହ ସାମ୍ନାରେ ହାତଯୋଡ଼ି ଠିଆ ହୋଇଛନ୍ତି। ଏହି ଫଟୋ ସେୟାର କରିବା ସହ ଅମିତାଭ୍ ବଚ୍ଚନ ‘ବୋଲ ସିୟାପତି ରାମଚନ୍ଦ୍ର କି ଜୟ’ ବୋଲି ଲେଖିଛନ୍ତି।
T 4899 - बोल सिया पति रामचंद्र की जय 🚩 pic.twitter.com/6S8rhQD8Uk
— Amitabh Bachchan (@SrBachchan) January 22, 2024
ସୋମବାର ଅଯୋଧ୍ୟାରେ ଆୟୋଜିତ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।
ରିପୋର୍ଟ ମୁତାବକ ଅମିତାଭ୍ ବଚ୍ଚନ ଅଯୋଧ୍ୟାରେ ଜାଗା କିଣିଛନ୍ତି। ରାମ ମନ୍ଦିର ନିକଟରେ ଅମିତାଭ ବଚ୍ଚନ ଏକ ଜମି କ୍ରୟ କରିଛନ୍ତି, ଯାହା ଦଶ ହଜାର ବର୍ଗଫୁଟର ହେବ ବୋଲି କୁହାଯାଉଛି। ଏହି ପ୍ଲଟର ମୂଲ୍ୟ ୧୪.୫ କୋଟି ହେବ। ଏହା ଅଯୋଧ୍ୟାର ଦ ସରଯୁରେ ଥିବା ସାତ ତାରକା ଏନକ୍ଲେଭରେ ରହିଛି। ମୁମ୍ବାଇ ସ୍ଥିତ ହାଉସ ଅଫ୍ ଅଭିନନ୍ଦନ ଲୋଢା (HoABL) ସହାୟତାରେ ଅମିତାଭ ଏହି ଜାଗା କିଣିଛନ୍ତି। ସେ କିଣିଥିବା ସ୍ଥାନ ଶ୍ରୀରାମ ମନ୍ଦିରଠାରୁ ମାତ୍ର ୧୫ ମିନିଟ୍ ଦୂରରେ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)