Advertisment

Ayodhya Ram Mandir: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପୂଜିତ ବିଗ୍ରହଙ୍କ ନାଁ ହେଲା ‘ବାଲକ୍ ରାମ’

ଅଯୋଧ୍ୟାକୁ ଏବେ ଛୁଟୁଛି ଭକ୍ତଙ୍କ ସୁଅ। ସବୁରି ମୁହଁରେ ଜୟ ଶ୍ରୀରାମ। ପ୍ରଭୁଙ୍କ ଟିକିଏ ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ଭକ୍ତ। ତେବେ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ନାଁ ରହିବ ‘ବାଲକ୍ ରାମ’ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ayodhya Ram Mandir Balak Ram Lalla

Ramlalla

ଭବ୍ୟ ମନ୍ଦିରରେ ବିରାଜିତ ରାମଲାଲାଙ୍କ ଦିବ୍ୟ ଦର୍ଶନ ପାଇଁ ଆତୁର ଲକ୍ଷ ଲକ୍ଷ ଭକ୍ତ। ଏଥିପାଇଁ ଅଯୋଧ୍ୟାକୁ ଛୁଟିଛି ସୁଅ। ତେବେ ଅଯୋଧ୍ୟାରେ ପୂଜିତ ଠାକୁର ଏବେ ବୋଲାଇବେ ‘ବାଲକ୍ ରାମ’। ସେପଟେ ଅଯୋଧ୍ୟା ରାମ ମନ୍ଦିର ପାଇଁ ନିର୍ମାଣ ହୋଇଥିବା ଆଉ ଏକ ଧଳା ମାର୍ବଲର ପ୍ରତିମୂର୍ତ୍ତି ସାମ୍ନାକୁ ଆସିଛି

Advertisment

ଅଯୋଧ୍ୟାକୁ ଏବେ ଛୁଟୁଛି ଭକ୍ତଙ୍କ ସୁଅ। ସବୁରି ମୁହଁରେ ଜୟ ଶ୍ରୀରାମ। ପ୍ରଭୁଙ୍କ ଟିକିଏ ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ଭକ୍ତ। ତେବେ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ନାଁ ରହିବ ‘ବାଲକ୍ ରାମ’ । ଏନେଇ ସୂଚନା ଦେଇଛନ୍ତି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ସାମିଲ ଥିବା ପୂଜକ ଅରୁଣ ଦୀକ୍ଷିତ। ତେବେ ଏହି ପ୍ରତିମୂର୍ତ୍ତିଟି ନିର୍ମାଣ ହୋଇଥିବା ପଥର ବେଶ୍ ସ୍ୱତନ୍ତ୍ର । ୨.୫ ବିଲିୟନ ବର୍ଷର ପୁରୁଣା କଳା ମୁଗୁନି ପଥରରେ ସୁନ୍ଦର କମନୀୟ ରାମଙ୍କ ବାଳକ ପ୍ରତିମୂର୍ତ୍ତିକୁ ନିର୍ମାଣ କରିଛନ୍ତି ଯୋଗୀରାଜ।

ଅଧିକ ପଢ଼ନ୍ତୁ: ଆସିଥିଲେ ହନୁମାନ...ପ୍ରଭୁ ଶ୍ରୀରାମଙ୍କଠୁ ନେଲେ ଆଶୀର୍ବାଦ, ଦେଖନ୍ତୁ ଭିଡିଓ...

Advertisment

ସେପଟେ ଅଯୋଧ୍ୟା ରାମ ମନ୍ଦିର ପାଇଁ ନିର୍ମାଣ ହୋଇଥିବା ପ୍ରତିମୂର୍ତ୍ତି ମଧ୍ୟରୁ ସାମ୍ନାକୁ ଆସିଛି ଆଉ ଏକ ମୂର୍ତ୍ତି । ଧଳା ମାର୍ବଲରେ ନିର୍ମିତ ଏହି ମୂର୍ତ୍ତିକୁ ରାଜସ୍ଥାନର ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିବା କୁହାଯାଉଛି। ତେବେ ରାମମନ୍ଦିର ପାଇଁ ନିର୍ମିତ ୩ଟି ଯାକ ମୂର୍ତ୍ତି ବେକାର ଯିବ ନାହିଁ। ଯୋଗୀରାଜଙ୍କ ମୂର୍ତ୍ତିକୁ ଛାଡ଼ି ଅନ୍ୟ ୨ଟି ମୂର୍ତ୍ତି ମନ୍ଦିରର ଯେକୌଣସି ସ୍ଥାନରେ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।

ସେପଟେ ଅଯୋଧ୍ୟାରେ ବିରାଜିତ ବାଲକ ରାମଙ୍କ ପରିଧାନ ସହ ମୁକୁଟରେ ରହିଛି ସ୍ୱତନ୍ତ୍ରତା। ପ୍ରଭୁଙ୍କ ସୁବର୍ଣ୍ଣ ମୁକୁଟରେ ଲାଗିଛି ମାଣିକ୍ୟ, ହୀରା ଓ ପନ୍ନା ଭଳି ବହୁମୂଲ୍ୟ ରତ୍ନ ପଥର ଓ ମୟୂର ପକ୍ଷୀ। ମୟୂର ବିଭିନ୍ନ ଶୁଭ କାମରେ ଲାଗି ହେଉଥିବାରୁ ମୟୂର ପକ୍ଷୀକୁ ରାମଲାଲାଙ୍କ ମସ୍ତକରେ ସ୍ଥାନ ଦିଆଯାଇଛି । ସେଇଭଳି ଶ୍ରୀରାମ ସୂର୍ଯ୍ୟବଂଶୀ ହୋଇଥିବାରୁ ଲଲାଟରେ ଶୋଭାପାଉଛି ସୂର୍ଯ୍ୟଙ୍କ ପ୍ରତୀକ ମଙ୍ଗଳ ତିଳକ। ଯାହାକୁ ହୀରା ଓ ମାଣିକ୍ୟରେ ତିଆରି କରାଯାଇଛି। ସୁବର୍ଣ୍ଣ ରତ୍ନ ଖଚିତ ସୁନ୍ଦର ମୁକୁଟର ଡିଜାଇନ ପ୍ରସ୍ତୁତ କରିଛନ୍ତି ଲକ୍ଷ୍ନୌର ଏକ ଜୁଏଲର୍ସ। ସେଇଭଳି ରାମଙ୍କ ବସ୍ତ୍ର ପରିଧାନ ପ୍ରକ୍ରିୟାକୁ ଶୁଭ ବସ୍ତ୍ରମ କୁହାଯାଉଛି। ପ୍ରଭୁ ରାମ ପିନ୍ଧିଥିବା ହଳଦିଆ ବସ୍ତ୍ରର ଧଡ଼ି ସୁନା ଓ ରୂପା ସୂତାରେ ବୁଣାଯାଇଥିବା ଜଣାପଡିଛି। ଦିଲ୍ଲୀର ବଛା ବଛା ୧୫ ଜଣ କାରିଗରଙ୍କୁ ଅଯୋଧ୍ୟା ଡକାଯାଇ ଏହି ବସ୍ତ୍ର ପ୍ରସ୍ତୁତି କରାଯାଇଥିବା କହିଛନ୍ତି ଡିଜାଇନର ମନିଷ ତ୍ରିପାଠୀ।

Ayodhya Ram Mandir
Advertisment
Advertisment