• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାମ ଓ ହନୁମାନ .. ଭକ୍ତ ଓ ଭଗବାନ । ରାମଙ୍କ ପାଇଁ ହନୁମାନ, ରାମଙ୍କୁ ନେଇ ହନୁମାନ । ପୁରା ବିଶ୍ୱରେ ରାମ ମନ୍ଦିରକୁ ନେଇ ଚର୍ଚ୍ଚା ଚାଲିଛି । କୋଣ ଅନୁକୋଣରୁ ଭକ୍ତ ନିଜ ପ୍ରାଣପ୍ରିୟ ଭଗବାନଙ୍କୁ ଦେଖିବାକୁ ଧାଇଁ ଆସୁଛନ୍ତି । ଏପରି ସ୍ଥଳେ ହନୁମାନ କେମିତି ବାଦ ପଡ଼ିବେ ।

ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ । ଏପରି ଘଟଣା ଘଟିଛି ଯାହା ବିଶ୍ୱାସକୁ ବଢ଼ାଇ ଦେଇଛି । ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି । ଆଜି ଭୋର୍ ୫ଟା ୫୦ ମିନିଟର ଘଟଣା । ଘଟିଥିଲା ଏକ ଅଲୌକିକ ଘଟଣା । ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଗର୍ଭଗୃହ ଭିତରେ ପ୍ରବେଶ କରିଥିଲା ଏକ ମାଙ୍କଡ଼ ।

ଅଧିକ ପଢ଼ନ୍ତୁ: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପୂଜିତ ବିଗ୍ରହଙ୍କ ନାଁ ହେଲା ‘ବାଲକ୍ ରାମ’

ଏପରି ଘଟଣାକୁ ଦେଖି ହନୁମାନ ପ୍ରଭୁଙ୍କୁ ଦେଖିବାକୁ ଆସିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ମାଙ୍କଡ଼କୁ ଦେଖିବା ପରେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚିଥିଲେ । ଡର ଥିଲା କାଳେ ଶ୍ରୀବିଗହକୁ ତଳେ ପକାଇଦେବ । ମାଙ୍କଡ଼କୁ ଘଉଡ଼ାଇବାକୁ ଗଲା ବେଳେ ସେ ସେଠାରୁ ଦୌଡ଼ି ଉତ୍ତର ଦ୍ୱାର ପଟକୁ ଚାଲିଯାଇଥିଲା ।

କିନ୍ତୁ ଉତ୍ତର ଦ୍ୱାର ବନ୍ଦ ଥିବାରୁ ପୂର୍ବ ଦିଗରୁ ବାହାରକୁ ବାହାରିଥିଲା । ଯେଉଁଠି ଲୋକେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ ସେ ପାଖ ଦେଇ ସେ ବାହାରି ଯାଇଥିଲା । ଶହ ଶହ ଭକ୍ତ ଧାଡ଼ିରେ ଛିଡ଼ା ହୋଇଥିବା ସତ୍ତ୍ୱେ କାହାରିକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥିଲା ମାଙ୍କଡ଼ଟି ।

ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ ଏମିତି ଘଟଣା ବାରବାର ଘଟିଛି । କିନ୍ତୁ ଆଜିର ଘଟଣା ପରେ ସତେ ଯେମିତି ସ୍ୱଂୟ ହନୁମାନ ମନ୍ଦିରକୁ ଆସି ଶ୍ରୀରାମଙ୍କ ଦର୍ଶନ କରିଛନ୍ତି । ଏହି ପୁରା ଘଟଣାକୁ ସୋସିଆଲ୍ ମିଡିଆରେ ସେୟାର କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ।

ଅଧିକ ପଢ଼ନ୍ତୁ: ବୁଝୁନି ଭକ୍ତର ମନ..ପ୍ରବଳ ଥଣ୍ତା ସତ୍ତ୍ୱେ ରାମପଥରେ ଅପେକ୍ଷାରତ ଶ୍ରଦ୍ଧାଳୁ