Advertisment

ଅଯୋଧ୍ୟା ପାଇଁ ଇଏ ବି ନିର୍ମାଣ ହୋଇଥିଲା; ସାମ୍ନାକୁ ଆସିଲା ଆଉ ଏକ ମୂର୍ତ୍ତିର ଫଟୋ..

ବର୍ତ୍ତମାନ ପୂଜା ପାଉଥିବା ରାମ ଲାଲାଙ୍କ ମୂର୍ତ୍ତି କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଥିବାବେଳେ, ଆଉ ଏକ ମୂର୍ତ୍ତି ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
Ram Idol

Ram Idol

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିର୍ମାଣ ହୋଇଥିବା ପ୍ରତିମୂର୍ତ୍ତି ମଧ୍ୟରୁ ସାମ୍ନାକୁ ଆସିଲା ଆଉ ଏକ ମୂର୍ତ୍ତି। ଧଳା ମାର୍ବଲରେ ନିର୍ମାଣ ହୋଇଛି ଏ ପ୍ରଭୁ ରାମଙ୍କର ବାଳକ ପ୍ରତିମୂର୍ତ୍ତି ମଧ୍ୟରୁ ସାମ୍ନାକୁ ଆସିଲା ଆଉ ଏକ ମୂର୍ତ୍ତି। ଯାହାକୁ ରାଜସ୍ଥାନର ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିବା କୁହାଯାଉଛି। ଏହା ମଧ୍ୟ ରାମଲାଲାଙ୍କ ବାଳୁତ ବିଗ୍ରହ ।

Advertisment

ବର୍ତ୍ତମାନ ପୂଜା ପାଉଥିବା ରାମ ଲାଲାଙ୍କ ମୂର୍ତ୍ତି କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଥିବାବେଳେ, ଆଉ ଏକ ମୂର୍ତ୍ତି ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିଲେ। ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ପକ୍ଷରୁ ସମୁଦାୟ ୩ଟି ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଗତକାଲି ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯାଇଛି ।

କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ । ରାମଲାଲାଙ୍କ ପାଇଁ ୩ ବିଗ୍ରହଙ୍କ ମଧ୍ୟରୁ ଗୋଟିଏ ବଛା ଯାଇଥିଲା । ଅରୁଣ ଯୋଗୀରାଜଙ୍କ ନିର୍ମାଣ ହୋଇଥିବା ବିଗ୍ରହ ଲାଗିବ ଗର୍ଭଗୃହରେ ଏବଂ ବାକି ଦୁଇଟିକୁ ମନ୍ଦିରର ଅନ୍ୟ ଜାଗାରେ ସ୍ଥାପନ କରାଯାଇଛି । ୫ ବର୍ଷୀୟ ରାମଲାଲାଙ୍କ ୩ଟି ବାଳୁତ ବିଗ୍ରହ ତିଆରି କରାଯାଇଥିଲା। ପୁରାଣରେ ବର୍ଣ୍ଣିତ ରାମଲାଲା ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରାଯାଇଛି ।

Advertisment

ତେବେ ଅରୁଣ ଯୋଗୀରାଜଙ୍କ ମୂର୍ତ୍ତିକୁ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପରେ ସେ ଭାବବିହ୍ଵଳ ହୋଇ କହିଛନ୍ତି, ଏବେ ବି ସ୍ୱପ୍ନର ଦୁନିଆରେ ଅଛି । ମୋତେ ଲାଗୁଛି ମୁଁ ଏବେ ବି ସ୍ୱପ୍ନ ଦେଖୁଛି । ମୁଁ ଏ ଦୁନିଆର ସବୁଠାରୁ ଭଗ୍ୟବାନ ବ୍ୟକ୍ତି ।’  

Ayodhya Ram Mandir
Advertisment
Advertisment