Advertisment

Attack on Saif Ali Khan: ସୈଫ୍‌ଙ୍କୁ ଛୁରାମାଡ଼ ଘଟଣା; ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ, ନାଁ ବଦଳାଇ ଦେଉଥିଲା ଚକମା

ଅଭିଯୁକ୍ତ ଘର ପଶ୍ଚିମବଂଗରେ ବୋଲି ପୋଲିସ ସୂଚନା ଦେଇଛି। ସୈଫ୍‌ଙ୍କୁ ଆକ୍ରମଣ ପରେ ସେ ମୁମ୍ବାଇରେ ନାଁ ବଦଳାଇ ରହୁଥିଲା । ମେଟ୍ରୋ ପାଇଁ କାମ ଚାଲୁଥିବା କନ୍‌ଷ୍ଟ୍ରକ୍ସନ୍‌ରେ ଲୁଚି ରହିଥିଲା । ସେ ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା।

author-image
Sonali Ojha
Saif Attack

Saif Attack

ସରିଲା ଲୁଚକାଳି ଖେଳ। ଶେଷରେ ବନ୍ଧା ହେଲା ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ। ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୟ ଦାସକୁ ଥାନେରୁ ଗିରଫ କରିଛି ମୁମ୍ବାଇ ପୋଲିସ ।ତେବେ ସେ ପୋଲିସ ଆଗରେ ସବୁ ସତ ମାନିଥିବା ଜଣାପଡିଛି। ପୂର୍ବରୁ ଏହି ମାମଲାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି।

Advertisment

ଖବର ଅନୁଯାୟୀ, ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ୱେଟର ଭାବେ କାମ କରେ ଅଭିଯୁକ୍ତ ବିଜୟ। ଅଭିଯୁକ୍ତ ଘର ପଶ୍ଚିମବଂଗରେ ବୋଲି ପୋଲିସ ସୂଚନା ଦେଇଛି। ସୈଫ୍‌ଙ୍କୁ ଆକ୍ରମଣ ପରେ ସେ ମୁମ୍ବାଇରେ ନାଁ ବଦଳାଇ ରହୁଥିଲା । ମେଟ୍ରୋ ପାଇଁ କାମ ଚାଲୁଥିବା କନ୍‌ଷ୍ଟ୍ରକ୍ସନ୍‌ରେ ଲୁଚି ରହିଥିଲା । ସେ ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା। ବିଜୟ ପୋଲିସ ଆଗରେ ଘଟାଇଥିବା ଅପରାଧକୁ ସ୍ବୀକାର କରିଛି । ଏହା ପୂର୍ବରୁ ଏହି ମାମଲାରେ ଅନ୍ୟ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି। ଛତିଶଗଡ଼ ଦୁର୍ଗରେ ଜ୍ଞାନେଶ୍ବରୀ ଏକ୍ସପ୍ରେସରରୁ ଧରାପଡିଥିବା ସନ୍ଦିଗ୍ଧ ଆକାଶ କୈଳାସ କନ୍ନୋଜିଆକୁ ପୋଲିସ ଅଟକ ରଖିଛି ।

ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଆପାର୍ଟମେଣ୍ଟରେ ପଶି ଛୁରାମାଡ଼ ମାମଲାରେ ତନାଘନା ଚଳାଇଛି ମୁମ୍ବାଇ ପୋଲିସର ୩୦ ଟିମ୍। ବର୍ତ୍ତମାନ ସୁଦ୍ଧା କରିନା କପୁରଙ୍କ ସମେତ ୩୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ ହେଲାଣି। ଏବେ ସୈଫ ଅଲ୍ଲୀ ଖାନ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସୂତାକରେ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ସୈଫ ଅଲ୍ଲୀ ଖାନ୍ । ଛୁରୀ ଆଉ ୨ ମିଲିମିଟର ଗଭୀରକୁ ଯାଇଥିଲେ, ସାଂଘାତିକ ସ୍ଥିତି ହୋଇଥାନ୍ତା ।

Advertisment

ସୈଫଙ୍କ ମେରୁଦଣ୍ଡରେ ଛୁରା ମାଡ଼ ହୋଇଥିବା ବେଳେ, ଏହା ସ୍ପାଇନାଲ୍ କର୍ଡ ଠାରୁ ଆଉ ମାତ୍ର ୨ ମିଲିମିଟର ଦୂରରେ ଥିଲା। ତେବେ ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି। ସୈଫଙ୍କୁ ଆଇସିୟୁରୁ ସ୍ପେଶାଲ ରୁମକୁ ସ୍ଥାନାନ୍ତର କରାଯାଇଛି। ସେ ଚାଲିପାରିବେ । ତାଙ୍କର ଚଳପ୍ରଚଳ କରିବାରେ କୌଣସି ସମସ୍ୟା ହେବନି ବୋଲି ସ୍ପଷ୍ଟ କରିଛନ୍ତି ଡାକ୍ତର। ତେବେ ପ୍ରାୟ ସପ୍ତାହେ ପାଇଁ ତାଙ୍କୁ ବିଶ୍ରାମ ନେବାକୁ ପଡ଼ିବ ଏବଂ ଅଧିକ ଚଳପ୍ରଚଳ କରିବାକୁ ବାରଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

Saif Ali Khan Stabbing
Advertisment
Advertisment