Advertisment

ଅଯୋଧ୍ୟା ପାଲଟିଲା ମିନି ଇଣ୍ଡିଆ; ମୋଦିଙ୍କଠୁ ଯୋଗୀ, ଅମ୍ବାନୀଙ୍କଠୁ ଅମିତାଭ ସବୁହେଲେ ଏକାଠି

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରଙ୍ଗମୟ ଅଯୋଧ୍ୟାର ପରିବେଶ। ଦେଶର ମହାନ ହସ୍ତୀଙ୍କ ଉପସ୍ଥିତିରେ ଉତ୍ସବ ମୁଖର ଅବକାଶ। ପ୍ରଭୁ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଗତକାଲିଠୁ ଅଯୋଧ୍ୟାକୁ ଛୁଟିଥିଲା ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ।

author-image
Manoranjan Behera
Ayodhya Ram Mandir

Ayodhya Ram Mandir

ରାମଲଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବରେ, ଉତ୍ସବ ମୁଖରିତ ସମଗ୍ର ଅଯୋଧ୍ୟା ଭୂମି। ଆଜିର ଏହି ଭବ୍ୟ ଆଉ ଦିବ୍ୟ ଅବସରରେ ସାମିଲ ହୋଇ ନିଜକୁ ଗୌରବାନ୍ୱିତ କରିଛନ୍ତି ଦେଶର ମହା ମହା ହସ୍ତୀ। ସିନେମା, ସଙ୍ଗୀତ, କ୍ରୀଡ଼ା, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଓ ବିଶିଷ୍ଟ ବ୍ୟକ୍ତିମାନେ ଅଯୋଧ୍ୟା ଆସିବା ସହ ପ୍ରଭୁ ଶ୍ରୀରାମଙ୍କ ଆଶିଷ ଭିକ୍ଷା ଲାଗି ଯେମିତି ବ୍ୟଗ୍ର ଥିଲେ। ଆଉ ପଦ, ପଦବୀ ଓ ପ୍ରତିଷ୍ଠା ଅପେକ୍ଷା ନିଜକୁ ରାମଭକ୍ତ ଭାବେ ଦେଖାଇବାର ପ୍ରତିଯୋଗିତା ବାରି ହେଉଥିଲା।

Advertisment

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରଙ୍ଗମୟ ଅଯୋଧ୍ୟାର ପରିବେଶ। ଦେଶର ମହାନ ହସ୍ତୀଙ୍କ ଉପସ୍ଥିତିରେ ଉତ୍ସବ ମୁଖର ଅବକାଶ। ପ୍ରଭୁ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଗତକାଲିଠୁ ଅଯୋଧ୍ୟାକୁ ଛୁଟିଥିଲା ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ। କଳାକାରଙ୍କଠାରୁୁ କ୍ରୀଡ଼ାବିତ, ଶିଳ୍ପପତିଙ୍କଠୁ ଆରମ୍ଭ କରି ସମସ୍ତ ସେଲିବ୍ରିଟି ହୋଇଥିଲେ ଅଯୋଧ୍ୟା ମୁହାଁ। ଆଉ ସେମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି, ଅଯୋଧ୍ୟାର ରାମ ମନ୍ଦିର ପରିସରରେ ସୃଷ୍ଟି କରିଥିଲା ମିନି ଇଣ୍ଡିଆର ପରିବେଶ।

ମାୟା ନଗରୀ ମୁମ୍ବାଇରୁ ଅଧିକାଂଶ ସେଲିବ୍ରିଟି, ଭକ୍ତିଭରା ବେଶ ଓ ପରିପାଟି ସହ ଉତ୍ସବସ୍ଥଳରେ ଉପସ୍ଥିତ ଥିଲେ। ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆସିବା ବେଳେ ବିଗ୍ ବିଙ୍କୁ ସାକ୍ଷତ କରି କିଛି କ୍ଷଣ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଭଳି ସୁରରଷ୍ଟାର ରଜନୀକାନ୍ତଙ୍କ ସମେତ ଚୀରଞ୍ଜୀବି ଓ ତାଙ୍କ ପୁଅ ରାମଚରଣ ତେଜା ବି ଉତ୍ସବରେ ସାମିଲ ହୋଇଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଓ ତାଙ୍କ ସ୍ୱାମୀ ଡାକ୍ତର ଶ୍ରୀରାମ ନେନେ, ରଣବୀର-ଆଲିଆ ଓ ଭିକ୍କି-କାଟ୍ରିନାଙ୍କ ଯୋଡ଼ି ପ୍ରମୁଖ ଗୋଟିଏ ସ୍ଥାନରେ ବସି ଉତ୍ସବରୁ ଦିବ୍ୟ ଅନୁଭୁତି ସାଉଁଟୁଥିଲେ। ଏହାରି ଭିତରେ ଅଯୋଧ୍ୟାରେ ଆୟୋଜିତ ଭିନ୍ନ ଭିନ୍ନ ଭକ୍ତିରସ ଭରା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଧନ୍ୟ ମନେ କରିଥିଲେ ବଲିଉଡର ଆଉ କିଛି ଦିଗ୍ଗଜ୍ କଳାକାର।

ଅଭିନେତା ଅନୁପମ୍ ଖେର, ଜ୍ୟାକି ଶ୍ରଫ୍, ନିର୍ମାତା ନିର୍ଦ୍ଦେଶକ ରାଜକୁମାର ହିରାନୀ, ରୋହିତ ସେଟ୍ଟୀ ପ୍ରମୁଖ ଆଜିର ଉତ୍ସବରେ ଅତିଥି ହୋଇଥିଲେ। ସେହିଭଳି ପାରଂପରିକ ଶାଢ଼ି ପରିଧାନ ପୂର୍ବକ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଜୟ ଶ୍ରୀରାମ୍ ନାରା, ଯେ ତାଙ୍କୁ ଅଯୋଧ୍ୟା ଭୂମିରେ ଭକ୍ତିରସରେ ବୁଡ଼ାଇ ସାରିଥିଲା, ତାର ପ୍ରମାଣ ମିଳିଥିଲା। ଉତ୍ସବରେ ଦେଶର କ୍ରୀଡ଼ା ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଗରିମାମୟ ଉପସ୍ଥିତି ବି ଦେଖିବାକୁ ମିଳିଥିଲା। ଅତିଥିମାନଙ୍କ ଗହଣରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ରବୀନ୍ଦ୍ର ଜାଡେଜା ପ୍ରମୁଖ ରାମଙ୍କ ଭକ୍ତିରସରେ ଭିଜିଥିଲେ। ସେହିଭଳି ସପତ୍ନୀକ ଆସିଥିଲେ ଶିଳ୍ପପତି ମୁକେଶ ଆମ୍ବାନୀ। ଅନୀଲ ଅମ୍ବାନୀଙ୍କ ସହ କୁମାର ମଙ୍ଗଳମ୍ ବିର୍ଲା, ନବୀନ ଜିନ୍ଦଲଙ୍କ ଭଳି କୁବେରପତି ବି ରାମଙ୍କ ଲୀଳାକ୍ଷେତ୍ରକୁ ଆସିବା ସହ ଏଠାକାର ଆୟୋଜନକୁ ଦେଖି ଅଭିଭୂତ ହୋଇଥିଲେ।

କୋଟି କୋଟି ଭାରତୀୟଙ୍କ ଭାବନା ସହ ଜଡିତ ଦୀର୍ଘ ୫ ଶହ ବର୍ଷର ପୁରୁଣା ଇତିହାସର ସ୍ମୃତିକୁ ରୋମନ୍ଥନ କରୁଥିବା ଆଜିର ଏହି ଐତିହାସିକ ଓ ମହାର୍ଘ୍ୟ ଅବସରରେ ସାମିଲ ଥିଲେ ଦେଶର ବହୁ ସାଧୁ ଓ ସନ୍ଥ। ଯୋଗଗୁରୁ ବାବା ରାମଦେବ, ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସମେତ ଆହୁରି ଅନେକ ବିଶିଷ୍ଟ ସନ୍ଥ ଅଯୋଧ୍ୟା ମାଟିରେ ପାଦଦେଇ ଦେବଲୋକରେ ପହଞ୍ଚିଥିବାର ଅନୁଭୂତି ବ୍ୟକ୍ତ କରୁଥିଲେ।

Ayodhya Ram Mandir
Advertisment
Advertisment