• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦିବ୍ୟ ତଥା ଦୁର୍ମୁଲ୍ୟ ଅଳଙ୍କାରରେ ସୁସଜ୍ଜିତ ହୋଇଛନ୍ତି ରାମଲାଲା। ଆପାଦ ମସ୍ତକ ଶୋଭା ପାଉଛି ସୁନା, ହୀରା ଓ ବହୁ ରତ୍ନ ପଥର ଖଚିତ ଆଭୂଷଣ । ନଜର ପକାନ୍ତୁ ବିଭିନ୍ନ ପ୍ରକାଶ ଆଭୂଷଣର ବୈଶିଷ୍ଟ୍ୟ ଉପରେ।...

- ମସ୍ତକରେ ଧାରଣ କରିଛନ୍ତି ମୁକୁଟ ବା କିରିଟ

- ଏହା ଉତ୍ତର ଭାରତୀୟ ପରଂପରା ଅନୁଯାୟୀ ସ୍ୱର୍ଣ୍ଣରେ ନିର୍ମିତ

- ଏଥିରେ ମାଣିକ୍ୟ, ହୀରା ଓ ପନ୍ନା ସହିତ ମୁକ୍ତା ଝରା ଲାଗିଛି

- କର୍ଣ୍ଣରେ କୁଣ୍ଡଳକୁ ମୁକୁଟ ଅନୁରୂପ ଡିଜାଇନ୍ ଦିଆଯାଇଛି

- ସ୍ୱର୍ଣ୍ଣ ନିର୍ମିତ କୁଣ୍ଡଳରେ ହୀରା, ରୁବି ଓ ପନ୍ନା ଖଚିତ ହୋଇଛି

- ମୟୂର ଆକୃତିର ଡିଜାଇନ୍ ରହିଛି ଏଥିରେ

ଅଧିକ ପଢ଼ନ୍ତୁ: ସମସ୍ତଙ୍କ ମୁହଁରେ ‘ରାମ ରାମ’; କାହିଁକି ଦୁଇ ଥର କୁହାଯାଏ ରାମ ନାମ

- ଲଲାଟରେ ଶୋଭା ପାଉଛି ମଙ୍ଗଳ ତିଳକ

- ଏହାକୁ ହୀରା ଓ ମାଣିକ୍ୟରେ ତିଆରି କରାଯାଇଛି

- କଣ୍ଠା ରତ୍ନପଥର ଖଚିତ ଅର୍ଦ୍ଧଚନ୍ଦ୍ର ଆକୃତିର ହାର

- ଫୁଲ ଡିଜାଇନ ଓ ମଝିରେ ସୂର୍ଯ୍ୟ ଦେବଙ୍କ ଚିହ୍ନ

- ସ୍ୱର୍ଣ୍ଣ ନିର୍ମିତ ଏବଂ ହୀରା, ରୁବି ଓ ପନ୍ନା ଖଚିତ କଣ୍ଠା

- ବିଷ୍ଣୁ ଓ ତାଙ୍କ ଅବତାରମାନେ ହୃଦୟରେ ଧାରଣ କରନ୍ତି କୌସ୍ତୁଭ ମଣି

- ରାମଲାଲାଙ୍କ କୌସ୍ତୁଭ ମଣି ବଡ଼ ଆକାରର ମାଣିକ୍ୟ ଓ ହୀରା ଦ୍ୱାରା ସୁସଜ୍ଜିତ

- ପଦିକ କଣ୍ଠରୁ ତଳକୁ ଏବଂ ନାଭିପଦ୍ମରୁ ଉପରକୁ ଶୋଭା ପାଉଛି

- ଦେବତାଙ୍କ ଅଳଙ୍କରଣରେ ଏହାର ରହିଛି ବିଶେଷ ମହତ୍ତ୍ୱ

- ୫ଟି ଡୋରରେ ପନ୍ନା ଓ ହୀରା ଗୁନ୍ଥା ଯାଇଛି ଏବଂ ତଳେ ବଡ଼ ପେଣ୍ଡେଣ୍ଟ୍ ଝୁଲିଛି

- ବୈଜୟନ୍ତୀ ବା ବିଜୟ ମାଳା ରାମଲାଲାଙ୍କ ତୃତୀୟ ତଥା ଦୀର୍ଘତମ ହାର

- ଏହା ସୁନାରେ ନିର୍ମିତ ଏବଂ ସ୍ଥାନେ ସ୍ଥାନେ ମାଣିକ୍ୟ ଖଚିତ

- ଚକ୍ର, ପଦ୍ମ, ଶଙ୍ଖ, କଳସ, ଚମ୍ପା, ପାରିଜାତ, କୁନ୍ଦ ଓ ତୁଳସୀ ଚିତ୍ରିତ ହୋଇଛି

- ଅଣ୍ଟାରେ କାଂଚି ବା କର୍ଦ୍ଧନୀ ସୁନାରେ ନିର୍ମିତ ଏବଂ ମୋତି ମାଣିକ୍ୟ ଖଚିତ

- ସେଥିରେ ଝୁଲିଛି ୫ଟି ଛୋଟ ଛୋଟ ଘଣ୍ଟି

- ଭୁଜବନ୍ଧ ବା ଅଙ୍ଗଦ ଦୁଇ ଭୁଜାରେ ଶୋଭା ପାଉଛି

- ଏହା ସୁନା ଓ ବହୁମୂଲ୍ୟ ରତ୍ନ ପଥରରେ ନିର୍ମିତ

- ଦୁଇ ହାତରେ ରତ୍ନ ସଜ୍ଜିତ କଙ୍କଣ ବା କଙ୍ଗନ ପିନ୍ଧିଛନ୍ତି

- ଶୋଭା ପାଉଛି ରତ୍ନ ଓ ମୋତି ଲାଗିଥିବା ମୁଦ୍ରିକା

- ରାମଲାଲାଙ୍କ ହାତରେ ଶୋଭା ପାଉଛି ସୁନାର ଧନୁର୍ବାଣ

- ଧନୁରେ ଲାଗିଛି ମାଣିକ୍ୟ ଓ ପନ୍ନା ରତ୍ନ ପଥର

- ପାଦରେ ରହିଛି ରତ୍ନପଥର ଖଚିତ ପାଉଁଜି ଓ ଝୁଣ୍ଟିଆ

- ଏଥିରେ ହୀରା, ରୁବି ଓ ସୁନାର ଛୋଟ ଛୋଟ ଘଣ୍ଟି ଲାଗିଛି

- ୫ ବର୍ଷୀୟ ରାମଲାଲାଙ୍କ ବିଗ୍ରହ ପାଖରେ ରହିଛି ରୂପାର ଖେଳଣା

- ରୌପ୍ୟ ନିର୍ମିତ ଝୁମୁକା, ହାତୀ, ଘୋଡ଼ା, ଓଟ ରଖାଯାଇଛି

- ଖେଳଣା ଶଗଡ଼ ଓ ନଟୁ ଆଦି ଅର୍ପଣ କରାଯାଇଛି ରାମଲାଲାଙ୍କୁ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଛି।

ଅଧିକ ପଢ଼ନ୍ତୁ: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ