Advertisment

ମନ୍ତ୍ରୀ ଏବଂ VIPଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, 'ମାର୍ଚ୍ଚ ଯାଏଁ ଅଯୋଧ୍ୟା ଯାଆନ୍ତୁ ନାହିଁ'

ମନ୍ତ୍ରୀଙ୍କ ଗସ୍ତରେ ପ୍ରୋଟକଲ୍ ପାଳନ ବେଳେ ହେଉଛି ସମସ୍ୟା । ଗତକାଲି ୫ ଲକ୍ଷ, ଆଜି ୩ ଲକ୍ଷରୁ ଅଧିକ କରିଛନ୍ତି ଦର୍ଶନ ।

author-image
Satyendu Shekher Mishra
Narendra Modi

Narendra Modi

ମାର୍ଚ୍ଚ ଯାଏଁ ଅଯୋଧ୍ୟା ରାମ ମନ୍ଦିର ଯାଆନ୍ତୁ ନାହିଁ । କ୍ୟାବିନେଟ୍ ମନ୍ତ୍ରୀ ଏବଂ ଭିଆଇପିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରୁ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି। ଏଭଳି ସ୍ଥିତିରେ ଭିଆଇପି ଏବଂ ମନ୍ତ୍ରୀଙ୍କ ଗସ୍ତ ବେଳେ ପ୍ରୋଟକଲ୍ ପାଳନ ନେଇ ସାଧାରଣ ନାଗରିକଙ୍କ ଦର୍ଶନରେ ସମସ୍ୟା ସୃଷ୍ଟି ହେଉଛି।

Advertisment

ତେଣୁ ମାର୍ଚ୍ଚ ମାସ ଯାଏଁ ଅଯୋଧ୍ୟା ଗସ୍ତ ଟାଳିବାକୁ ମୋଦି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କେବଳ ଗତକାଲି ହିଁ ୫ ଲକ୍ଷ ଶ୍ରଦ୍ଧାଳୁ ରାମ ମନ୍ଦିର ଦର୍ଶନ କରିଛନ୍ତି। ଆଜି ସକାଳୁ ମନ୍ଦିର ବାହାରେ ୩ଲକ୍ଷରୁ ଅଧିକଙ୍କ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଅଯୋଧ୍ୟାରେ ଭିଡ ନିୟନ୍ତ୍ରଣ ସମ୍ପର୍କିତ ଏକ ବୈଠକର ସମୀକ୍ଷା କରି ଆସିବାକୁ ଥିଲେ ପୂର୍ବରୁ ସୂଚନା ଦେବାକୁ ଭିଆଇପିଙ୍କୁ ଅନୁରୋଧ କରିଛନ୍ତି ଉତ୍ତପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ନେଇ ସାଧାରଣରେ କ’ଣ ପ୍ରତିକ୍ରିୟା ରହିଛି ବୋଲି ତାଙ୍କ ମନ୍ତ୍ରୀମାନଙ୍କୁ ପଚାରିଥିବା ଜଣାପଡ଼ିଛି। ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗତକାଲି ଅର୍ଥାତ୍ ଜାନୁଆରୀ ୨୩ ତାରିଖରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ରାମ ଲଲାଙ୍କ ଦର୍ଶନ କରିଥିଲେ। ଭୋର ତିନିଟାରୁ ଭକ୍ତମାନେ ରାମ ଲଲାଙ୍କ ଦର୍ଶନ ପାଇଁ ଲାଇନ୍ ଲଗାଇଥିଲେ।

Advertisment

Ayodhya Ram Mandir Ram Mandir
Advertisment
Advertisment