Advertisment

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସାରା ବିଶ୍ୱ ପାଇଁ ଗର୍ବ ଓ ଗୌରବର ବିଷୟ: କେଜ୍ରିୱାଲ

‘ରାମ ରାଜ୍ୟରୁ ପ୍ରେରଣା ନେଇ ଦିଲ୍ଲୀରେ ସରକାର ଚଳାଇବାକୁ ଚେଷ୍ଟା କରୁଛୁ। ଏହା ଅଧୀନରେ କେହି ଭୋକିଲା ରହିବେ ନାହିଁ ଏବଂ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ।’

author-image
Otv Khabar Bureau
ଅଦ୍ୟତନ ହୋଇଛି
Arvind Kejriwal On Ram Mandir Pran Pratishtha

Arvind Kejriwal praises Ayodhya temple

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଖୁସିବ୍ୟକ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଏହା କେବଳ ଆମ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ଗର୍ବର ବିଷୟ। ରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆପ୍ ସରକାର ୧୦ଟି ନୀତି ପାଳନ କରୁଥିବା କହିଛନ୍ତି। ଭଗବାନ ରାମ ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କର ନୀତିକୁ ସମସ୍ତେ ଜୀବନରେ କାର୍ଯ୍ୟକାରୀ କରିବା ଉଚିତ୍ ବୋଲି ସେ କହିଛନ୍ତି।

Advertisment

କେଜ୍ରିୱାଲ କହିଛନ୍ତି, ‘ ଆମେ ରାମ ରାଜ୍ୟରୁ ପ୍ରେରଣା ନେଇ ଦିଲ୍ଲୀରେ ସରକାର ଚଳାଇବାକୁ ଚେଷ୍ଟା କରୁଛୁ।’ ଏହା ଅଧୀନରେ କେହି ଭୋକିଲା ରହିବେ ନାହିଁ ଏବଂ ସମସ୍ତେ ଘର ପାଇବେ ସେଥିପାଇଁ ଚେଷ୍ଟା କରାଯାଉଛି। ସମସ୍ତ ପିଲାଙ୍କୁ ସମାନ ଏବଂ ଉତ୍ତମ ଶିକ୍ଷା ଯୋଗାଇ ଦିଆଯିବ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇବେ, ଏଥିରୁ କାହାକୁ ଏଥିରୁ ନିବୃତ୍ତ କରାଯିବନି। ସେଥିପାଇଁ ଦିଲ୍ଲୀର ସମସ୍ତ ଡାକ୍ତରଖାନାଗୁଡ଼ିକର ଉନ୍ନତିକରଣ କରାଯାଇଛି।

ଅଧିକ ପଢ଼ନ୍ତୁ: ସରିଲା ପ୍ରାଣ ପ୍ରତିଷ୍ଠା, ଭକ୍ତିରେ ବିଭୋର ହେଲେ ଅମିତାଭ୍‌

ଆମ୍ ଆଦମୀ ପାର୍ଟି ସରକାର ପୂର୍ବରୁ ଦିଲ୍ଲୀରେ ସାତରୁ ଆଠ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିଲା। ମାତ୍ର ଏବେ ଦିଲ୍ଲୀରେ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ କରାଯାଉଛି। ଲୋକମାନେ ମାଗଣା ବିଦ୍ୟୁତ ପାଇଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଦିଲ୍ଲୀର ସବୁ ଜାଗାରେ ଜଳ ଯୋଗାଣ କରାଯାଉଛି । ଗରିବଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର ପର୍ଯ୍ୟନ୍ତ ସମସ୍ତେ ପାନୀୟ ଜଳର ସୁବିଧା ପାଉଛନ୍ତି। ଯେଉଁଠାରେ ଜଳ ଯୋଗାଣରେ ସମସ୍ୟା ଅଛି ସେହି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଚାଲିଛି । ସେହିପରି ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସିସିଟିଭି ବ୍ୟବସ୍ଥା ହୋଇଛି। ବିଶ୍ୱର ସର୍ବାଧିକ ସିସିଟିଭି ଦିଲ୍ଲୀ ସହରରେ ଲାଗିଛି।

Advertisment

ଖୁବଶୀଘ୍ର ସବୁ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ବେରୋଜଗାରୀ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ସବୁଠାରୁ ବଡ ସମସ୍ୟା ହେଉଛି ବେକାରୀ । ଏହାକୁ ଦୂର କରିବା ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ସରକାରୀ ଚାକିରି ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୧୨ ଲକ୍ଷ ଚାକିରି ଯୋଗାଇ ଦିଆଯାଇଛି। ଦିଲ୍ଲୀରେ ମୁଦ୍ରାସ୍ଫୀତି ହ୍ରାସ କରିବାକୁ ପଡିବ। ଏଥିସହ ବୟସ୍କଙ୍କୁ ସମ୍ମାନ ଓ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବା ଉଚିତ ବୋଲି କେଜ୍ରିୱାଲ କହିଛନ୍ତି।

Arvind Kejriwal AAP
Advertisment
Advertisment