Advertisment

ଅଯୋଧ୍ୟାରେ ପୂଜିତ ଠାକୁରଙ୍କ ନାଁ ରାମଲାଲା ନୁହେଁ, ରହିବ ବାଲକ ରାମ୍

ଗର୍ଭଗୃହରେ ଉତ୍ତରପ୍ରଦେଶ ଗୃହ ସଚିବ ସଞ୍ଜୟ ପ୍ରସାଦ ଓ ସ୍ପେଶାଲ ପୋଲିସ ଡିଜି ପ୍ରଶାନ୍ତ କୁମାର ରହି ଦର୍ଶନ ବ୍ୟବସ୍ଥାର ନିୟନ୍ତ୍ରଣ କରୁଛନ୍ତି । ଭକ୍ତଙ୍କ ଦର୍ଶନ ସୁଚାରୁ ରୂପେ କରିବା ଲାଗି ମନ୍ଦିରରେ ପ୍ରାୟ ୮ ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

author-image
Satyendu Shekher Mishra
Ram Mandir

Ram Mandir

ଅଯୋଧ୍ୟାରେ ପୂଜିତ ଠାକୁରଙ୍କ ନାଁ ରାମଲାଲା ନୁହେଁ, ରହିବ ବାଲକ ରାମ୍ । ବାଲକ ରାମ୍ ରହିବ ବୋଲି ସୂଚନା ଦେଇଛନ୍ତି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ସାମିଲ ପୂଜକ ଅରୁଣ ଦୀକ୍ଷିତ । ଆଉ ଏପଟେ ପ୍ରାଣ ପ୍ରତିଷ୍ଠା ପରେ ବାଲକ ରାମଙ୍କୁ ଦେଖିବାକୁ ପ୍ରବଳ ଭିଡ଼। ଅଯୋଧ୍ୟାରେ ପହଞ୍ଚୁଛନ୍ତି ସାରା ଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଭିଡ଼ ଏତେ ଯେ ଠେଲାପେଲା ପରିସ୍ଥିତି ଉପୁଜିଛି। ସ୍ଥିତି ନିୟନ୍ତ୍ରଣ ଲାଗି ମନ୍ଦିର ଭିତରେ ସ୍ଥାନୀୟ ପ୍ରଶାସନର ଅଧିକାରୀ ଅଛନ୍ତି ।

Advertisment

ଗର୍ଭଗୃହରେ ଉତ୍ତରପ୍ରଦେଶ ଗୃହ ସଚିବ ସଞ୍ଜୟ ପ୍ରସାଦ ଓ ସ୍ପେଶାଲ ପୋଲିସ ଡିଜି ପ୍ରଶାନ୍ତ କୁମାର ରହି ଦର୍ଶନ ବ୍ୟବସ୍ଥାର ନିୟନ୍ତ୍ରଣ କରୁଛନ୍ତି । ଭକ୍ତଙ୍କ ଦର୍ଶନ ସୁଚାରୁ ରୂପେ କରିବା ଲାଗି ମନ୍ଦିରରେ ପ୍ରାୟ ୮ ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ଅଢେଇରୁ ୩ ଲକ୍ଷ ଭକ୍ତ ପ୍ରଭୁ ବାଲକ ରାମଙ୍କ ଦର୍ଶନ କରିସାରିଛନ୍ତି । ଏକାସଙ୍ଗେ ଏତେ ପରିମାଣର ଶ୍ରଦ୍ଧାଳୁ ନଆସିବାକୁ ୟୁପି ପୋଲିସ୍ ପକ୍ଷରୁ ନିବେଦନ କରାଯାଇଛି।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକାଶ ମାର୍ଗରୁ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Advertisment
Ayodhya Ram Mandir Ram Mandir
Advertisment
Advertisment