Advertisment

‘ରାମଲାଲା ଆଉ ଟେଣ୍ଟରେ ନୁହେଁ ଦିବ୍ୟ ମନ୍ଦିରରେ ରହିବେ’

ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ।

author-image
Santosh Kumar Sahoo
undefined

PM Modi Speech

ଶତାବ୍ଦୀ ଶତାବ୍ଦୀର ପ୍ରତୀକ୍ଷାର ଅନ୍ତ । ରାମଲାଲା ଆଉ ଟେଣ୍ଟରେ ନୁହେଁ, ଭବ୍ୟ ମନ୍ଦିରରେ ରହିବେ । ରାମଲାଲା ବିରାଜିଥିବା ସ୍ଥଳ ଭାରତୀୟ ଦିବ୍ୟ ଦର୍ଶନର ମନ୍ଦିର । ଯାହାଙ୍କ ସମର୍ପଣ ପାଇଁ ଆମେ ଏ ଦିନ ଦେଖିଲୁ, ସେହି ଅଗଣିତ କରସେବକ ଓ ସନ୍ଥଙ୍କ ନିକଟରେ ଏ ଦେଶ ଋଣୀ ବୋଲି ଅତିଥିଙ୍କୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତା ସହ ଆସୁଥିବା ସମୟ ଭାରତ ପାଇଁ ସିଦ୍ଧିର ସମୟ ବୋଲି ବି ସେ କହିଥିଲେ। ସେହିପରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ- ଯେଉଁଠି ସଂକଳ୍ପ ନେଇଥିଲୁ, ସେଇଠି ହିଁ ମନ୍ଦିର ନିର୍ମାଣ ହୋଇଛି।

Advertisment

ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା । ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ସହ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସଂପନ୍ନ ପରେ ଅତିଥି ଓ ସାଧୁସନ୍ଥଙ୍କୁ ସମ୍ବୋଧନ କରି ଏଭଳି ଓଜସ୍ୱୀ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି, ଆଜିର ଏ କ୍ଷଣ କହୁଛି- ଆମ ଭବିଷ୍ୟତ, ଇତିହାସଠାରୁ ବି ଅଧିକ ଉଜ୍ଜ୍ୱଳ। ରାମଙ୍କ ପ୍ରତିଷ୍ଠାର ପ୍ରଭାବ ହଜାର ବର୍ଷ ପାଇଁ ରହିବ। ଆଜି ଦେଶରେ ନିରାଶା ପାଇଁ ସାମାନ୍ୟ ଜାଗା ନାହିଁ।

ମୋଦି ନିଜ ସାରଗର୍ଭକ ସମ୍ବୋଧନରେ ଆହୁରି ମଧ୍ୟ କହିଥିଲେ ଯେ, ସମୟର କାଳଚକ୍ରରେ ଆଜିର ଦିନ ସାକ୍ଷୀ ରହିବ। ଦୀର୍ଘ ଶତାବ୍ଦୀର ପ୍ରତୀକ୍ଷା ପରେ ପ୍ରଭୁ ରାମ ଆସିଗଲେ। ଆମ ରାମଲାଲା ଆଉ ଟେଣ୍ଟରେ ନୁହେଁ ଦିବ୍ୟ ମନ୍ଦିରରେ ରହିବେ। ଆମେ ଅତ୍ୟନ୍ତ ଭାଗ୍ୟବାନ, ଏ ମୁହୂର୍ତ୍ତକୁ ଦେଖୁଛୁ । ଯାହାଙ୍କ କାର୍ଯ୍ୟ ଏବଂ ସମର୍ପଣ ପାଇଁ ଆମେ ଏ ଦିନ ଦେଖିଲୁ, ସେମାନେ ସର୍ବଦା ମନେ ରହିବେ। ଅଗଣିତ କରସେବକ ଓ ସନ୍ଥଙ୍କ ନିକଟରେ ଏ ଦେଶ ଋଣୀ। ଏହି କ୍ଷଣ ବିଜୟ ସହ ବିନୟର କ୍ଷଣ ବୋଲି ପ୍ରଧାନମନ୍ତ୍ରୀ ଅବିହିତ କରିବା ସହ ଆସୁଥିବା ସମୟ ଭାରତ ପାଇଁ ସିଦ୍ଧିର ସମୟ ବୋଲି କହିଛନ୍ତି ମୋଦି।

Advertisment

ସେହିପରି ଅତିଥିଙ୍କୁ ସମ୍ବୋଧନ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ମନ୍ଦିର ସେଇଠି ତିଆରି ହୋଇଛି, ଯେଉଁଠି ନିର୍ମାଣ ପାଇଁ ସଂକଳ୍ପ ନିଆଯାଇଥିଲା। ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ରାଷ୍ଟ୍ରୀୟ ଗୌରବର ଐତିହାସିକ କ୍ଷଣ, ଯାହା ମୋ ଜୀବନ ପାଇଁ ସବୁଠୁ ଆନନ୍ଦର ଅବସର। ସେମିତି ଆରଏସଏସ ମୁଖ୍ୟ ମୋହନ ଭାଗୱତ କହିଥିଲେ ଆଜିର ଦିନ ନୂଆ ଭାରତର ପ୍ରତୀକ ହୋଇ ରହିବ। ରାମ ରାଜ୍ୟ ଆସୁଛି, ତେଣୁ ଦେଶର ପ୍ରତିଟି ନାଗରିକ ବିବାଦ ଭୁଲିଯିବାକୁ ସେ ଆହ୍ୱାନ ଦେଇଥିଲେ।

Narendra Modi India Ayodhya Ayodhya Ram Mandir Ram Temple Ayodhya
Advertisment
Advertisment