Advertisment

ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ

ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ।

author-image
Santosh Kumar Sahoo

ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା । ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ସହ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସଂପନ୍ନ ପରେ ଅତିଥି ଓ ସାଧୁସନ୍ଥଙ୍କୁ ସମ୍ବୋଧନ କରି ଏଭଳି ଓଜସ୍ୱୀ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି, ଆଜିର ଏ କ୍ଷଣ କହୁଛି- ଆମ ଭବିଷ୍ୟତ, ଇତିହାସଠାରୁ ବି ଅଧିକ ଉଜ୍ଜ୍ୱଳ। ରାମଙ୍କ ପ୍ରତିଷ୍ଠାର ପ୍ରଭାବ ହଜାର ବର୍ଷ ପାଇଁ ରହିବ। ଆଜି ଦେଶରେ ନିରାଶା ପାଇଁ ସାମାନ୍ୟ ଜାଗା ନାହିଁ।

Advertisment
Ayodhya Ram Temple Narendra Modi Ayodhya Ram Mandir Ayodhya
Advertisment
Advertisment