• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସିନ୍ଦୁରା ଫାଟିନଥିଲା.. ହାଡ଼ଥରା ଶୀତକୁ ବି ଖାତିର ନଥିଲା । ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର । ଭୋରରୁ ମଙ୍ଗଳ ଆଳତୀ ସରିବା ପରେ ୭ଟା ବେଳକୁ ମୁଖ୍ୟ ଦ୍ୱାର ଖୋଲିବା ପରେ ଯେମିତି ପାଗଳ ପ୍ରାୟ ହୋଇ ଯାଇଥିଲେ ଭକ୍ତ ।

ଜଣେ ଜଣେ ଭକ୍ତଙ୍କୁ ଗର୍ଭଗୃହରେ ଦିବ୍ୟ ଚକ୍ଷୁ ସହ ଚର୍ମ ଚକ୍ଷୁର ମିଳନ ପାଇଁ ମିଳୁଥିଲା ମାତ୍ର ୧୫ରୁ ୨୦ ସେକେଣ୍ଡ । ସେତିକିରେ ନିଜ ପ୍ରାଣ ପ୍ରିୟଙ୍କୁ ଦୁର୍ଲଭ ଦର୍ଶନ ଲଭି ଯେମିତି ଜୀବନ ଧନ୍ୟ ହୋଇଯାଇଥିଲା ଭକ୍ତ । ଆଜି ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ଆଗରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ ।

ଅଧିକ ପଢ଼ନ୍ତୁ: ଆସିଥିଲେ ହନୁମାନ...ପ୍ରଭୁ ଶ୍ରୀରାମଙ୍କଠୁ ନେଲେ ଆଶୀର୍ବାଦ, ଦେଖନ୍ତୁ ଭିଡିଓ...

ବିଳମ୍ବିତ ରାତିରୁ ରାମ ପଥରେ ଧାଡ଼ିରେ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ବାଳକ ରାମଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର । ଦୂର ଦୂରାନ୍ତରୁ ଆସିଛନ୍ତି ବହୁ ରାମଭକ୍ତ । ଶୀତକୁ ଖାତିର ନକରି ସେମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ତେବେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କୁ ୨ ସପ୍ତାହ ପରେ ମନ୍ଦିର ଆସିବାକୁ ନିବେଦନ କରିଛନ୍ତି ଅଯୋଧ୍ୟା ରେଞ୍ଜ ଆଇଜି ।

ଭକ୍ତଙ୍କ ସୁବିଧା ପାଇଁ ପ୍ରାୟ ୮ ହଜାରରୁ ଅଧିକ ସୁରକ୍ଷାକର୍ମୀ ଅଯୋଧ୍ୟାରେ ମୁତୟନ ହୋଇଛନ୍ତି । କଡ଼ା ନଜରରେ ରହିଛି ଅଯୋଧ୍ୟା ରାମ ମନ୍ଦିର । ମନ୍ଦିର ଗର୍ଭଗୃହରେ ଆଇନ ଶୃଙ୍ଖଳା ଡିଜି ମନିଟରିଂ କରୁଛନ୍ତି । ଗତକାଲି ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିଛନ୍ତି ବୋଲି ସୂଚନା ମିଳିଛି ।

ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହ ସମସ୍ତଙ୍କର ନିରବଚ୍ଛିନ୍ନ ତୀର୍ଥଯାତ୍ରାର ଗ୍ୟାରେଣ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି । ଥଣ୍ତାଦିନରେ ମଧ୍ୟ ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଛି ।

ସେପଟେ ଅସମ୍ଭାଳ ଭିଡ଼ ପାଇଁ ଅଯୋଧ୍ୟା ଆସିବାକୁ ଥିବା ସମସ୍ତ ଗାଡ଼ି ଉପରେ କର୍ତ୍ତୃପକ୍ଷଙ୍କ ତରଫରୁ ନିଷେଧାଦେଶ ଜାରି କରାଯାଇଛି । ଗାଡ଼ି ପାଇଁ ହୋଇଥିବା ସମସ୍ତ ଅନଲାଇନ ବୁକିଂକୁ ବାତିଲ କରିଦିଆଯାଇଛି । ଯାତ୍ରୀଙ୍କର ଟିକେଟ ବାବଦକୁ କଟା ଯାଇଥିବା ଟଙ୍କାକୁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।