ରେଳ ବିଭାଗ କହିଲା ମନୁଷ୍ୟକୃତ ତ୍ରୁଟିରୁ ଆକ୍ସିଡେଣ୍ଟ । ଦାର୍ଜିଲିଂ ଦୁର୍ଘଟଣା ପରେ ମନେ ପଡ଼ିଗଲା ବାହାନଗା ଟ୍ରାଜେଡି ।
ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।
ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରି ହୋଇଛି । ରେଲୱେ ପକ୍ଷରୁ ୭ଟି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।
କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ... ୫ ଜଣଙ୍କ ମୃତ୍ୟୁ, ୨୦ରୁ ୨୫ ଜଣ ଆହତ ହୋଇଥିବା ସୂଚନା ।
ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ସିଲିଗୁଡ଼ି ଜିଲ୍ଲାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲଗାଡ଼ି ଧକ୍କା ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ୮ ମୃତ, ୨୫ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସ୍ପିଙ୍କ ସୂଚନା ।
ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ କାର୍ରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରରେ ଖାଇକୁ ଟ୍ରାଭେଲର ଗାଡ଼ି ଖସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।
କୋରାପୁଟରେ ମାଟି ଅତଡ଼ା ଧସିବାରୁ ୨ ମହିଳା ମୃତ । କୋଲାବ ଡ୍ୟାମ୍ ମଙ୍ଗଳା ମନ୍ଦିର ନିକଟରେ ଧସିଲା ମାଟି ଅତଡ଼ା ।
ଦୁର୍ଘଟଣା ସଂପର୍କରେ ଖବର ପାଇଁ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶିଶୁର ବାପା ଏକ ସଚେତନତା ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ଛୋଟ ପିଲାମାନଙ୍କୁ ମୋବାଇଲ ଦିଅନ୍ତୁ ନାହିଁ । ଯଥା ସମ୍ଭବ ପିଲାଙ୍କଠାରୁ ମୋବାଇଲ ଦୂରେଇକି ରଖନ୍ତୁ । ରାତି ସାରା ମୋବାଇଲକୁ ଚାର୍ଜରେ ବସାନ୍ତୁ ନାହିଁ । ଯାହାଫଳରେ ମୋବାଇଲ ଫାଟିବାର ସମ୍ଭାବନା ରହିଛି।
ସାସାରାମ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସରେ ଅନେକ ଯାତ୍ରୀ ଥିଲେ। ରାତି ପ୍ରାୟ ୮ଟାରେ ଇଣ୍ଟରସିଟି ଏକ୍ସପ୍ରେସ କୁମଣ୍ଡିହା ଷ୍ଟେସନରେ ପହଞ୍ଚିବାର ଥିଲା। ମାତ୍ର ଏହାର କିଛି ସମୟ ପୂର୍ବରୁ ଟ୍ରେନରେ ନିଆଁ ଲାଗିଥିବା କିଛି ଲୋକ ଚିତ୍କାର କରିଉଠିଲେ।
ପାଦ ତଳୁ ମାଟି ଧସିଯାଇଛି...ମୁଣ୍ଡ ଉପରକୁ ଛିଡ଼ିପଡ଼ିଛି ଆକାଶ... ଜୀବିକା ପାଇଁ ବିଦେଶ ଯାଇ ଭେଣ୍ଡିଆ ପୁଅ ଯେତେବେଳେ ଜୀବନ ହରାଇଛି, ଆଉ ବା ଏହି ପରିବାର ପାଖରେ କ’ଣ ଅଛି ।
ପ୍ରଥମେ କହିଲେ ସ୍ୱାମୀ ଜୀବିତ, ପରେ ଖବର ମିଳୁଛି କି ମୃତ । କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ । ମୃତକଙ୍କ ଭିତରେ କେରଳର ସର୍ବାଧିକ ୨୦ ଜଣ ଅଛନ୍ତି ।
ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ । ପେଟ ଭିତରେ ବଢ଼ୁଛି ଉତ୍ତର ଦାୟାଦ ।
ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସାରିଛନ୍ତି। ବୋମାଗୁଡ଼ିକୁ ନିଆଁ ଲଗାଇ ନଷ୍ଟ କଲା ବେଳେ ଫୁଟିଥିବା ସୂଚନା ମିଳିଛି। ତେବେ ଏହା ବୋମା ନୁହେଁ, ବାଣ ଥିଲା କହିଲେ ଏଡିସିପି ଅନୀଲ ମିଶ୍ର।
କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ। ଆଜି ୨ ଓଡ଼ିଆଙ୍କ ସମେତ ଭାରତୀୟଙ୍କ ମୃତଦେହ ସ୍ବଦେଶରେ ପହଞ୍ଚିବ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼।
ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ ।
ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତି ସୌଲସ ଚିଲିମାଙ୍କ ମୃତ୍ୟୁ । ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣ ମୃତ୍ୟୁବରଣ କରିଛନ୍ତି ।
ଗୁରୁତର ଅବସ୍ଥାରେ ସେମାନଙ୍କୁ ରାଉରକେଲା ଆରଜିଏଚ୍ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଆଜି ଭୋର୍ ପ୍ରାୟ ୩ଟା ୫୫ରେ ପିସିଆର୍କୁ ଏକ ଫୋନ୍ କଲ୍ ଆସିଥିଲା। ଶ୍ୟାମ କୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟିଡ୍ରେ ନିଆଁ ଲାଗିଥିବା କେହି ଫୋନ୍ କରି ଜଣାଇଥିଲେ। ତୁରନ୍ତ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଟାକୋମାରେ ଟେଲିଭିଜନ୍ ଷ୍ଟେସନ୍ KCPQ-TV ରିପୋର୍ଟ ଅନୁଯାୟୀ, ମହାକାଶଚାରୀ ୱିଲିୟମ ଆଣ୍ଡର୍ସ ନିଜର ୱିଣ୍ଟେଜ୍ ଏୟାର ଫୋର୍ସ ସିଙ୍ଗିଲ୍ ଇଞ୍ଜିନ ଟି-୩୪ରେ ଉଡାଣ ଭରିଥିଲେ। ହଠାତ୍ ଏହା ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା। ଏହା ଯାଇ ସମୁଦ୍ର ଭିତରେ ପଡିଗଲା।
ଯାଜପୁର ବଡ଼ଚଣା ଥାନା କଡେଇଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ । ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ବସର କଣ୍ତକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।
ପୁରୀରେ ଶୁଣାଣୀ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ସେଦିନ ଡ୍ୟୁଟିରେ ଥିବା ପୁରୀ ପୋଲିସ, କୁମ୍ଭାରପଡା ଥାନା ପୋଲିସ, ପୁରୀ ଏସପି, ଅଗ୍ନିଶମ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନେ ଆଜି ତଥ୍ୟ ଉପସ୍ଥାପନ କରିବେ।
ଥଣ୍ଡା ହେତୁ ଚାରିଜଣ ଟ୍ରେକରଙ୍କ ମୃତ୍ୟୁ ହୋଇଯାଇଛି। ଉତ୍ତରକାଶୀ ଜିଲ୍ଲାପାଳ ମେହେରବାନ ସିଂ ବିଶଟ୍ଙ୍କ ସୂଚନା ଅନୁସାରେ, ଫସିଥିବା ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।
ରେଲୱେ ଡିସିପିଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ନ ୪ଟା ୪୧ରେ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଟ୍ରେନଟି ଚହଲା ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ନିଆଁ ଲାଗିସାରିଥିଲା। ନିଆଁ ଲାଗିବା ପରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା।