ଉଠୁଛି ପଡ଼ୁଛି ରାଜଧାନୀ ଦିଲ୍ଲୀ । ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚାଲିଛି ଜୋରଦାର ପ୍ରତିବାଦ । ଦିଲ୍ଲୀ ରାଜେନ୍ଦ୍ରନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ଶନିବାର ୟୁପିଏସ୍ସି ପ୍ରସ୍ତୁତି କରୁଥିବା ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। କାହିଁକି IAS କୋଚିଂ ସେଣ୍ଟରେ ହେଲା ୩ ଛାତ୍ରଙ୍କ ମୃତ୍ୟୁ ? ମୃତ୍ୟୁକୁ ନେଇ କିଏ ଦାୟୀ ? କାହାର ଅବେହଳା ପାଇଁ ଘଟିଲା ଏମିତି ଘଟଣା ? କଣ ପାଇଁ ବେସ୍ମେଣ୍ଟରେ ଥିଲା ଲାଇବ୍ରେରୀ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ନୂଆ ଭିଡ଼ିଓ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ଦିଲ୍ଲୀ ରାଜେନ୍ଦ୍ରନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ପାଣି ପଶିବାର ଦୁଇଟି ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କୋଚିଂ ସେଣ୍ଟରର ତଳ ମହଲା ପୂରା ଜଳମଗ୍ନ ହୋଇଥିଲା । ପ୍ରଥମ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାହାରେ ରାସ୍ତାରେ ପ୍ରବଳ ଜଳ ପ୍ରବାହିତ ହେବା ପରେ କୋଚିଂ ସେଣ୍ଟରର ବେସ୍ମେଣ୍ଟକୁ ବର୍ଷା ପାଣି ପଶିଥିଲା । କୋଚିଂ ସେଣ୍ଟରର ପ୍ରବେଶ ପଥରେ ଥିବା ଲୁହା ଗେଟ୍ ପାଇଁ ପାଣି ତଳ ମହଲାରେ ପ୍ରବେଶ କରିବାରେ ବାଧା ସୃଷ୍ଟି କରୁଥିଲା। କିନ୍ତୁ ଦେଖିବାକୁ ମିଳୁଛି ପ୍ରବଳ ପାଣି ଓ ସେହି ରାସ୍ତାରେ ଦ୍ରୁତ ଗତିରେ ଗୋଟିଏ ଗାଡ଼ି ଯିବା ଫଳରେ ଲୁହା ଗେଟ୍ଟି ଭାଙ୍ଗି ଯାଇଥିଲା । ଯାହାଫଳରେ ବେସ୍ମେଣ୍ଟରେ ପାଣି ପଶିଥିଲା ।
Also Read
ଅଧିକ ପଢନ୍ତୁ : ଦିଲ୍ଲୀ ରାଜେନ୍ଦ୍ରନଗର ଛାତ୍ର ମୃତ୍ୟୁ ଘଟଣାରେ ଦାୟୀ କିଏ ?
They are trying to put blame on The Car that passed by on the Road for the Basement of Coaching Institute in Old Rajender Nagar Getting Flooded. Question is WHY was there so much Waterlogging in whole Area in just minimal Rainfall??? #RajendraNagar #RajenderNagar pic.twitter.com/kYZVD4G5Jc
— Rosy (@rose_k01) July 28, 2024
ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ, କୋଚିଂ ସେଣ୍ଟରର ଛାତ୍ରମାନେ ବେସ୍ମେଣ୍ଟରେ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଉପର ମହଲାକୁ ଦୌଡ଼ୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଏହି ସମୟରେ ପାଣିର ପ୍ରବାହ ବଢ଼ି ଯାଉଛି। ଏହାକୁ ଦେଖି ଛାତ୍ରଛାତ୍ରୀମାନେ ଭୟଭୀତ ହେବା ସହ ଚିତ୍କାର କରୁଛନ୍ତି।
ଅଧିକ ପଢନ୍ତୁ : ୧୦ ବର୍ଷ ପୁରୁଣା ଘର.. ୩ ମହଲାରେ ଥିଲା ୧୩ଟି ଫ୍ଲାଟ୍ !
"Come Up, Quick": Video Shows Students Rushing Out Of Delhi Coaching Centre.
— PUNEET VIZH (@Puneetvizh) July 29, 2024
Three students - Tania Soni (25), Shreya Yadav (25) and Navin Delvin (28) - died in the flooded basement of the coaching centre and their bodies were recovered after a seven-hour long rescue… pic.twitter.com/WLt11qscbo
ଅନ୍ୟପଟେ ଆକ୍ସନ ମୁଡ୍କୁ ଆସିଛି ଦିଲ୍ଲୀ ମହାନଗର ନିଗମ ତଥା ଏମ୍ସିଡି। ଏହି ଦୁର୍ଘଟଣା ପରେ ଏମ୍ସିଡି ବିଭିନ୍ନ ବେସ୍ମେଣ୍ଟରେ ବେଆଇନ୍ ରୂପେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରିଛି। MCD ଅଧିକାରୀମାନେ ରାଜେନ୍ଦ୍ର ନାଗର ଅଞ୍ଚଳରେ ଚାଲୁଥିବା ଅନେକ କୋଚିଂ ସେଣ୍ଟରେ ରବିବାର ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।