/odishatv-khabar/media/post_attachments/uploadimage/library/16_9/16_9_0/Accident_1722752345.jpg)
Accident
ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ଦୁର୍ଘଟଣାଗ୍ରସ୍ତ l ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ। ଚାହୁଁ ଚାହୁଁ କାର ହୁତୁ ହୁତୁ ହୋଇ ଜଳିଗଲା। ତେବେ ସୌଭାଗ୍ୟବଶତଃ କାରରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
Advertisment
ଭୁବନେଶ୍ବରରୁ ପୁରୀ ଅଭିମୁଖେ ଓଲା ସ୍କୁଟି ଓ କାର୍ ଆସୁଥିଲା। ଏତିକିବେଳେ ହଠାତ୍ ରାସ୍ତା ଉପରକୁ ମାଡ଼ି ଆସିଥିଲା ଏକ ଷଣ୍ଢ । ଫଳରେ କାର୍ ଡ୍ରାଇଭର ଗାଡ଼ିକୁ ବାମପଟକୁ କାଟିବାରୁ ବାଇକରେ ମାଡ଼ ହୋଇଥିଲା। ଦୁର୍ଘଟଣା ପରେ ରାସ୍ତାକଡ଼କୁ ଖସିପଡିଥିଲା ଦୁଇଟି ଗାଡ଼ି। କାରରେ ନିଆଁ ଲାଗି ଯାଇଥିଲା। ପିପିଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାରରେ ୩ ମାସର ଛୁଆକୁ ମିଶାଇ ୪ ଜଣ ଥିଲେ। ଦୁର୍ଘଟଣାରେ କାହା କୌଣସି କ୍ଷତି ହୋଇ ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)