• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

କେନ୍ଦୁଝର ଯୋଡାରେ ହିଟ୍ ଆଣ୍ଡ ରନ୍ । ସ୍କୁଲ ଯିବା ବେଳେ ୩ ଜଣଙ୍କୁ ଚାପି ଦେଇ ପଳାଇଲା ଟ୍ରକ। କେନ୍ଦୁଝର ଯୋଡା ଥାନା DAV ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଡିଏଭି ସ୍କୁଲର ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ହୋଇଛି।

ମୃତକମାନେ ହେଲେ ଯୋଡ଼ା ଆଜାଦ୍ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ୍, ପୁଅ ନିକିତ ଭୂସାଲ୍ ଓ ତାଙ୍କ ପଡୋଶୀ ଘର ସନ୍ତୋଷ ଶର୍ମାଙ୍କ ପୁଅ ଗଣେଶ ଶର୍ମା। କ୍ରିଷ୍ଣା ଭୂସାଲ୍ ଏକ ବାଇକ୍ ଯୋଗେ ଦୁଇ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଉଥିଲେ। ଏହିସମୟରେ ଏକ ଟ୍ରକ ସେମାନଙ୍କୁ ପଛପଟୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଅଧିକ ପଢନ୍ତୁ: ଶ୍ରାବଣରେ ଅଘଟଣ; ଭୁଶୁଡ଼ିଲା ମନ୍ଦିର କାନ୍ଥ, ଚାଲିଗଲା ୯ ଶିଶୁଙ୍କ ଜୀବନ

OTV is now on Whatsapp

Join and get latest news update delivered to you via whatsapp

Join Now