Advertisment

ଶ୍ରାବଣରେ ଅଘଟଣ; ଭୁଶୁଡ଼ିଲା ମନ୍ଦିର କାନ୍ଥ, ଚାଲିଗଲା ୯ ଶିଶୁଙ୍କ ଜୀବନ

ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍ ଓ ଶାହପୁର ପୋଲିସ । ଧ୍ବଂସାବଶେଷକୁ ସଫା କରାଯାଇଛି। ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ।

author-image
Sonali Ojha
temple-wall-collapses

temple-wall-collapses

ମଧ୍ୟପ୍ରଦେଶରେ ବଡ଼ ଅଘଟଣ। ଲଗାଣ ବର୍ଷାରେ ଭୁଶୁଡ଼ିଲା ମନ୍ଦିର କାନ୍ଥ। କାନ୍ଥ ପଡ଼ିବା ଫଳରେ ୯ଜଣ ନୀରିହ ଶିଶୁଙ୍କର ଜୀବନ ଯାଇଛି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଆଉ କିଛି ପିଲା ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Advertisment

ଶାହପୁରରେ ଥିବା ହରଦୌଲ ବାବାଙ୍କ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା। ଶ୍ରାବଣ ମାସ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଥିଲା। ଏତିକିବେଳେ ହଠାତ୍ ଭୁଶୁଡ଼ିଥିଲା କାନ୍ଥ। ଭଙ୍ଗା କାନ୍ଥ ତଳେ ୯ ଜଣ ପିଲା ଚାପି ହୋଇ ରହି ଯାଇଥିଲେ। ସେମାନଙ୍କର ମୃତ୍ୟୁ ଘଟିଛି। ମୃତ ଶିଶୁଙ୍କ ବୟସ ୧୦ରୁ ୧୫ ବର୍ଷ ଭିତରେ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍ ଓ ଶାହପୁର ପୋଲିସ । ଧ୍ବଂସାବଶେଷକୁ ସଫା କରାଯାଇଛି। ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ମୃତ ପିଲାମାନଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ମଧ୍ୟ ପ୍ରଦେଶରେ ଭୀଷଣ ବର୍ଷା କାରଣରୁ ଏପରି ଅଘଟଣ ଘଟୁଛି। ଗତକାଲି ରେୱା ଜିଲ୍ଲାରେ ଏକ ଘରୋଇ ସ୍କୁଲ ପାଖରେ ଥିବା ଘର କାନ୍ଥ ଭୁଶୁଡ଼ିବାରୁ ୪ ଜଣ ପିଲାଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ବୟସ ୫ରୁ୭ ବର୍ଷ ମଧ୍ୟରେ ଥିଲା। ଏହି ଘଟଣା ପରେ ଉକ୍ତ ଘର ମାଲିକଙ୍କୁ ପୋଲିସ ଗିରଫ କରିଥିଲା। ଏହାର ୨୪ ଘଣ୍ଟା ନପୂରୁଣୁ ସାଗର ଜିଲ୍ଲାରେ ମନ୍ଦିର କାନ୍ଥ ଭୁଶୁଡିଛି।

Wall Collapse
Advertisment
Advertisment