Advertisment

ଅଧାରେ ରହିଲା ମାନସିକ; ଜଳଲାଗି ପୂର୍ବରୁ ମହାନଦୀରେ ଭାସିଗଲେ କାଉଡ଼ିଆ

କଟକ ମହାନଦୀରେ ଭାସିଗଲେ କାଉଡ଼ିଆ। କଟକ ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ଭାସିଯାଇ କାଉଡ଼ିଆ ନିଖୋଜ।

author-image
Sonali Ojha
ଅଦ୍ୟତନ ହୋଇଛି
Kanwariya Drowning Death In Cuttack Mahanadi River

Kanwariya Drowning

ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ଲାଗିଛି। ଶିବମୟ ହୋଇ ଉଠିଛି ଶୈବପୀଠ । ବିଭିନ୍ନ ନଦୀ ଏବଂ ଜଳାଶୟରୁ ପାଣି ଆଣିବାକୁ କାଉଡିଆ ଧାଡ଼ିରେ ଯାଉଛନ୍ତି। ତେବେ ପାଣି ଆଣିବା ବେଳେ ନଦୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। କଟକ ମହାନଦୀରେ ଏହି ଅଘଟଣ ଘଟିଛି।

Advertisment

କଟକ ମହାନଦୀରେ ଭାସିଗଲେ କାଉଡ଼ିଆ। କଟକ ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ଭାସିଯାଇ କାଉଡ଼ିଆ ନିଖୋଜ ଅଛନ୍ତି। ନିଖୋଜ ଯୁବକ ତିନିଘରିଆର ବିଶ୍ବଜିତ ବେହେରା। ଆଜି ଶ୍ରାବଣ ସୋମବାରରେ ସେ ମହାଦେବଙ୍କୁ ଜଳଲାଗି କରିଥାନ୍ତେ। ହେଲେ ଏହାପୂର୍ବରୁ ଅଘଟଣ ଘଟିଛି। ଘଟଣା ସଂପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଛି। ଗତକାଲି ଅନ୍ଧାର ଯୋଗୁଁ ସର୍ଚ୍ଚ ଅପରେସନ ସ୍ଥଗିତ ଥିଲା। ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ।

ଅଧିକ ପଢନ୍ତୁ : ଶ୍ରାବଣରେ ଅଘଟଣ; ଜଳଲାଗି ପୂର୍ବରୁ ନଦୀରେ ବୁଡ଼ି କାଉଡ଼ିଆ ମୃତ

ଗତ ରବିବାର ମଧ୍ୟ ଗଡ଼ଗଡ଼ିଆ ଘାଟରେ ଭୁବନେଶ୍ବରର ଜଣେ କାଉଡ଼ିଆ ମହାନଦୀରେ ଭାସିଯାଇ ପ୍ରାଣ ହରାଇଥିଲେ। କେବଳ କଟ ନୁହେଁ ଅନେକ ସ୍ଥାନରେ କାଉଡିଆଙ୍କ ମୃତ୍ୟୁ ହୋଉଥିବା ଖବର ଆସିଛି। ଯାଜପୁର ବଲ୍ଲଭିଘାଟରେ ଗାଧୋଇବା ବେଳେ ପାଣି ସୁଅରେ ଭାସି ଜଣେ କାଉଡିଆଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।ତେବେ ଗତ ୫ ଦିନ ଭିତରେ କଟକରେ ୪ ଜଣ ନଦୀକୁ ଡେଇଁ ଆତ୍ମହତ୍ୟା କରିସାରିଲେଣି ।

Advertisment

ଜୁଲାଇ ୩୧ ତାରିଖର ଭୋର ସମୟରେ କଟକ ଓଡ଼ିଆ ବଜାର ଅଞ୍ଚଳର ଶିକ୍ଷୟତ୍ରୀ ମମତା ସାହୁ ତାଙ୍କ ସ୍କୁଟି ଓ ଚପଲ ରଖି ନେତାଜୀ ସୁବାସ ସେତୁରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ। ଏ ପର୍ଯ୍ୟନ୍ତ ସେ ନିଖୋଜ ଅଛନ୍ତି। ସେହିଦିନ ଅପରାହ୍ନରେ ଭୁବନେଶ୍ବରର ବ୍ୟବସାୟୀ ତୁଷାର ଭଟ୍ଟ ମଧ୍ୟ ନେତାଜୀ ସେତୁରେ ତାଙ୍କ କାର ଓ ଚପଲ ରଖି କାଠଯୋଡ଼ି ନଦୀକୁ ଡେଇଁଥିବା ଅଭିଯୋଗ ହୋଇଛି । ଏ ପର୍ଯ୍ୟନ୍ତ ତାଙ୍କର ମଧ୍ୟ କୌଣସି ପତ୍ତା ମିଳିପାରି ନାହିଁ।

ଗତ ଶୁକ୍ରବାର ରାତିରେ କାଠଯୋଡ଼ି ବ୍ରିଜ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଖାନନଗର ଅଞ୍ଚଳର ମନୋଜ ବେହେରା। ସେ ତାଙ୍କ ମାଙ୍କ ସହ ଅଟୋରେ ଘରକୁ ଯିବା ସମୟରେ ବାଟରେ ଅଟୋ ଅଟକାଇ ନଦୀକୁ ଡେଇଁ ପଡିଥିଲେ। ନଦୀରେ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଏବେ ପର୍ଯନ୍ତ ୩ ଜଣାଙ୍କ ପତ୍ତା ମିଳି ପାରିନାହିଁ।

ଅଧିକ ପଢନ୍ତୁ : କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍; ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ

Drowning Mahanadi River Kanwariyas
Advertisment
Advertisment