/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723255884.jpg)
BRAZIL PLANE CRASH
ବ୍ରାଜିଲରେ ବଡ଼ ଧରଣର ବିମାନ ଦୁର୍ଘଟଣା। ସାଓ ପଲୋରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ପରେ ଜଳିଯାଇଛି। ବିମାନରେ ମୋଟ୍ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ଦୁର୍ଘଟଣାରେ ସମସ୍ତ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସୂଚନା ଅନୁସାରେ, ବୋଏପାସ୍ ATR-72 ବିମାନଟି ଗତକାଲି ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିଲା। ଏଥିରେ ମୋଟ୍ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ହଠାତ୍ ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଯାହକୁ ନେଇ ଚିନ୍ତା ବଢିଥିଲା।
🚨🇧🇷WHAT WE KNOW: BRAZIL PLANE CRASH NEAR SÃO PAULO
58 passengers and 4 crew members were aboard the Voepass ATR 72-500 that crashed into the Capela neighborhood of Vinhedo, just 43 miles from São Paulo's city center.
The 13-year-old aircraft, manufactured in 2011, was en route… https://t.co/ngWNrDVsMfpic.twitter.com/HpegcssDGQ
— Mario Nawfal (@MarioNawfal) August 9, 2024
ଭିନହେଡୋ ସହରରେ ଏହା ଦୁର୍ଘଟଣା ହେବା ପରେ ତଳକୁ ଖସିପଡିଥିଲା ଓ ସଂପୂର୍ଣ୍ଣ ଜଳିଯାଇଥିଲା। ଭାଇରାଲ୍ ଭିଡିଓରେ ବିମାନଟି ଗୋଟିଏ ଗଛରେ ମାଡ଼ ହେଉଛି ଏବଂ ଧୂଆଁ ବାହାରୁଥିବା ଦେଖାଯାଉଛି। ତେବେ କେଉଁ କାରଣ ପାଇଁ ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ଜଣାପଡ଼ିନାହିଁ। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ଦୁର୍ଘଟଣାରେ ସମସ୍ତ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମୃତାହତଙ୍କ ସଂପର୍କରେ ସରକାରୀ ଭାବେ କୌଣସି ତଥ୍ୟ ଜାରି ହୋଇନାହିଁ।ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଯାତ୍ରୀ ଜୀବିତ ଥିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)