/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722133371.jpg)
IAS coaching centre
ଦିଲ୍ଲୀ ଛାତ୍ର ମୃତ୍ୟୁ ଘଟଣାର ଦାୟୀ କିଏ ? କାହିଁକି ୩ ଛାତ୍ରଙ୍କ ଜୀବନ ଗଲା ? ରାଜେନ୍ଦ୍ରନଗର ସ୍ଥିତ ରାଓ ଆଇଏଏସ୍ କୋଟିଂ ଏକାଡେମୀର ବେସମେଣ୍ଟରେ ପାଣି ପଶି ୩ ଛାତ୍ରଙ୍କ ମୃତ୍ୟୁ ପରେ ଏବେ କାରଣ ଖୋଜୁଛି ପୋଲିସ ।
ମୃତ ମଧ୍ୟରେ ୨ଜଣ ଯୁବତୀ ଜଣେ ଯୁବକ ଅଛନ୍ତି । ଫସିଥିବା ୧୦ରୁ ଅଧିକ ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ଗୁରୁତର ୩ ଛାତ୍ରଙ୍କୁ ମେଡିକାଲ ସ୍ଥାନାନ୍ତର କରିଛି ପୋଲିସ । ପମ୍ପ ଲଗାଇ ଘଟଣାସ୍ଥଳରୁ ଜଳ ନିଷ୍କାସନ କରାଯାଉଛି ।
ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସନ୍ଦେହ କରୁଛି ପୋଲିସ । ଘଟଣାରେ ଏକ ଅପରାଧିକ ମାମଲା ରୁଜୁ କରିଛି ପୋଲିସ, ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ସେପଟେ ଘଟଣାନେଇ ଆପ୍ ସରକାର ଓ ବିଜେପି ଆରମ୍ଭ ହୋଇଛି ଦୋଷ ଲଦାଲଦି । ସେପଟେ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ରାଜସ୍ବ ମନ୍ତ୍ରୀ ଅତିଶି ।
ଅନ୍ୟପଟେ ଛାତ୍ରମୃତ୍ୟୁ ନେଇ ତାତିଛନ୍ତି ଆଇଏଏସ କୋଚିଂ ନେଉଥିବା ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ବସି ନାରାବାଜି କରିବା ସହ ଦିଲ୍ଲୀମହାନଗର ନିଗମ ବିରୋଧରେ ବର୍ଷିଛନ୍ତି । ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ସରକାର ଘଟଣାସ୍ଥଳକୁ ନଆସି ଏସରୁମରୁ ଥାଇ ନିର୍ଦ୍ଦେଶ ଦେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ ୮୦ ପ୍ରତିଶତ ଲାଇବ୍ରେରୀ ବେସମେଣ୍ଟ ରେ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)