ବନ୍ୟା ପ୍ରଳୟ ଭିତରେ ୨୦ ଘଣ୍ଟା ଧରି ଗଛ କୋରଡ ଆଶ୍ରୟ ନେବା ପରେ ଉଦ୍ଧାର। ଭରା ନଦୀରୁ ପାଣି ସାମାନ୍ୟ କମିବା ପରେ ଉଦ୍ଧାର କଲା ଓଡ୍ରାଫ୍ ବାହିନୀ।
ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବଢ଼ିଚାଲିଛି ବନ୍ୟା ପରର ବେଦନା। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଁଠି ପାନୀୟ ଜଳ ପାଇଁ କଲବଲ ହେଉଛନ୍ତି ଲୋକେ।
ଗୁଜରାଟ ବନ୍ୟା: ୨୯ ମୃତ। ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି। ୨ ଦିନରେ ୨୯ ଜଣଙ୍କ ମୃତ୍ୟୁ, ୪୦ ହଜାର ସୁରକ୍ଷିତ ଉଦ୍ଧାର। ଦ୍ବାରିକା, ଆନନ୍ଦ, ବରୋଦା, ରାଜକୋଟ ଜିଲ୍ଲା ଅଧିକ ପ୍ରଭାବିତ। କାଲି ଯାଏଁ ଅତି ପ୍ରବଳ ବର୍ଷା ନେଇ IMDର ଆଲର୍ଟ ।
ପଞ୍ଜାବ-ହିମାଚଳ ସୀମାରେ ବନ୍ୟା ପାଣିରେ ଭାସିଗଲା କାର । ଗୋଟିଏ ପରିବାରର ୯ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣକୁ ଜୀବନ୍ତ ଉଦ୍ଧାର କରାଯାଇଛି ।
ଆଜି ରାତି ସୁଦ୍ଧା ପିକ୍ ଜଳସ୍ତର ମୁଣ୍ଡଳୀରୁ ଅତିକ୍ରମ କରିବ । ଦୟା, ଭାର୍ଗବୀର ତଳ ଅଞ୍ଚଳକୁ ପାଣି ପଶିପାରେ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।
ମଥାନୀ ଠାରେ ବିପଦ ସଂକେତ ୫.୫୦ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି ।
କାହିଁକି IAS କୋଚିଂ ସେଣ୍ଟରେ ହେଲା ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ନୂଆ ଭିଡ଼ିଓ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ରାଜେନ୍ଦ୍ରନଗର ସ୍ଥିତ ରାଓ ଆଇଏଏସ୍ କୋଟିଂ ଏକାଡେମୀର ବେସମେଣ୍ଟରେ ପାଣି ପଶି ୩ ଛାତ୍ରଙ୍କ ମୃତ୍ୟୁ ପରେ ଏବେ କାରଣ ଖୋଜୁଛି ପୋଲିସ ।
ଦିନ ଯେତିକି ଯେତିକି ଗଡ଼ୁଛି ସ୍ଥିତି ସେତିକି ସେତିକି ବିଗିଡ଼ିବାରେ ଲାଗିଛି । ଘର ଭିତରେ ଛିଡ଼ା ହୋଇଛି ଆଣ୍ଠୁଏ ଉଚ୍ଚର ପାଣି । ଖାଇବାକୁ ଗଣ୍ଡେ ଦାନା ନାହିଁ । ବନ୍ୟା ପାଣିରେ ସବୁ କିଛି ବୁଡ଼ିରହିଛି ।
ସିକ୍କିମରେ ଭୟଙ୍କର ବନ୍ୟା। ଦୁଇ ଦିନ ପୂର୍ବେ ଭାସି ଯାଇଥିବା ସେନାର କିଛି ଟ୍ରକ୍ର ଦୃଶ୍ୟ। ବଡ଼ ବଡ଼ ଓ ବିଶାଳ ଟ୍ରକ୍ ଗୁଡ଼ିକ ମାଟିରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି।
ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି ।
ରାଧାଦେଇପୁର ପଞ୍ଚାୟତ ନୂଆପଡ଼ା ଗାଁର ୨ଜଣ ଯୁବକ ଫସିରହିଥିବା ଜଣାପଡ଼ିଛି । ଉଭୟ ଯୁବକ ନଦୀରେ ଏକ ମେଗା ପ୍ରୋଜେକ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ।
କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ କେଜ୍ରିୱାଲ,ବନ୍ୟା ସ୍ଥିତି ନେଇ ବୈଠକ ଡାକିଲେ ଉପରାଜ୍ୟପାଳ।
ବିଗିଡୁଛି ଆସାମର ବନ୍ୟା ପରିସ୍ଥିତି । ୨୮ଟି ଜିଲ୍ଲାର ପ୍ରାୟ ୩୦ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି ।