• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ହସି ଖୁସିରେ ଗୋଟିଏ ଗାଡ଼ିରେ ଯାତ୍ରା କରୁଥିଲେ ପରିବାର ସଦସ୍ୟ । ବୟସ୍କ ଥିଲେ ଛୋଟ ପିଲା ମଧ୍ୟ ଥିଲେ । ମାତ୍ର ଏହି ଯାତ୍ରା ତାଙ୍କର ଶେଷ ଯାତ୍ରା ହେବ ବୋଲି କେହି ଜାଣିନଥିଲେ । ଜମ୍ମୁ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ପରିବାର ୮ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ସମସ୍ତେ ଗୋଟିଏ ଗାଡ଼ିରେ ଯାତ୍ରା କରୁଥିଲେ । ତେବେ ଅନନ୍ତନାଗ ଜିଲ୍ଲାର ଡାକସୁମ ଅଞ୍ଚଳ ଦେଇ ଗାଡ଼ି ଯାଉଥିବା ସମୟରେ ହଠାତ୍ ଏକ ଗଭୀର ଖାତ ଭିତରକୁ ଗାଡ଼ିଟି ଖସି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଲୋକ, ଦୁଇଜଣ ମହିଳା ଓ ୨ ଜଣ ନାବାଳକଙ୍କ ସମେତ ୫ ଜଣ ଶିଶୁ ରହିଛନ୍ତି । 

ପୋଲିସର ସୂଚନା ଅନୁସାରେ ସ୍ଥାନୀୟ କିସ୍ତୱର ଅଞ୍ଚଳରୁ ସେମାନେ ଆସୁଥିଲେ । ଏକ ଟାମା ସୁମୋ ଗାଡ଼ିରେ ଯାତ୍ରା କରୁଥିବାବେଳେ, ଡାକସୁମ ନିକଟ ଏକ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇଥିଲା । ଦୁର୍ଘଟଣା ସ୍ଥଳରେ ରେସକ୍ୟୁ ଅପରେସନ ଜାରିରହିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

OTV is now on Whatsapp

Join and get latest news update delivered to you via whatsapp

Join Now