ହିମାଚଳ ପ୍ରଦେଶର ମଣ୍ଡିରେ ଜଣେ ଯୁବତୀ ଭୂ-ସ୍ଖଳନରେ ମାଟି ତଳେ ପୋତି ହୋଇଯିବା ପରେ ୫ ଘଣ୍ଟା ଧରି ସଂଘର୍ଷ କରି ନିଜକୁ ବଞ୍ଚାଇ ପାରିଛନ୍ତି । ତନେଜାଙ୍କ ସାହସକୁ ପ୍ରଶଂସା କରିଛନ୍ତି ହିମାଚଳପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ।
ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଛାରଖାର୍ ହିମାଚଳ । ଏବେ ସୁଦ୍ଧା ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ ଅଛନ୍ତି । ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରାଜ୍ୟରେ ପାଖାପାଖି ୭୦୦ କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।
ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ହେବା ଫଳରେ ବନ୍ୟା ଓ ଭୂସ୍ଖଳନରେ ଜନଜୀବନ ବ୍ୟାହତ ହୋଇଛି। ଉଭୟ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂସ୍ଖଳନ ଯୋଗୁଁ ମନାଲି ସହ ଅନେକ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ରହିଛି।
ମଣ୍ଡିରେ ୪ଟି ସ୍ଥାନରେ ବାଦଲ ଫଟା ବର୍ଷା । ହିମାଚଳରେ ବନ୍ୟା ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ନିଖୋଜ ଅଛନ୍ତି । ୧୦ଟି ଘର ଭାଙ୍ଗିଯାଇଛି । ଗତକାଲି ବିଳମ୍ବିତ ରାତିରୁ ମଣ୍ଡିରେ ପ୍ରବଳ ବର୍ଷା ହେଉଛି ।
ଦେଶର ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଓ ଭୂ-ସ୍ଖଳନ ଯୋଗୁଁ ୩୦ ଜଣଙ୍କ ମୃତ୍ୟୁ ଘଟିଲାଣି । ଆସାମର ୭୮ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ସିକ୍କିମରେ ଫସି ରହିଛନ୍ତି ୧୫୦୦ ପର୍ଯ୍ୟଟକ ।
ମାଟି ଅତଡ଼ା ତଳୁ ଦୁଇଟି କୁନି ମାଙ୍କଡ଼ ଉଦ୍ଧାର ହୋଇଛନ୍ତି । ପାଖରେ ମା’ ନାହିଁ, ବଞ୍ଚିବାକୁ ସାହାରା ବି ନାହିଁ, ହେଲେ ଭଗବାନ ବଞ୍ଚାଇ ଦେଇଛନ୍ତି ।
ମହାବିପର୍ଯ୍ୟୟର ସାମନା କରିଛି କେରଳ। ଏହାରି ଭିତରେ ଛୁଟିଛି ସହାୟତାର ସୁଅ। ପୀଡିତାଙ୍କ ପରିବାର ତଥା ପୁନଃ ଥଇଥାନ ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରିଟି। କରୋନା ମହାମାରୀ ବେଳେ ଦେବଦୂତ ସାଜିଥିବା ସୋନୁସୁଦଙ୍କ ପରେ କେରଳରେ ମଧ୍ୟ ଆଉଜଣେ ସୋନୁସୁଦ୍ ସହାୟତାର ହାତ ବଢାଇଛନ୍ତି।
କାହାର ଜନ୍ମଭୂମି ଏବେ ମରୁଭୂମି । ତ କେଉଁଠି ଖେଳପଡ଼ିଆ ଦୋକାନ ବଜାର ଏବେ ପଥରର ନଈ। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ, ପ୍ରଳୟର ଚିହ୍ନ। ଶୂନଶାନ୍ ଭଙ୍ଗା ଦଦରା ଘର, ସାକ୍ଷୀ କହିଲେ କେବଳ ଫଟୋ ଫ୍ରେମ ଓ ଆସବାବ ପତ୍ର ।
କେରଳ ୱାୟନାଡରେ ମୃତ୍ୟୁ ବର୍ଷାର ୫ ଦିନ ପରେ ବି ପଥର ତଳୁ ସରୁନି ଜୀବନ ଖୋଜା । ଦିନ ଗଡ଼ିବା ସହ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ, ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି ।
କେରଳ ମହାବିପର୍ଯ୍ୟୟକୁ ବିତିଗଲାଣି ଚାରି ଦିନ । କେମିତି ଅଛି କାଳରୂପୀ ଭୂସ୍ଖଳନରେ ବିଧ୍ବସ୍ତ ୱାୟନାଡ଼ ଜିଲ୍ଲା । ଜାଣିବାକୁ ଗ୍ରାଉଣ୍ଡ ଜିରୋକୁ ଯାଇଛି ଓଟିଭି ଟିମ୍ ।
କେରଳରୁ ଓଡ଼ିଶା ଆସୁଛି ଓଡ଼ିଆ ଡାକ୍ତର ବିଷ୍ଣୁଙ୍କ ମରଶରୀର । ଜନ୍ମମାଟି ପୁରୀ ଜିଲ୍ଲା ଗୋପରେ ହେବ ଡାକ୍ତର ବିଷ୍ଣୁଙ୍କ ଶେଷକୃତ୍ୟ । ମେପ୍ପାଡ଼ିରେ ଚିକିତ୍ସାଧୀନ ପତ୍ନୀ ପ୍ରିୟଦର୍ଶିନୀ ଓ ବାନ୍ଧବୀ ସ୍ବୀକୃତି । ସାଙ୍ଗରେ ଯାଇଥିବା ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମିଳୁନି ପତ୍ତା ।
୨ ଶହ ମୁହାଁ ହେଲାଣି କେରଳ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା । ଏବେ ବି ଶତାଧିକ ଲୋକ ଧସିଥିବା ପାହାଡ଼ ତଳେ ଚାପି ହୋଇ ରହିଛନ୍ତି, ବନ୍ୟାରେ ଭାସି ନିଖୋଜ ଅଛନ୍ତି।
ମିଜୋରାମରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥରେ ୬ ରେ ମଧ୍ୟ ଭୂସ୍ଖଳନ ହେବା ସହ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି।
ପ୍ରକୃତିର ତାଣ୍ଡବ ଆଗରେ ଫିକା ପଡିଲା ସବୁକିଛି । ଭୂସ୍ଖଳନରେ ଅତି କମରେ ୧୦୦ରୁ ଅଧିକ ଗଲାଣି ଜୀବନ । ପପୁଆ ନ୍ୟୁ ଗିନିରେ ବଡ଼ ଭୂସ୍ଖଳନ । ତାସ୍ ଘର ଭଳି ଭୁଶୁଡୁଛି କୋଠା ।
କୁଲ୍ଲୁ ଜିଲ୍ଲା ଅନି ବସଷ୍ଟାଣ୍ଡ ନିକଟରେ ଭୟଙ୍କର ଭୁସ୍ଖଳନରେ ଅନେକ ବହୁମହଲା କୋଠା ମାଟିରେ ମିଶିଛି ।
ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବରେ ସ୍ଥିତି ସାଂଘାତିକ। ଭାଙ୍ଗିଛି ବହୁ ଘରଦ୍ୱାର, ଉଦ୍ଧାର କରୁଛି NDRF ।
ଆସୁଛି ଗୋଟିକ ପରେ ଗୋଟିଏ ଛାତିଥରା ଚିତ୍ର । ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୦ ପାର ।
ହିମାଚଳ ପ୍ରଦେଶରେ ଥମୁନି ଭୂସ୍ଖଳନ ବିପର୍ଯ୍ୟୟ। ଗତକାଲି ଅପରାହ୍ନରେ ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି।
ଗତ କିଛି ବର୍ଷ ହେଲା ପାହାଡ଼ରେ ଭୁସ୍ଖଳନ ହେଉଛି। କେତେବେଳେ ବି ପ୍ରଭାବିତ ହୋଇପାରେ ଗାଁ। ଆଉ ହାନୀ ହୋଇପାରେ ଧନଜୀବନ। ତେଣୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ।
ମାଟି ଅତଡା ଖାଇଛି। ମାଟିରେ ମିଶିଛି ବାସସ୍ଥଳ। ଜୀବନ ବିକଳରେ ଘର ଛାଡି ପଳାଇଛନ୍ତି ଗାଁ ଲୋକେ। ଲଗାଣ ବର୍ଷା ଫଳରେ ଉପରମୁଣ୍ଡରେ ଥିବା ପାହାଡରୁ ମାଟି ଧସି ବର୍ଷା ପାଣି ସହ ଗାଁ ଭିତରେ ପଶିଛି।
ବିଗିଡୁଛି ଆସାମର ବନ୍ୟା ପରିସ୍ଥିତି । ୨୮ଟି ଜିଲ୍ଲାର ପ୍ରାୟ ୩୦ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି ।